fbpx
BSKY
BJD YOUTH SKY
BJD MS SKY

OSSC ପକ୍ଷରୁ ସୂଚନା: ମିଳିତ ବୈଷୟିକ ସେବା ନିଯୁକ୍ତିର ପଦ ସଂଖ୍ୟା ବୃଦ୍ଧି ଘୋଷଣା

ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩କୁ ନେଇ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ଗତ ୮ ତାରିଖରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯିବ । ତେବେ ଏହା ମଧ୍ୟରେ ମିଳିତ ବୈଷୟିକ ସେବା ପରୀକ୍ଷାର ପଦ ସଂଖ୍ୟାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ ।

ଓଏସଏସସିର ବିଜ୍ଞପ୍ତି ମୁତାବକ, ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷାର ପଦ ସଂଖ୍ୟା ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ମୁଖ୍ୟ ଯନ୍ତ୍ରୀ, ଓଡ଼ିଶା ଜନସ୍ୱାସ୍ଥ୍ୟ ବିଭାଗରେ ମୋଟ ୧୪୭ ଜଣ ଜୁନିୟର ଇଞ୍ଜିନିୟର (ସିଭିଲ)ଙ୍କୁ ନିଯୁକ୍ତି ଦିଆଯିବ । ସେଥିମଧ୍ୟରୁ ୪୮ ଜଣ ମହିଳା ନିଯୁକ୍ତି ପାଇବେ । ୟୁଆରଙ୍କ ପାଇଁ ୮୨ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୨୨ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୩୭ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୬ଟି ପଦ ସଂରକ୍ଷିତ ରହିଛି । ତେବେ ପଦ ସଂଖ୍ୟା ବଢ଼ିଥିବାରୁ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଏହାକୁ ଚେକ୍ କରିବା ନିହାତି ଆବଶ୍ୟକ ।

ଏହା ପୂର୍ବରୁ ୧୫ଟି ଲାବୋରେଟୋରୀ ଆସିଷ୍ଟାଣ୍ଟ ଓ ୧୩ଟି ଲାବୋରେଟୋରୀ ଆଟେଣ୍ଡାଣ୍ଟ ପଦକୁ ପ୍ରତ୍ୟାହାର କରାଯାଇଥିଲା । ଏଥିସହିତ ଟେକ୍ନିକାଲ ତ୍ରୁଟି ଜନିତ କାରଣରୁ ଅନଲାଇନ୍ ଆବେଦନର ଅବଧିକୁ ବୃଦ୍ଧି କରାଯାଇଥିଲା । ଡିସେମ୍ବର ୨୨ରୁ ଜାନୁଆରୀ ୨୪ ମଧ୍ୟରେ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ କରାଯିବ ଓ ଡିସେମ୍ବର ୨୨ରୁ ଜାନୁଆରୀ ୨୭ ମଧ୍ୟରେ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରାଯିବ ।

ପ୍ରାର୍ଥୀଙ୍କୁ ଜୁନିୟର ମାଇନିଂ ଅଫିସର, ଜୁନିୟର ଏମଭିଆଇ, ଜୁନିୟର ଇଞ୍ଜିନିୟର (ମେକାନିକାଲ), ଜୁନିୟର ଇଞ୍ଜିନିୟର (ସିଭିଲ), ଟ୍ରେସର ଆଦି ପଦରେ ନିଯୁକ୍ତି ଦିଆଯିବ । ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଗୃହ ଓ ନଗର ଉନ୍ନୟନ ବିଭାଗ, ସହରୀ ଯୋଜନା ନିର୍ଦ୍ଦେଶାଳୟ, ବନ୍ଦର ଓ ଆଭ୍ୟନ୍ତରୀଣ ଜଳ ପରିବହନ ନିର୍ଦ୍ଦେଶାଳୟ, ଖଣି ଓ ଭୂବିଜ୍ଞାନ, ପଞ୍ଚାୟତିରାଜ ଓ ପିଇବା ପାଣି ବିଭାଗ ନିର୍ଦ୍ଦେଶାଳୟରେ ନିଯୁକ୍ତି ଦିଆଯିବା ନେଇ ପୂର୍ବରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

Get real time updates directly on you device, subscribe now.