fbpx
BSKY SKY
BSKY SKY

ଡିସେମ୍ବର ୧୨ ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (GPAI) ଉପରେ ବାର୍ଷିକ ବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିବେ ମୋଦୀ

BSKY

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଡିସେମ୍ବର, ୨୦୨୩ ଅପରାହ୍ନ ପ୍ରାୟ ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଗ୍ଲୋବାଲ ପାର୍ଟନରସିପ୍ ଅନ୍ ଆର୍ଟିଫିସିଆଲ୍ଇଣ୍ଟେଲିଜେନ୍ସ (ଜିପିଏଆଇ) ସମିଟ୍ / (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀ) କୁ ଉଦ୍‌ଘାଟନ କରିବେ ।

ଜିପିଏଆଇ ହେଉଛି ୨୯ଟି ସଦସ୍ୟ – ଦେଶ ସହିତ ଏକ ବହୁ – ଅଂଶୀଦାରପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇଉପରେ ସନ୍ଦର୍ଭ ଏବଂ ଏହାର ବ୍ୟବହାରିକତା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣକରିବା । ୨୦୨୪ରେ ଭାରତ ହେଉଛି ଜିପିଏଆଇର ପ୍ରମୁଖ ଅଧ୍ୟକ୍ଷ ରାଷ୍ଟ୍ର । ୨୦୨୦ ମସିହାରେ ଜିପିଏଆଇର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ, ଜିପିଏଆଇର ବର୍ତ୍ତମାନରଆଗାମୀ ସମର୍ଥନ ଅଧ୍ୟକ୍ଷ ଏବଂ ୨୦୨୪ରେ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷ ଭାବରେ, ଭାରତ ଡିସେମ୍ବର ୧୨ ରୁ ୧୪, ୨୦୨୩ ପର୍ଯ୍ୟନ୍ତ ବାର୍ଷିକ ଜିପିଏଆଇ ଶିଖର ସମ୍ମିଳନୀଆୟୋଜନ କରୁଛି ।

ଏହି ସମ୍ମିଳନୀରେ ଏଆଇ ଏବଂ ବିଶ୍ୱ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତା, ଏଆଇ ଏବଂଡାଟା ଗଭର୍ଣ୍ଣାନ୍ସ ଏବଂ ଏମଏଲ କର୍ମଶାଳା ଭଳି ବିଭିନ୍ନ ବିଷୟ ଉପରେ ଏକାଧିକଅଧିବେଶନ ଆୟୋଜନ କରାଯିବ । ଶିଖର ସମ୍ମିଳନୀର ଅନ୍ୟାନ୍ୟ ଆକର୍ଷଣ ଗୁଡିକମଧ୍ୟରେ ଗବେଷଣା ଆଲୋଚନାଚକ୍ର , ଏଆଇ ଗେମଚେଞ୍ଜର୍ସ ପୁରସ୍କାର ଏବଂଇଣ୍ଡିଆ ଏଆଇ ପ୍ରଦର୍ଶନୀ ଅନ୍ତର୍ଭୁକ୍ତ ।

ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ୫୦ରୁ ଅଧିକ ଜିପିଏଆଇ ବିଶେଷଜ୍ଞ ଏବଂ ୧୫୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ । ଏହାବ୍ୟତୀତ ଇଣ୍ଟେଲ, ରିଲାଏନ୍ସ ଜିଓ, ଗୁଗୁଲ, ମେଟା, ଏଡବ୍ଲୁଏସ, ୟୋଟା, ନେଟୱେବ, ପେଟିଏମ, ମାଇକ୍ରୋସଫ୍ଟ, ମାଷ୍ଟରକାର୍ଡ, ଏନଆଇସି, ଏସଟିପିଆଇ, ଇମର୍ସ, ଜିଓ ହାପ୍ଟିକ୍‌, ଭାଷିଣୀ ଇତ୍ୟାଦି ବିଶ୍ୱର ପ୍ରମୁଖଏଆଇ ଗେମଚେଞ୍ଜରମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ୟୁବା ଏଆଇ ଏବଂ ଷ୍ଟାର୍ଟଅପ୍ ଅଧୀନରେ ବିଜେତା ହୋଇଥିବାଛାତ୍ରଛାତ୍ରୀମାନେ ସେମାନଙ୍କର ଏଆଇ ମଡେଲ୍ ଏବଂ ସମାଧାନ ପ୍ରଦର୍ଶନ କରିବେ ।

Get real time updates directly on you device, subscribe now.