fbpx

ଶୀତଋତୁରେ ଖାଲି ପେଟରେ କେତେ ପରିମାଣରେ ଉଷୁମ ପାଣି ପିଇବା ଉଚିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

AAKASH

ଖାଲି ପେଟରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏପରିକି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଡାକ୍ତରମାନେ ମଧ୍ୟ ଖାଲି ପେଟରେ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ଏହା ବିଶେଷ ଭାବରେ କୋଷ୍ଠକାଠିନ୍ୟ ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଏବେ ପ୍ରଶ୍ନ ଉଠିଥାଏ ଯେ ଖାଲି ପେଟରେ ଗରମ ବା ଉଷୁମ ବା ଥଣ୍ଡା ପାଣି ପିଇବା ଉଚିତ୍ କି?

ଋତୁ ଅନୁଯାୟୀ ଖାଦ୍ୟପେୟରେ ପରିବର୍ତ୍ତନ କରାଯିବା ଅତ୍ୟନ୍ତ ଜରୁରୀ । ଶୀତଦିନେ ଶରୀରକୁ ଗରମ ରଖିବା ପାଇଁ ଗରମ ଖାଦ୍ୟ ଖାଇବା ଆବଶ୍ୟକ । ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ପାଇଁ ଥଣ୍ଡା ଜିନିଷ ଖାଇବା ମଧ୍ୟ ବେଶ ଜରୁରୀ ।

ଅନେକ ଲୋକ ପ୍ରତ୍ୟେକ ଋତୁରେ ଖାଲି ପେଟରେ ଉଷୁମ କିମ୍ବା ଗରମ ପାଣି ପିଇଥାନ୍ତି । ଥଣ୍ଡା ପାଗରେ, ଆପଣ ଗରମ ଜିନିଷ ଖାଇବା ଉଚିତ ଯାହା ଦ୍ୱାରା ଆପଣ ସୁସ୍ଥ ରହିବା ସହିତ ଆପଣଙ୍କ ଶରୀର ଦିନସାରା ହାଇଡ୍ରେଟ ରହିବ । ତେବେ ଶୀତଦିନେ ଥଣ୍ଡା ପାଣି ପିଇବା ହଜମ ପ୍ରକ୍ରିୟା ଉପରେ ବହୁତ ପ୍ରଭାବ ପକାଇଥାଏ । ତେବେ ଶୀତଦିନେ ସକାଳେ ଖାଲିପେଟରେ କେତେ ପରିମାଣର ଗରମ ପାଣି ପିଇବା ଆପଣଙ୍କ ଶରୀର ପାଇଁ ଆବଶ୍ୟକ ଆସନ୍ତୁ ଜାଣିବା ।

ଉଚିତ ତାପମାତ୍ରାର ପାଣି ପିଅନ୍ତୁ- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ଶରୀରର ଉତ୍ତାପ ଅନୁଯାୟୀ ସକାଳେ ଉଷୁମ ପାଣି ପିଇବା ଉଚିତ। କାରଣ ଅତ୍ୟଧିକ ଥଣ୍ଡା ପାଣି ଶରୀର ପାଇଁ କ୍ଷତିକାରକ ହୋଇପାରେ । ସେହିଭଳି ଅତ୍ୟଧିକ ଗରମ ପାଣି ମଧ୍ୟ ଶରୀର ପାଇଁ ବିପଦଜନକ ହୋଇପାରେ । ତେଣୁ ଶୀତ ଋତୁରେ ମଧ୍ୟ ଉଷୁମ ପାଣି ପିଅନ୍ତୁ । ତେବେ ଏହାର ତାପମାତ୍ରା ୧୬ ଡିଗ୍ରି ରୁ ୩୮ ଡିଗ୍ରି ମଧ୍ୟରେ ରହିବା ଉଚିତ ।

ଛାତିରେ ସଂକ୍ରମଣ- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଅତ୍ୟଧିକ କାଶ ଏବଂ ଛାତିରେ କଫ ହେଉଥିଲେ ମଧ୍ୟ ଉଷୁମ ପାଣି ବେଶ ଲାଭଦାୟକ ହୋଇଥାଏ । ତେବେ ଅତ୍ୟଧିକ ଗରମ କିମ୍ବା ଅଧିକ ଥଣ୍ଡା ପିଅନ୍ତୁ ନାହିଁ । ଏକ ଉପଯୁକ୍ତ ତାପମାତ୍ରା ଅନୁଯାୟୀ ଉଷୁମ ପାଣି ପିଅନ୍ତୁ । ଉଷୁମ ପାଣି ପିଇବା ଦ୍ୱାରା କାଶ କମ ହେବା ସହିତ କଫ ମଧ୍ୟ ବାହାରିଥାଏ ଏବଂ ଛାତି ଯନ୍ତ୍ରଣା ଓ କଫରୁ ମଧ୍ୟ ଉପଶମ ମିଳିଥାଏ ।

ଗଳା ଏବଂ ଛାତିରେ ପୋଡ଼ାଜଳା- ଶୀତ ଋତୁରେ ଅନେକଙ୍କର ପିତ୍ତ ଦୋଷ ମଧ୍ୟ ବଢ଼ିଯାଇଥାଏ । ତେବେ ଏହି କାରଣରୁ ଛାତିରେ ଜଳାପୋଡ଼ା, ବଦହଜମି, କୋଷ୍ଠକାଠିନ୍ୟତା ଏବଂ ଅମ୍ଳ ହୋଇଥାଏ । ଏହି କାରଣରୁ ନିଦ୍ରା ଅଭାବ ଏବଂ ତ୍ୱଚାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । ତେବେ ଏପରି ସମସ୍ୟା ଥିଲେ ଉଷୁମ ପାଣି ଏହା ପାଇଁ ଏକ ଭଲ ପ୍ରତିକାର । ପ୍ରତିଦିନ ଉଷୁମ ପାଣି ପିଇବା ଦ୍ୱାରା ଆପଣଙ୍କୁ ବେଶ ଆରାମ ମିଳିବ ।

ଅନ୍ୟପକ୍ଷରେ ଆୟୁର୍ବେଦ ଅନୁଯାୟୀ, ସକାଳେ ଉଠିବା ପରେ ଖାଲି ପେଟରେ ଉଷୁମ ପାଣି ପିଇବା ଉଚିତ୍ ନୁହେଁ। ଯଦି ଆପଣ ଉଷୁମ ପାଣି ପିଇବାକୁ ଚାହାଁନ୍ତି, ତେବେ ଲେମ୍ବୁ, ଘିଅ କିମ୍ବା ମହୁକୁ ଉଷୁମ ପାଣିରେ ମିଶାଇ ପିଇବା ଉଚିତ । ଏହା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଭଲ କରିବା ସହିତ ମୋଟାପଣକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।

Get real time updates directly on you device, subscribe now.