fbpx

କାଲି ଫାଶୀରେ ଝୁଲିବେ ନିର୍ଭୟା ସଇତାନ୍, ଜଲ୍ଲାଦରୁ ଜାଣନ୍ତୁ-ଭିତରେ କଣ କଣ ହୁଏ ?

ନିର୍ଭୟା ଦୋଷୀଙ୍କ ଶେଷ ସମୟ ପାଖେଇ ଆସୁଛି । ବିନୟ ଓ ମୁକେଶର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ଆସନ୍ତାକାଲି ସକାଳ ୫.୩୦ରେ ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ । ଏହି କାର୍ଯ୍ୟ ପାଇଁ ପୂର୍ବରୁ ପୱନ ଜଲ୍ଲାଦ ମିରଟରୁ ଦିଲ୍ଲୀ ଆସି ପହଞ୍ଚି ସାରିଛନ୍ତି । ସେ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି ।
ତେବେ ଫାଶୀ ଘରେ ଫାଶୀ ଦେବା ପୂର୍ବରୁ ଇସାରାରେ କଣ କଥାବାର୍ତ୍ତା ହୁଏ ଓ ପରେ କିପରି ଫାଶୀ ଦିଆଯାଏ ଜଲ୍ଲାଦ କହିଛନ୍ତି । ପୱନ କହିଛନ୍ତି ଯେ, ମୃତ୍ୟୁ ତାରିଖ ସ୍ଥିର ହେବା ପରେ ଆମକୁ ଜେଲକୁ ଡକାଯାଏ । ଫାଶୀ ଦେବା ପୂର୍ବରୁ କଏଦୀଙ୍କ ପାଦ କିପରି ବନ୍ଧା ହେବ, ଦଉଡି କିପରି ବନ୍ଧା ହେବ ବୋଲି ଯୋଜନା କରାଯାଏ । ଫାଶୀ ସମୟର ୧୫ ମିନିଟ ପୂର୍ବରୁ ଆମେ ସେହି ଗୃହକୁ ଯାଉ । ଫାଶୀ ପାଇଁ ପ୍ରସ୍ତୁତ ହେବାକୁ ଦେଢ ଘଣ୍ଟା ଲାଗିଥାଏ ।

କଏଦୀଙ୍କୁ ବ୍ୟାରେକରୁ ଫାଶୀ ଘରକୁ ଆଣିବା ପ୍ରକ୍ରିୟା ସମ୍ବନ୍ଧରେ ଜଲ୍ଲାଦ କହିଛନ୍ତି ଯେ, ଫାଶୀ ଗୃହକୁ ଆଣିବା ପୂର୍ବରୁ କଏଦୀର ହାତରେ ହାତକଡି ପକାହୋଇଥାଏ, ନହେଲେ ହାତକୁ ପଛରେ ଦଉଡିରେ ବାନ୍ଧି ଦିଆଯାଏ । ଦୁଇ ସିପାହୀ କଏଦୀକୁ ଧରି ସେଠାରେ ପହଞ୍ଚିଥାନ୍ତି । ବ୍ୟାରେକରୁ ଫାଶୀ ଗୃହର ଦୂରତାକୁ ଆଧାର କରି ଫାଶୀ ସମୟ ପୂର୍ବରୁ କଏଦୀକୁ ଆଣିବା ପ୍ରକ୍ରିୟା ଆରମ୍ଭ କରନ୍ତି ।

ଫାଶୀ ଘର ବିଷୟରେ ପୱନ କହିଛନ୍ତିି ଯେ, ଫାଶୀ ସମୟରେ ସେଠାରେ ୪ରୁ ୫ ଜଣ ସିପାହୀ ରହିଥାନ୍ତି । ସେମାନେ କଏଦୀକୁ ଫାଶୀର ଦେବାର ସ୍ଥାନରେ ଠିଆ କରନ୍ତି । ସେ କିଛି କୁହନ୍ତି ନାହିଁ, କେବଳ କେବଳ ସଙ୍କେତରେ କାମ କରନ୍ତି । ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ଆମେ ସମସ୍ତେ ଜେଲ ଅଧୀକ୍ଷକଙ୍କ ସହ ଆଲୋଚନା ହୋଇଥାଏ । ଏହା ବ୍ୟତିତ ଫାଶୀ ଘରେ ଜେଲ ଅଧୀକ୍ଷକ, ଡେପୁଟି ଜେଲର ଓ ଡାକ୍ତରମାନେ ଉପସ୍ଥିତ ରହିଥାନ୍ତି । ଫାଶୀ ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ କିଛି କୁହନ୍ତି ନାହିଁ, କେବଳ ସଙ୍କେତରେ କାମ ହୋଇଥାଏ । କଏଦୀଙ୍କୁ ବିବ୍ରତ ନ କରିବା ବା ସେମାନେ ଯେପରି କୌଣସି ଡ୍ରାମା ନକରନ୍ତି, ସେନେଇ ସମସ୍ତେ ସଙ୍କେତରେ କାମ କରାଯାଏ । ସେଥିପାଇଁ ସମସ୍ତେ ସବୁକିଛି ଜାଣି କିଛି କୁହନ୍ତି ନାହିଁ ।

