fbpx

IPL-2024 Auction ପାଇଁ କେଉଁ ଦଳ ପାଖରେ କେତେ ଟଙ୍କା ଅଛି? ଦେଖନ୍ତୁ ନିଲାମର ପ୍ରଥମ ଅପଡେଟ୍

ନୂଆଦିଲ୍ଲୀ: IPL-2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆସନ୍ତା ସପ୍ତାହରେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ସମସ୍ତ ଦଳ ପାଖରେ ମୋଟ ୭୭ ଜଣ ଖେଳାଳିଙ୍କ ପାଇଁ ସ୍ଥାନ ବାକି ରହିଛି । କିନ୍ତୁ ଅକ୍ସନରେ ୩୩୩ ଜଣ ଖେଳାଳିଙ୍କ ନାମ ଚୟନ ହୋଇଛି । ନିଲାମରେ ସାମିଲ ଥିବା ଖେଳାଳିଙ୍କ ମଧ୍ୟରୁ ୨୩ ଜଣ ଖେଳାଳି ନିଜ ବେସ୍ ପ୍ରାଇସ ୨ କୋଟି ରଖିଥିବା ବେଳେ ୧.୫ କୋଟି ଟଙ୍କା ବେସ ପ୍ରାଇସରେ ରହିଛନ୍ତି ୧୩ ଜଣ ଖେଳାଳି । କିଛି ଦିନ ତଳେ ସମସ୍ତ ଦଳ ନିଜ ନିଜର ଖେଳାଳିଙ୍କ ରିଟେନ୍ ଲିଷ୍ଟ ଏବଂ ରିଲିଜ ଲିଷ୍ଟ ଜାରି କରି ସାରିଛନ୍ତି । ଏଥିରେ ବେନ୍ ଷ୍ଟୋକ୍ସଙ୍କ ଭଳି ଅନେକ ଖେଳାଳିଙ୍କୁ ରିଲିଜ କରିଛନ୍ତି ଆଇପିଏଲ ଟିମ୍ ।

ଚେନ୍ନାଇ ସୁପର କିଙ୍ଗସ: ଗତବର୍ଷର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସ ଆଗାମୀ ସିଜନ ପାଇଁ ୧୯ ଜଣ ଖେଳାଳିଙ୍କୁ ରିଟେନ୍ କରିଥିବା ବେଳେ ୬ ଜଣଙ୍କୁ ଅକ୍ସନ ମାଧ୍ୟମରେ ସାମିଲ କରିବ ଦଳ । ଏଥିମଧ୍ୟରୁ ୩ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଥାନ ରହିଛି । ତେବେ ଧୋନୀବାହିନୀ ନିକଟରେ ଏହି ସିଜନ ପାଇଁ ମୋଟ ୩୧.୪କୋଟି ଟଙ୍କା ରାଶି ରହିଛି ।

ଦିଲ୍ଲୀ କ୍ୟାପିଟାଲ୍ସ: ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ମୋଟ ୨୮.୯୫କୋଟି ଅର୍ଥରାଶି ରହିଛି । ତେବେ ନିଲାମରେ ଦଳକୁ ୯ ଜଣ ଖେଳାଳିଙ୍କ ସଉଦା କରିବାକୁ ହେବ, ଯେଉଁଥିରେ ୪ ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଥାନ ବାକି ରହିଛି । ଦଳ ଆଗାମୀ ସିଜନ ପାଇଁ ୧୬ ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା ।

ଗୁଜୁରାଟ ଟାଇଟନ୍ସ: ଗତବର୍ଷର ରନର୍ସ ଅପ୍ ଦଳ ଗୁଜୁରାଟ ଟାଇଟନ୍ସ ଅଇପିଏଲ-୨୦୨୪ ପାଇଁ ୧୭ ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା । ତେଣୁ ଆସନ୍ତା ସିଜନ ପାଇଁ ୨ ବିଦେଶୀ ଖେଳାଳିଙ୍କ ସାମତ ମୋଟ ୮ ଜଣଙ୍କ ଖେଳାଳିଙ୍କୁ ଦଳରେ ସାମିଲ କରିବ ଗୁଜୁରାଟ । ଏଥିପାଇଁ ଦଳ ପାଖରେ ସର୍ବାଧିକ ୩୮.୧୫ କୋଟି ଅର୍ଥରାଶି ବଳକା ରହିଛି ।

କୋଲକାତା ନାଇଟ ରାଇଡର୍ସ: ଆଇପିଏଲ-୨୦୨୪ ପାଇଁ କୋଲକାତା ମୋଟ ୧୩ ଜଣ ଖେଳାଳିଙ୍କୁ ରିଟେନ୍ କରିଛି । ତେଣୁ ଆଗାମୀ ସିଜନ ପାଇଁ ୪ ବିଦେଶୀ ଖେଳାଳିଙ୍କ ସମେତ ୧୨ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ପଡ଼ିବ । ତେବେ ଏଥିପାଇଁ ଦଳ ପାଖରେ ମୋଟ ୩୨.୭କୋଟି ଟଙ୍କା ଅର୍ଥରାଶି ରହିଛି ।

