fbpx

(Video) ବାଘକୁ କୁକୁର ଭଳି ଚେନରେ ବାନ୍ଧି ରାସ୍ତାରେ ବୁଲିଲେ ଯୁବକ; ଭାଇରାଲ ହେଲା ଭିଡିଓ

Advertisement

ଓଡ଼ିଶା ଭାସ୍କର: ଓଡ଼ିଆରେ ଗୋଟେ କଥା ଅଛି, ବାଘ ନଦେଖିଛୁ ଯଦି ବିଲେଇ ଦେଖେ । ଆପଣ ସାଧାରଣତଃ ରାସ୍ତାରେ କୁକୁର ବୁଲୁଥିବା ଦେଖିଥିବେ । ତାହା ପୁଣି ନିଜର ଯଦି ପୋଷା କୁକୁର ଥିବ ତେବେ ଲୋକେ କୁକୁର ବେକରେ ଚେନ୍ ବାନ୍ଧି ବୁଲାଇବାକୁ ବାହାରକୁ ନେଇଥାନ୍ତି । ହେଲେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ଜନଗହଳିପୂର୍ଣ୍ଣ ରାସ୍ତାରେ ବାଘକୁ ଚେନ୍ ରେ ବାନ୍ଧି ବେପରୁଆ ଭାବେ ବୁଲୁଛନ୍ତି । ସେ ରାସ୍ତାରେ ଏମିତି ନେଉଥିଲେ ଯେମିତି ସେ କୁକୁରକୁ ବାନ୍ଧିକି ନେଉଥିଲେ।

ଭିଡିଓ ଦେଖିବା ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକ । ତାଙ୍କର ଏଭଳି କାର୍ଯ୍ୟ ସାହସିକତା ନା ମୁର୍ଖତା ଇଏ ତ ସମୟ କହିବ । ଇନଷ୍ଟାଗ୍ରାମରେ @tiptopyatra ନାମକ ଜଣେ ୟୁଜର ଏକ ଭିଡିଓ ସେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫୁଟେଜ୍ ଏକ ସାଧାରଣ ଦେଖାଯାଉଥିବା ରାସ୍ତାରେ ସୁଟିଂ କରାଯାଇଛି, ଯେଉଁଥିରେ ଜଣେ ବ୍ୟକ୍ତି ଏକ ବାଘ ସହ ନଜର ଆସିଛନ୍ତି । ସେ ସେହି ବାଘକୁ ଧରି ରାସ୍ତାରେ ଚାଲିଚାଲି ଯାଉଛନ୍ତି । ଏହାକୁ ଦେଖିଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରିକି ଏକ ସମୟରେ ସେ ଅଟୋ ଚାଳକଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ ବ୍ୟକ୍ତି ଜଣକ ବାଘର ଚେନ୍ କୁ ଭିଡ଼ି ଆଣି ଥିଲେ।

 

View this post on Instagram

 

A post shared by Tip Top Yatra (@tiptopyatra)

Get real time updates directly on you device, subscribe now.