fbpx

ଅକ୍ସିଜେନ୍ ଅଭାବରୁ ପତ୍ନୀଙ୍କ ହୋଇଗଲା ମୃତ୍ୟୁ; ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱାମୀ କରୁଛନ୍ତି ଏହି ପ୍ରଶଂସନୀୟ କାମ, ପଢ଼ନ୍ତୁ ପୂରା ଖବର

ଅହମଦାବାଦ୍: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସଠିକ୍ ବୁଝାମଣା ଏବଂ ଦୁହିଁଙ୍କ ସମ୍ପର୍କରେ ସନ୍ତୁଳନ ରକ୍ଷା ହେବା ଦ୍ୱାରା ବୈବାହିକ ଜୀବନ ସୁନ୍ଦର ହୋଇଥାଏ । ଆଉ ଏହା ମଧ୍ୟରେ ଯଦି କାହାର ଅକାଳ ମୃତ୍ୟୁ ହୋଇଯାଏ ତାହେଲେ ସୁଖମୟ ସଂସାର ଦୁଃଖରେ ଭରିଯାଏ । ତେବେ ଏହି ଭଳି କିଛି ଘଟିଛି ଅହମଦାବାଦ୍ ର ଧ୍ରୁବଚରଣ ପଟେଲଙ୍କ ସହିତ । ଯାହାଫଳରେ ସେ ଏକଦମ୍ ମର୍ମାହତ ହୋଇପଡିଛନ୍ତି । ପ୍ରକୃତ କଥା ହେଲା ଯେଉଁ ସମୟରେ ସାରା ଦେଶରେ ଅକ୍ସିଜେନ୍ ର ଅଭାବ ଦେଖାଦେଇଥିଲା । ସେହି ସମୟରେ ଧ୍ରୁବଙ୍କ ସ୍ତ୍ରୀ ନେହା କରୋନାରେ ଆକ୍ରାନ୍ତ ହୋଇଯାଇଥିଲେ । ଏହି ସମୟରେ ଅନେକ ସ୍ଥାନରେ ଅକ୍ସିଜେନ୍ ପାଇଁ ଅନେକ ମେଡିକାଲ୍ ଠାରୁ ଆରମ୍ଭ କରି ବହୁ ସ୍ଥାନରେ ଆକୁଳ ନିବେଦନ କରିଥିଲେ ହେଲେ କେଉଁଠି ବି ଅକ୍ସିଜେନ୍ ପାଇନଥିଲେ । ଯାହାଫଳରେ ନେହାଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ଏହାପର ଠାରୁ ସେ ପ୍ରକୃତିରେ ଅକ୍ସିଜେନ୍ ର ଅଭାବକୁ ଏଡାଇବା ପାଇଁ ଗଛ ପୋତିବା ଆରମ୍ଭ କରି ଦେଇଥିଲେ । ଆଉ ଦେଖୁ ଦେଖୁ ସେ ପୂରା ୪୫୦ଟି ଗଛ ଲଗାଇସାରିଲେଣି ଏବଂ ଏଥିପାଇଁ ତାଙ୍କୁ ସବୁଆଡୁ ଖୁବ୍ ପ୍ରଶଂସା ମଧ୍ୟ କରାଯାଉଛି ।

ଏ ସମ୍ପର୍କରେ ଧ୍ରୁବ କହିଛନ୍ତି ଯେ, ତାଙ୍କ ପତ୍ନୀ ନେହା କୋଭିହ୍ ରେ ଆକ୍ରାନ୍ତ ହେବା ପରେ ଅକ୍ସିଜେନ୍ ଅଭାବ ଦେଖାଦେଇଥିଲା ଓ ସେ ମେ ୧୨ ତାରିଖରେ ପ୍ରାଣ ହରାଇଥିଲେ । ତେବେ ସେ କହିଛନ୍ତି ଯେ, ତାଙ୍କ ପରିବାରର ଅଧିକାଂଶ ସଦସଙ୍କ କୋଭିଡ୍ ରେ ସଂକ୍ରମିତ ହୋଇଥିଲେ । ସେମାନେ ହେଲେ; ଧ୍ରୁବ ନିଜେ, ସ୍ତ୍ରୀ ନେହା, ପୁଅ ଏବଂ ତାଙ୍କ ବାପା । କିନ୍ତୁ ଧ୍ରୁବଙ୍କ ମା’ କୋଭିଡ୍ ସଂକ୍ରମିତ ହୋଇନଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଥିବା ବେଳେ ନେହାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିଲା। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଆଉ ଶେଷରେ ଅକ୍ସିଜେନ୍ ପାଇଁ ଖୁବ୍ ଖୋଜାଖୋଜି କରିବା ପରେ ବି ନ ମିଳିବାରୁ ନେହାଙ୍କର ଦେହାନ୍ତ ହୋଇଥିଲା । ଆଉ ସେ ପୂରା ଭାଙ୍ଗି ପଡିଥିଲେ ।

ଏହି ଦୁଃଖଦ ଘଟଣା ପରେ ଧ୍ରୁବ ଏବଂ ତାଙ୍କ ୧୫ ବର୍ଷର ପୁଅ ମିଶି ନେହାଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେବାକୁ ସ୍ଥିର କରିଥିଲେ । ଯେହେତୁ ସେ ଅକ୍ସିଜେନ୍ ଅଭାବରେ ପ୍ରାଣ ହରାଇଥିଲେ ତେଣୁ ଏହି କାରଣରୁ ସେମାନେ ସ୍ଥିର କଲେ ପ୍ରକୃତିରେ ଅକ୍ସିଜେନ୍ ର ଅଭାବ ହେବାକୁ ଦେବେନି । ତେଣୁ ସେ ଶପଥ ନେଲେ ଯେ, ପ୍ରକୃତିରେ ଅକ୍ସିଜେନ୍ ର ଅଭାବକୁ ଦୂର କରିବାକୁ ଯାଇ ପ୍ରତିଦିନ ୩ଟି ଗଛ ଲଗାଇବେ । ଆଉ ଏହିପରି ଭାବରେ ଗଛ ଲଗାଇ ଆଜି ସେ ପୂରା ୪୫୦ଟି ଗଛ ଲଗାଇସାରିଲେଣି । ଯାହାକୁ ଏବେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Get real time updates directly on you device, subscribe now.