fbpx

ଅକ୍ଟୋବରରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ? ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜାରି କଲା ଲିଷ୍ଟ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଅକ୍ଟୋବରରେ ବ୍ୟାଙ୍କଗୁଡିକ ମୋଟ ୨୧ ଦିନ ପାଇଁ ବନ୍ଦ ହେବାକୁ ଯାଉଛି । ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଅକ୍ଟୋବର ୨୦୨୨ର ଛୁଟି ତାଲିକା ଜାରି ହୋଇଛି । ଏହି ଛୁଟି ଦିନଗୁଡ଼ିକରେ ପର୍ବ ପର୍ବାଣି, ଦ୍ୱିତୀୟ ଓ ଚତୃର୍ଥ ଶନିବାର ଓ ରବିବାର ଦିନ ସାମିଲ ରହିଛି । ତେବେ ବର୍ତ୍ତମାନ ଦେଖନ୍ତୁ ଅକ୍ଟୋବର ମାସର ଛୁଟି ଲିଷ୍ଟ ।

୧ ଅକ୍ଟୋବର: ଅର୍ଦ୍ଧ ବାର୍ଷିକ ବନ୍ଦ, ସିକମରେ ବ୍ୟାଙ୍କଗୁଡିକ ଅକ୍ଟୋବର ୧ ରେ ବନ୍ଦ ରହିବ ।

୨ ଅକ୍ଟୋବର: ଗାନ୍ଧୀ ଜୟନ୍ତୀ ।

୩ ଅକ୍ଟୋବର : ଦୁର୍ଗା ପୂଜା (ମହା ଅଷ୍ଟମୀ), ସିକିମ, ତ୍ରିପୁରା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମେଘାଳୟ, କେରଳ, ବିହାର ଏବଂ ମଣିପୁରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୪ ଅକ୍ଟୋବର: ଦୁର୍ଗା ପୂଜା (ମହା ଅଷ୍ଟମୀ) କର୍ଣ୍ଣାଟକ, ଓଡିଶା, ସିକିମ, କେରଳ, ବଙ୍ଗଳା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ଝାଡଖଣ୍ଡ ଏବଂ ମେଘାଳୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୫ ଅକ୍ଟୋବର: ଦୁର୍ଗା ପୂଜା / ଦଶହରା (ବିଜୟା ଦଶମି) / ଶ୍ରୀମନ୍ତ ସଙ୍କର ଦେବଙ୍କ ଜନ୍ମ ଉତ୍ସୋବ । ମଣିପୁର ବ୍ୟତୀତ ସମଗ୍ର ଭାରତରେ ବ୍ୟାଙ୍କ ବନ୍ଦ ରହିବ ।

୬ ଅକ୍ଟୋବର: ଦୁର୍ଗା ପୂଜା (ଦସେନ) ସିକିମ ଗ୍ୟାଙ୍ଗଟୋକରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୭ ଅକ୍ଟୋବର: ସିକିମର ଗ୍ୟାଙ୍ଗଟୋକରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୮ ଅକ୍ଟୋବର: ଦ୍ୱିତୀୟ ଶନିବାର ।

୯ ଅକ୍ଟୋବର: ରବିବାର

୧୬ ଅକ୍ଟୋବର : ରବିବାର

୨୨ ଅକ୍ଟୋବର: ଚତୁର୍ଥ ଶନିବାର

୨୩ ଅକ୍ଟୋବର: ରବିବାର

୨୪ ଅକ୍ଟୋବର: କାଳୀ ପୂଜା, ଦୀପବଳି / ଲକ୍ଷ୍ମୀ ପୂଜା

୩୦ ଅକ୍ଟୋବର: ରବିବାର

Get real time updates directly on you device, subscribe now.