fbpx

‘ମିଶନ ଶକ୍ତି’ରେ କେତେ ହେଉଛି ରୋଜଗାର? ରାଜ୍ୟ ସରକାରଙ୍କ ଯୋଜନାରେ ମହିଳା କରୁଛନ୍ତି ବାର୍ଷିକ ୧୫ ହଜାର କୋଟିର ବ୍ୟବସାୟ

ଭୁବନେଶ୍ୱର: ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ‘ମିଶନ ଶକ୍ତି’ ଯୋଜନା ଖୁବ ସହାୟକ ହୋଇଛି । ଏହି ଯୋଜନା ପାଇଁ ଆଜି ରାଜ୍ୟର ବିଭିନ୍ନ ଗାଁ ଗହଳିର ମହିଳାମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ରାଜ୍ୟ ପାଇଁ ଏକ ସାମାଜିକ ପୁଞ୍ଜି ଭାବରେ ସେ ନିଜକୁ ଗଢି ତୋଳିବାରେ ସଫଳ ହୋଇ ପାରିଛନ୍ତି । ବିଭିନ୍ନ ବ୍ୟବସାୟ ତଥା ପ୍ରଶିକ୍ଷଣ ସାହାଯ୍ୟରେ ସମାଜରେ ନାରୀ ସମାଜକୁ ଆହୁରି ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ‘ମିଶନ ଶକ୍ତି’ । ତେବେ ଆଜି ଭିତରେ କେତେ ସଫଳ ହୋଇ ପାରିଛି ମୁଖ୍ୟମନ୍ତ୍ରୀଙ୍କ ‘ମିଶନ ଶକ୍ତି’ ଯୋଜନା?

ଏସଏଚଜି ଏବଂ ଅନ୍ୟାନ୍ୟ ସଂଗଠନ ମାଧ୍ୟମରେ ରାଜ୍ୟର ମହିଳାମାନଙ୍କୁ ଏକ ନୂଆ ପରିଚୟ ଦେବା ହେଉଛି ଏହି ଯୋଜନାର ପ୍ରମୁଖ ଲକ୍ଷ୍ୟ । ଏହି ଯୋଜନା ବଳରେ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ବର୍ତ୍ତମାନ ମହିଳାମାନେ ନିଜର ଦବଦବା ଆରମ୍ଭ କରିଛନ୍ତି । ଏସଏଚଜିରୁ ଉଦ୍ୟୋଗ ଆରମ୍ଭ କରି ଅର୍ଥନୀତିର ପ୍ରମୁଖ ଅଂଶୀଦାର କରିବା ହେଉଛି ଯୋଜନାର ପ୍ରଥମ ଉଦ୍ଦେଶ୍ୟ । ମହିଳାମାନଙ୍କ ବିକାଶ ଦିଗରେ ‘ମିଶନ ଶକ୍ତି’ ସାହାଯ୍ୟରେ ସବୁବେଳେ ପ୍ରଚେଷ୍ଟା ଜାରି ରଖିଛନ୍ତି ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମିଳିଥିବା ରିପୋର୍ଟ ଅନୁସାରେ, ଏହି ମିଶନ ଶକ୍ତି ଯୋଜନା ସାହାଯ୍ୟରେ ମହିଳାମାନେ ବିକାଶର ଏକ ନୂଆ ପାହାଚ ଛୁଇଁ ପାରିଛନ୍ତି । ଏବେ ରାଜ୍ୟର ମହିଳାମାନେ ବାର୍ଷିକ ୧୫ ହଜାର କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇ ପାରିଛନ୍ତି । ଯାହାକି ‘ମିଶନ ଶକ୍ତି’ ଯୋଜନା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଉ ଏକ ବିରାଟ ସଫଳତା ବୋଲି କୁହାଯାଇପାରେ ।

Mission Shakti | The Odia model for women's self-help - India Today

ଘର ପରିବାରର କାମ ସହିତ ‘ମିଶନ ଶକ୍ତି’ରେ ଯୋଗ ଦେଇ ମହିଳାମାନେ ରୋଜଗାରର ନୂଆ ପନ୍ଥ ଆଣେଇ ପାରିଛନ୍ତି । ଏହି ବିକାଶମୂଳକ ଯୋଜନା ଯୋଗୁଁ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି ଓଡିଶାର ଅଗଣିତ ମହିଳା । ତେବେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ‘ମିଶନ ଶକ୍ତି’ର ଏହି ସଫଳତା ଉପରେ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଏବେ ‘ମିଶନ ଶକ୍ତି’ର ମହିଳାମାନେ ବର୍ଷକୁ ପ୍ରାୟ ୧୫ ହଜାର କୋଟି ବା ଅଧିକ ଟଙ୍କାର ବ୍ୟବସାୟ କରିବାରେ ସକ୍ଷମ ହୋଇ ପାରିଛନ୍ତି ।

Get real time updates directly on you device, subscribe now.