କିପରି ଦିଆଯାଏ ଫାଶୀ:

ଫାଶୀ ଦେବାକୁ ମାତ୍ର ୧୦ରୁ ୧୫ ମିନିଟ୍ ଲାଗିଥାଏ । ପୱନ କହିଛନ୍ତି ଯେ, କଏଦୀର ହାତ ପ୍ରଥମରୁ ବନ୍ଧା ହୋଇଥାଏ । ପରେ ପାଦ ବନ୍ଧା ହୋଇ ମୁଣ୍ଡରେ କଳା ରଙ୍ଗର ଟୋପା ଦିଆଯାଇ ଫାଶୀର ଦଉଡିକୁ ଟାଇଟ୍ କରାଯାଏ । ପାଦ ବାନ୍ଧିବା ଓ ମୁଣ୍ଡ ଉପରେ ଟୋପା ଘୋଡାଇବା କାର୍ଯ୍ୟ ସର୍ବଦା ପାଶ୍ୱର୍ରେ କରାଯାଇଥାଏ, କାରଣ କଏଦୀ ମୃତ୍ୟୁ ପୂର୍ବରୁ ଫାଶୀ ଦେଉଥିବା ବ୍ୟକ୍ତିଙ୍କୁ ଗୋଡରେ ଆଘାତ କରିପାରେ । ମୁଣ୍ଡକୁ ଦଉଡିରେ ଭଲ ଭାବରେ ବାନ୍ଧିବା ପାଇଁ କଏଦୀଙ୍କୁ ଚାରିପାଖ ବୁଲିବାକୁ ପଡେ । ସମସ୍ତ କାର୍ଯ୍ୟ ସରିବା ପରେ ଆମେ ଲିଭର ପାଖରେ ପହଞ୍ଚି କାର୍ଯ୍ୟ ସମାପ୍ତ ହୋଇଛି ବୋଲି ଜେଲ ଅଧୀକ୍ଷକଙ୍କୁ ଆଙ୍ଗୁଠି ଦେଖାଉ । ସଙ୍କେତ ମଳିବା ମାତ୍ରେ ଲିଭରକୁ ଟାଣିବାକୁ ପ୍ରସ୍ତୁତ ଚାଲେ ।

ତେବେ ପୱନ କହିଛନ୍ତି ଯେ, କଏଦୀଙ୍କୁ ଠିଆ କରିବା ଜାଗାରେ ଏକ ଗୋଲାକାର ଚିହ୍ନ ତିଆରି କରାଯାଏ, ଯେଉଁଥିରେ କଏଦୀର ପାଦ ରଖିଥାଏ । ଜେଲ ଅଧୀକ୍ଷକ ରୁମାଲ ପକାଇ ପଏଣ୍ଟ କରିବା ମାତ୍ରେ ଆମେ ଲିଭରକୁ ଟାଣିଥାଉ । କଏଦୀ ସିଧା ଖାଲରେ ଝୁଲନ୍ତା ଅବସ୍ଥାରେ ରହିଯାଏ । ୧୦ରୁ ୧୫ ମିନିଟରେ ତାଙ୍କ ଶରୀର ଶାନ୍ତ ହୋଇଯାଏ । ଏହା ପରେ ଡାକ୍ତର କଏଦୀଙ୍କ ଶରୀରକୁ ଯାଇ ହାର୍ଟବିଟ୍ ଯାଞ୍ଚ କରନ୍ତି ।

Get real time updates directly on you device, subscribe now.