fbpx

୩୦୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର : ରୁପା ୭୫୦୦୦ଟଙ୍କା ପାର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ଦର

Advertisement

ଭୁବନେଶ୍ୱର : ପାର୍ବଣ ଋତୁରେ ବଢିବାରେ ଲାଗିଛି ସୁନା ଦର । ଆଗକୁ ଧନ୍ୱନ୍ତରୀ ଆସୁଛି ଏହି ସମୟରେ ସୁନା ଦୋକାନରେ ବହୁତ ଭିଡ ଲାଗେ, ତେବେ ଚଳିତ ବର୍ଷ ଲୋକେ ସୁନା କିଣିବାକୁ ମନବଳାଇଥିବା ବେଳେ ସୁନା ଦରର ବୃଦ୍ଧିରେ ଆଉ ବ୍ରେକ ଲାଗୁନି । ଏଥେôଯାଗୁଁ ଲୋକେ ସୁନା କିଣିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଗଜଲକ୍ଷ୍ମୀ ପୂଜାରେ ସୁନା କିଣିବା ପାଇଁ ମନବଳାଇଥିବା ଗ୍ରାହକ ମାନେ ଆସନ୍ତୁ ଜାଣିବା କେତେ ରହିଛି ଆଜିର ସୁନା ଦର ? ଆଜି ଭାରତୀୟ ବଜାରରେ ୨୨କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୬,୮୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୬୧,୯୬୦ ଟଙ୍କା ହୋଇଛି ।

ଠିକ ସେହିଭଳି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବି ୨୨ କ୍ୟାରଟେ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬, ୮୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୧,୯୬୦ ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି । ତେବେ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନାର ମୂଲ୍ୟରେ ପରିବର୍ତ୍ତନ ଆସିଛି । ମୁମ୍ବାଇରେ ବି ୨୨ କ୍ୟାରେଟ ସୁନାର ଦର ଓ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୬, ୮୦୦ ଟଙ୍କା ଓ ୬୧,୯୬୦ ଟଙ୍କା ହୋଇଛି ।

ତେବେ ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନାର ଦର ଓ ୨୪ କ୍ୟାରେଟ ସୁନାର ଦର ଯଥାକ୍ରମେ ୫୬,୯୫୦ ଟଙ୍କା ଓ ୬୨,୧୧୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୭,୦୫୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୨,୨୫୦ଟଙ୍କା ଥିବାର ରେକର୍ଡ କରାଯାଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ବି ଏହାର ମୂଲ୍ୟ ଯଥାକ୍ରମେ ୫୬, ୮୦୦ଟଙ୍କା ଓ ୬୧,୯୬୦ଟଙ୍କା ରହିଛି । ସେହିଭଳି ରୁପାର ଦର ବି ଦିନକୁ ଦିନ ବଢିବାରେ ଲାଗୁଛି । ଆଜି ରୁପାରର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୫,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.