fbpx

BIG BREAKING: ୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

Advertisement

ଓଡ଼ିଶା ଭାସ୍କର: ୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି। ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ରାଜ୍ୟ କ୍ୟାବିନେଟରେ ୩ଟି ବିଭାଗର ୮ ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଯେଉଁଥିରେ ସ୍ୱାସ୍ଥ୍ୟବିଭାଗର ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି। ମହିଳା ଓ ଶିଶୁ ବିକାଶର ୫୦୪ ଜଣ ଠିକା ସୁପର ଭାଇଜରଙ୍କୁ ରେଗୁଲାର ପାଇଁ ନିଷ୍ପତି ହୋଇଛି। ଅପରପକ୍ଷେ ୬ ପାରାମେଡିକ କ୍ୟାଡର ରୁଲ୍‌ରେ ସଂଶୋଧନ ନେଇ ବି ନିଷ୍ପତ୍ତି ହୋଇଛି। ତେବେ ଜଳ ସମ୍ପଦ ବିଭାଗ ତରଫରୁ ଜଳ ସୂଚନା ବିଜ୍ଞାନ କେନ୍ଦ୍ର ସ୍ଥାପନ ହେବ ବୋଲି ନିଷ୍ପତି ନିଆଯାଇଛି। ପାଣିପାଗ ଏବଂ ଜଳ ସମ୍ବନ୍ଧୀୟ ସୂଚନା ପାଇଁ ଗୋଟିଏ ଜାଗାରେ ସୁବିଧା ମିଳିବ । ଏ ନେଇ ଆଜି କ୍ୟାବିନେଟରେ ମୋହର ବାଜିଛି।

Get real time updates directly on you device, subscribe now.