ଲକ୍ଷେ୍ନø ସୁପର ଜିଆଣ୍ଟସ: ସୁପର ଜିଆଣ୍ଟସ ନିକଟରେ ୧୩.୧୫ କୋଟି ଟଙ୍କା ରହିଥିବା ବେଳେ ଦଳକୁ ୨ ବିଦେଶୀ ଖେଳାଳିଙ୍କ ସମେତ ୬ ଜଣ ଖେଳାଳିଙ୍କୁ ସାମିଲ କରିବ । ତେବେ ଏହି ସିଜନ ପାଇଁ ଦଳ ୧୯ ଜଣ ଖେଳାଳିଙ୍କୁ ରିଟେନ୍ କରିଛି ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ-୨୦୨୪ ପାଇଁ ୧୭ ଜଣ ଖେଳାଳିଙ୍କୁ ରିଟେନ୍ କରିଛି । ଏହାପରେ ୪ ଜଣ ବିଦେଶୀ ଖେଳାଳିଙ୍କ ସହ ୮ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରିବ ମୁମ୍ବାଇ । ତେବେ ବର୍ତ୍ତମାନ ମୁମ୍ବାଇ ନିକଟରେ ୧୭.୭୫ କୋଟି ଟଙ୍କା ଅର୍ଥରାଶି ଅଛି । ତେବେ ପୂର୍ବରୁ ଦଳରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହୋଇ ସାରିଛନ୍ତି ।

ପଞ୍ଜାବ କିଙ୍ଗସ: ୧୭ ଜଣ ଖେଳାଳିଙ୍କୁ ଆଗାମୀ ସିଜନ ପାଇଁ ରିଟେନ୍ କରିଛି ପଞ୍ଜାବ । ସେଥିପାଇଁ ଦଳ ଅକ୍ସନରେ ମୋଟ ୮ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରିବ ଯେଉଁଥିରେ ୨ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇବେ । ତେବେ ନିଲାମ ପାଇଁ ଦଳ ନିକଟରେ ୨୯.୧କୋଟି ଟଙ୍କା ବକେୟା ରହିଛି ।

ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର: ଆଇପିଏଲ-୨୦୨୪ ପାଇଁ ବାଙ୍ଗାଲୋର ୧୯ ଜଣ ଖେଳାଳିଙ୍କୁ ରିଟେନ୍ କରିଛି । ତେଣୁ ଅକ୍ସନରେ ୩ ଫରେନ୍ ପ୍ଲେୟର୍ସଙ୍କ ସହ ୬ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରିବ ଆରସିବି । ତେବେ ଦଳ ପାଖରେ ୨୩.୨୫ କୋଟି ଅର୍ଥରାଶି ବାକି ଅଛି ।

ରାଜସ୍ଥାନ ରୋୟଲ୍ସ: ମୋଟ ୧୭ ଜଣ ଖେଳାଳିଙ୍କୁ ରିଟେନ୍ କରିଥିବା ରାଜସ୍ଥାନ ରୋୟଲ୍ସ ପାଖରେ ୧୪.୫ କୋଟି ଟଙ୍କା ଉପଲବ୍ଧ ରହିଛି । ତେବେ ନିଲାମରେ ୩ ଜଣ ବିଦେଶୀ ଖେଳାଳିଙ୍କ ସମେତ ୮ ଜଣ ଖେଳାଳିଙ୍କ ପାଇଁ ନିଲାମ ଡାକିବ ରାଜସ୍ଥାନ ।

ସନରାଇଜର୍ସ ହାଇଦ୍ରାବାଦ: ଆଇପିଏଲ-୨୦୨୪ ସିଜନ ପାଇଁ ୧୯ ଜଣ ଖେଳାଳି ହାଇଦ୍ରାବାଦ ଦଳରେ ରିଟେନ୍ ହୋଇଛନ୍ତି । ତେବେ ଅକ୍ସନରେ ୩ ଜଣ ବିଦେଶୀ ଖେଳାଳିଙ୍କ ସମେତ ମୋଟ ୬ ଜଣ ଖେଳାଳିଙ୍କ ପାଇଁ ନିଲାମରେ ସାମିଲ ହେବ ହାଇଦ୍ରାବାଦ । ତେବେ ଏଥିପାଇଁ ଦଳର ପର୍ସରେ ମୋଟ ୩୪ କୋଟି ଟଙ୍କାର ବ୍ୟାଙ୍କବାଲାନ୍ସ ରହିଛି ।

Get real time updates directly on you device, subscribe now.