fbpx

ଇସ୍ରାଏଲରେ ୧୩ ମହିଳା ଯୋଦ୍ଧାଙ୍କୁ ନେଇ ହେଉଛି ଚର୍ଚ୍ଚା, ୧୦୦ରୁ ଅଧିକ ହମାସ ଆତଙ୍କବାଦୀଙ୍କୁ ହତ୍ୟା କରି ସହରକୁ କଲେ ମୁକ୍ତ

ନୂଆଦିଲ୍ଲୀ: ଇସ୍ରାଏଲରେ ୪ ଲକ୍ଷରୁ ଅଧିକ ଯୁବକ ଯୁବତୀ ହମାସ ବିରୁଦ୍ଧରେ ଅସ୍ତ୍ର ଉଠାଇଛନ୍ତି । ଏହାରି ମଧ୍ୟରେ ୧୩ ଜଣ ମହିଳାଙ୍କ ଏକ ସେନା ଗ୍ରୁପକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏହି ମହିଳା ଯୋଦ୍ଧାମାନେ ୧୦୦ରୁ ଅଧିକ ହମାସ ଆତଙ୍କବାଦୀଙ୍କୁ ନିପାତ କରିଥିବା ବେଳେ ଇସ୍ରାଏଲର କିବୁତଜ ସହରକୁ ହମାସ କବଳରୁ ମୁକ୍ତ କରାଇଛନ୍ତି । ୭ ଅକ୍ଟୋବରରେ ଏହି ସହର ଉପରେ ହମାସ ସବୁଠାରୁ ଜୋରଦାର ଆକ୍ରମଣ କରିଥିଲା । ଇସ୍ରାଏଲ ପ୍ରତିରକ୍ଷା ବିଭାଗର ୧୩ ଜଣ ମହିଳା ସୈନିକ ଏଠାରେ ହମାସ ଆତଙ୍କବାଦୀଙ୍କ ମୁକାବିଲା କରି ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଲେଫ୍ଟନାଣ୍ଟ କର୍ଣ୍ଣେଲ ବେନ୍ ୟେହୁଦାଙ୍କ ନେତୃତ୍ୱରେ ଏହି ମହିଳା ଦଳ ବେଶ୍ ଦୃଢତାର ସହ ହମାସ ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ ।

ଏହି ମହିଳା ସୈନିକମାନେ ସେହି ସମୟରେ ଆକ୍ରମଣ କରିଥିଲେ ଯେତେବେଳେ ଆତଙ୍କବାଦୀମାନେ ମିଶରକୁ ଲାଗି ରହିଥିବା ଏକ ସୀମା ଚୌକି ଉପରେ ଆକ୍ରମଣ କରିବାକୁ ଯାଉଥିଲେ । ୪ ପଟୁ ରକେଟ୍ ମାଡ ଭିତରେ ଏହି ମହିଳାମାନେ ଜୀବନକୁ ଭୟ ନ କରି ଆତଙ୍କବାଦୀଙ୍କ ସାମ୍ନାସାମ୍ନି ହୋଇଥିଲେ ଓ ୧୦୦ଜଣଙ୍କୁ ହତ୍ୟା କରିଥିଲେ ।

ବେନ୍ ୟେହୁଦାଙ୍କ ନେତୃତ୍ୱରେ ଏହି ମହିଳା ଟିମ୍ ସେନା ବେସ୍‌କୁ ଉଡାଇ ଦେବାକୁ ଆସିଥିବା ଆତଙ୍କବାଦୀଙ୍କୁ ବେଶ୍ ଯୋଜନାବଦ୍ଧ ଭାବରେ ଆକ୍ରମଣ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ଆତଙ୍କବାଦୀଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ । ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ୧୨ ଜଣ ମହିଳା ହମାସ ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ ଓ ୧୦୦ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ।

Get real time updates directly on you device, subscribe now.