fbpx

କେଶରେ ତେଲ ଲଗାଇବାକୁ ନେଇ ମେଡିକାଲ ସାଇନ୍ସର ରହିଛି ଏପରି ମତ, ଜାଣିଲେ ଆଉ କରିବେନି ଏହି ଭୁଲ୍‌

Advertisement

ଓଡ଼ିଶା ଭାସ୍କର: ଆପଣ ମୁଣ୍ଡରେ ତେଲ ଲଗାଇବା ବିଷୟରେ ତ ଶୁଣିଥିବେ । ପ୍ରାୟ ସମୟରେ ଘରେ ମା’ ମାନେ ପିଲାଙ୍କୁ ମୁଣ୍ଡରେ ତେଲ ଲଗାଇବାକୁ କହିଥାନ୍ତି । ତେଲ ନ ଲଗାଇଲେ କେଶ ଖରାପ ହୋଇଯିବାର ଭୟ ଥାଏ । କେଶକୁ ଭୋଜନ ଓ ପୋଷଣ ନ ମିଳିଲେ ଏହା ଝଡିବା ସହିତ ରୂପି ସମସ୍ୟା ବି ଦେଖାଦେବ ବୋଲି ସମସ୍ତେ କୁହନ୍ତି । ଆମ ଦେଶରେ ତ କେଶରେ ତେଲ ଲଗାଇବା ଏକ ପରମ୍ପରା ଅଟେ ।

କିନ୍ତୁ ମେଡିକାଲ ସାଇନ୍ସ ଏହି ଥିଓରୀକୁ ମାନି ନ ଥାଏ । ଅନ୍ୟପକ୍ଷରେ ମେଡିକାଲ ସାଇନ୍ସ ଏହାକୁ କ୍ଷତିକାରକ କହିଥାଏ । ଚିକିତ୍ସା ବିଜ୍ଞାନର ମତ କେଶ ଏକ ନିର୍ଜୀବ ଉପାଦାନ । ଏହା ଉପରେ ତେଲ ଲଗାଅ କିମ୍ବା ଘିଅ କୌଣସି ଫାଇଦା ମିଳି ନ ଥାଏ । ଅନ୍ୟପକ୍ଷରେ ମୁଣ୍ଡରେ ତେଲ ଲଗାଇ ଆମେ ସେହି ଲୋମ କୂପକୁ ବନ୍ଦ କରିଦେଉ ଯାହା ଖୋଲା ରହିବା ବହୁତ ଜରୁରୀ ।

ଡାକ୍ତରଙ୍କ କହିବା ଅନୁସାରେ ଆମ ଶରୀର ଏକ ସଂପୂର୍ଣ୍ଣ ଶରୀର । ଆମ ମୁଣ୍ଡରେ ତେଲ କାରଖାନା ରହିଛି । ଏପରିକି ଦେହ ଠାରୁ ଅଧିକ ତେଲ ମୁଣ୍ଡରେ ରହିଥାଏ । ଯେଉଁମାନଙ୍କର କେଶ ଲମ୍ବା ହୋଇଥାଏ ତେଲ ସେମାନଙ୍କ ପୁରା କେଶ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ । ଏଣୁ ଝିଅମାନେ ତେଲ ପରିବର୍ତ୍ତେ କେଶରେ କଣ୍ଡିସନର ଲଗାଇବା ଭଲ । ଡାକ୍ତର କୁହନ୍ତି ଯଦି ଆପଣ ମୁଣ୍ଡରେ ରକ୍ତ ସଞ୍ଚାରଣ ପାଇଁ ତେଲ ଲଗାଉଛନ୍ତି ତେବେ ଏପରି କରିପାରିବେ । କିନ୍ତୁ ମୁଣ୍ଡରେ ତେଲ ଲାଗାଇବାର ଅଧଘଣ୍ଟା ପରେ କେଶ ଧୋଇବା ଉଚିତ । ଯେଉଁମାନେ ମୁଣ୍ଡରେ ତେଲ ଲଗାଇ ବହୁଦିନ ପର୍ଯ୍ୟନ୍ତ ରଖିଥାନ୍ତି ସେଥିରୁ ସେମାନଙ୍କୁ କୌଣସି ଫାଇଦା ମିଳି ନ ଥାଏ । ବରଂ କ୍ଷତି ହୋଇଥାଏ । ତେଲ ଲଗାଇବା ଦ୍ୱାରା ମୁଣ୍ଡରେ ଲୋମ ଛିଦ୍ର ବନ୍ଦ ହୋଇଯାଏ ଯାହା ଫଙ୍ଗସର କାରଣ ପାଲଟିଥାଏ । ମୁଣ୍ଡରେ ଯେଉଁ ରୂପି ହୋଇଥାଏ ତାହା ଏହି ଫଙ୍ଗସ କାରଣରୁ ହୋଇଥାଏ । ତେଣୁ ତେଲ ଲଗାଇବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଯିବ ବୋଲି ଭାବିବା ସଂପୂର୍ଣ୍ଣ ଭୁଲ୍ ।

Get real time updates directly on you device, subscribe now.