fbpx

(Video)ରାହୁଲ ଗାନ୍ଧୀଙ୍କ ସହ ଇଣ୍ଟରଭ୍ୟୁରେ ସତ୍ୟପାଲ ମଲିକ କହିଲେ, ‘ମୁଁ ଲେଖିକି ଦେଉଛି ମୋଦୀ ସରକାର ଏବେ ଆସିବେ ନାହିଁ’

Advertisement

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଇଣ୍ଟରଭ୍ୟୁ ନେଇଛନ୍ତି । ଏଥିରେ ସେ କୃଷକ ଆନ୍ଦୋଳନ, ପିଲୱାମା ଆକ୍ରମଣ ଏବଂ ଅଡାନୀ ସମେତ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି କଥାବାର୍ତ୍ତାକୁ ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରି ଲେଖିଛନ୍ତି ଯେ, କଣ ଏହି ସମ୍ବାଦ ଇଡି-ସିବିଆଇର ଦୌଡ଼କୁ ବଢାଇଦେବ? ରାହୁଲ ଗାନ୍ଧୀ କଥାବାର୍ତ୍ତା ମାଧ୍ୟମରେ ସତ୍ୟପାଲ ମଲିକ କହିଛନ୍ତି ଯେ, ମୋଦୀ ସରକାର ଏବେ ଆସିବେ ନାହିଁ ।

ରାହୁଲ ଗାନ୍ଧୀ ପଚାରିଛନ୍ତି ଯେ, ଯେତେବେଳେ ଆପଣ ଜାମ୍ମୁ କାଶ୍ମୀରରେ ଥିଲେ ସେତେବେଳେ ଆପଣଙ୍କ ପାଇଁ ବହୁତ ଜଟିଳ ସମୟ ଥିଲା, ଏହା ଉପରେ ଆପଣଙ୍କ ରାୟ କଣ? ସତ୍ୟପାଲ ମଲିକ କହିଛନ୍ତି ଯେ, ଆପଣ ଜାମ୍ମୁ କାଶ୍ମୀରକୁ ଜବରଦସ୍ତ ବା ସେନାଙ୍କ ଦ୍ୱାରା ଠିକ୍ କରିପାରିବେ ନାହିଁ । ସମୟର ସାମାଧାନ କରିବା ପାଇଁ ପ୍ରଥମେ ରାଜ୍ୟର ମାନ୍ୟତା ଦେବା ଆବଶ୍ୟକ ।

ସେ ଆଗକୁ ଆହୁରି ଦାବି କରିଛନ୍ତି ଯେ, ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶର ମାନ୍ୟତା, କେନ୍ଦ୍ର ସରକାର ଏଥିପାଇଁ ଦେଇଛନ୍ତି କାରଣ ତାଙ୍କୁ ଲାଗୁଥିଲେ ପୋଲିସ ବିଦ୍ରୋହ କରିଦେବ ହେଲେ ପୋଲିସ ସରକାରଙ୍କ ପ୍ରତି ବିଶ୍ୱସ୍ତ ରହିଛି । ସେ ଇଦ ମାସରେ ମଧ୍ୟ ଛୁଟି ନେଇ ନାହାନ୍ତି । ଏଥିରେ ରାଜ୍ୟର ମାନ୍ୟତା ଦେଇ ନିର୍ବାଚନ କରିବାକୁ ଚାହୁଁଛନ୍ତି ।

ଏନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଯାଉଛି ତ ମୋତେ ମଧ୍ୟ ଏପରି ଲାଗୁଛି ଯେ, ଲୋକମାନେ ରାଜ୍ୟର ମାନ୍ୟତା ଛଡାଇ ନିଆଯିବା ଲାଗି ଖୁସି ନାହାନ୍ତି । ସତ୍ୟପାଲ ମଲିକ କହିଛନ୍ତି ଯେ, ମୁଁ ରାଜ୍ୟର ମାନ୍ୟତା ଦେବା ପାଇଁ କହୁଛି ତ ସେମାନେ କହୁଛନ୍ତି ସବୁ କିଛି ଠିକ୍ ଅଛି ।

Get real time updates directly on you device, subscribe now.