fbpx
BJD SKY
BJD SKY

କେମିତି କାର୍ଯ୍ୟ କରୁଛି କୋଭିଡ୍ କଲ ସେଣ୍ଟର? ଜାଣନ୍ତୁ…..

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଭୁବନେଶ୍ୱରରେ କୋଭିଡ୍ କଲ୍ ସେଣ୍ଟର ପାଇଁ ଜାରି ହୋଇଥିବା ୧୯୨୯ ନମ୍ବର ଉଲ୍ଲେଖନୀୟ ଭାବେ ସେବା ଯୋଗେଇ ଚାଲିଛି । ଏହି ନମ୍ବର ଜରିଆରେ ଆଉଟଗୋଇଂ କଲ ୧ଲକ୍ଷ ଅତିକ୍ରମ କରିସାରିଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍୍ (ବିଏସସିଏଲ), ଭୁବନେଶ୍ୱର ଅପରେସନ୍ ସେଣ୍ଟରରେ (ବିଓସି) ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଦ୍ୱାରା ଗଠନ କରାଯାଇଥିବା ଏହି କଲ ସେଣ୍ଟରରୁ ରବିବାର ସୁଦ୍ଧା ୧ ଲକ୍ଷ ୬ହଜାର ୩୨୬ ଆଉଟଗୋଇଂ କଲ କରାଯାଇଛି ।

ମୁଖ୍ୟତଃ ହୋମ ଆଇସୋଲେସନ୍ ଥିବା ରୋଗୀଙ୍କୁ ସେମାନଙ୍କର ଚିକିତ୍ସାର ସ୍ଥିତି ଜାଣିବା ପାଇଁ ଏହି ନମ୍ବର ଜାରି କରାଯାଇଛି । ସେହିପରି ରେଡ୍ ଫ୍ଲାଗ ବର୍ଗରେ ଥିବା ରୋଗୀଙ୍କୁ ୨ହଜାର ୩୧୨ କଲ୍ କରାଯାଇଛି । ହୋମ ଆଇସୋଲେସନ୍ ଥିବା ରୋଗୀଙ୍କୁ ରେଡ୍ ଫ୍ଲାଗ ଓ ଗ୍ରୀନ୍ ଫ୍ଲାଗ ଶ୍ରେଣୀଭୁକ୍ତ କରାଯିବା ସହ ସେମାନଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝାଯାଉଛି । ପ୍ରତ୍ୟେକ ରେଡ୍ ଫ୍ଲାଗ୍ ରୋଗୀଙ୍କ ଘରକୁ ଆରଆରଟି ପରିଦର୍ଶନ କରିବା ସହ କ୍ରମାଗତ ଭାବେ କଲ୍ ସେଣ୍ଟରରୁ ଏହି କଲ ଯାଇଥାଏ ।

ସେହିଭଳି କୋଭିଡ୍ କଲ ସେଣ୍ଟରକୁ ଜୁନ ୧୩ ତାରିଖ ସୁଦ୍ଧା ୮୮ ହଜାର ୬୫୮ ଇନକମିଙ୍ଗ କଲ ଆସିଛି । ସେହି ମଧ୍ୟରେ ହସ୍ପିଟାଲ୍ ସ୍ଥାନାନ୍ତର ପାଇଁ, ଆରଆରଟି ଟିମ୍ ପରିଦର୍ଶନ ପାଇଁ, ହୋମ ଆଇସୋଲେସନ୍ରୁ ଡିସ୍ଚାର୍ଜ ହେବାର ପ୍ରମାଣପତ୍ର ପାଇବା, ପରୀକ୍ଷଣ, ଟିକାକରଣ, ସ୍ଲଟ, ବୃଦ୍ଧାଙ୍କ ଟିକାକରଣ ଓ ଶବଦାହ ସମ୍ବନ୍ଧୀୟ ନେଇ କଲ ଆସିଛି । ଉଲ୍ଲେଖଯୋଗ୍ୟ ଯେ ମେ ୨୦ ସୁଦ୍ଧା ରୋଗୀଙ୍କ ସମ୍ପର୍କରେ ଜାଣିବା ପାଇଁ ୫୦,୪୧୪ କଲ କରାଯାଇଥିଲା ବେଳେ ଏହା କୋଭିଡ୍ ରେ ପ୍ରଭାବିତ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୫୧,୩୫୧ କଲ ଆସୁଥିବା ସୂଚନା ମିଳିଥିଲା ।

୨୪ ଘଣ୍ଟିଆ ସୁବିଧା ଯୋଗାଉଥିବା ବେଳେ ଡାକ୍ତରଙ୍କ ବ୍ୟତୀତ ଏଥିରେ ୪୮ କାର୍ଯ୍ୟନିର୍ବାହି ବିଭିନ୍ନ ଟିମ୍ରେ ତିନୋଟି ସିଫ୍ଟରେ କାର୍ଯ୍ୟ କରୁଛନ୍ତି । ଯାହା ଉଭୟ ଆସୁଥିବା ଓ ଯାଉଥିବା କଲ୍ର ପରିଚାଳନା କରିବା ପାଇଁ କାର୍ଯ୍ୟ କରୁଛି । ଯାହା ବିଏମସି- ଭବାନୀ ମଲ , ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ କାର୍ଯ୍ୟାଳୟର (ବିଓସି)ରେ ଏହା କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟ ନିର୍ବାହିମାନେ ବିଏସସିଏଲର ୬ଜଣ ତଦାରଖ ଅଧିକାରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.