fbpx

ଭୁବନେଶ୍ୱରରେ କେମିତି ଅଛି କରୋନା ସ୍ଥିତି?

ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ଭୁବନେଶ୍ୱରରେ କୋଭିଡ ସ୍ଥିତି ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ‘ଭୁବନେଶ୍ୱରରେ ଗତ ୧୦ ଦିନ ହେବ ସଂକ୍ରମଣ କମିଛି । ଭୁବନେଶ୍ୱରରେ ଏବେ ୨,୧୪୨ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୬୯୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨୬ ହଜାର ୩୭୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ହୋମ ଆଇସୋଲେସନରେ ୭୫ ପ୍ରତିଶତ ଲୋକ ଅଛନ୍ତି । ଦିନକୁ ଏବେ ୩ ହଜାର କରୋନା ଟେଷ୍ଟ ହେଉଛି । ଆଗକୁ ଏହି ସଂଖ୍ୟା ବୃଦ୍ଧି କରାଯିବ । ହସ୍ପିଟାଲରେ ଏବେ ବେଡ ଖାଲି ରହିଛି । ଭୁବନେଶ୍ୱରରେ ଅଧିକ ଟେଷ୍ଟ କରିବାର ଆବଶ୍ୟକତା ରହିଛି । ଯିଏଁ ଚାହିଁବେ ଆସି ପରୀକ୍ଷା କରାଇପାରିବେ । ରାଜଧାନୀରେ ୧୪୪୩ ଜଣଙ୍କୁ ଫାଭିପିରାଭିର ଦିଆଯାଉଛି ।’

Get real time updates directly on you device, subscribe now.