fbpx

Truecaller ବ୍ୟବହାର କରିବା କେତେ ସୁରକ୍ଷିତ? ମିଳିଲା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ଅନେକ ଲୋକ କିଛି ନୂଆ ନମ୍ବରରୁ ଆସିଥିବା କଲ୍ କିଏ କରିଛନ୍ତି ଏହା ଜାଣିବାକୁ ଟ୍ରୁକଲର୍ ଆପ୍ଲିକେସନ ବ୍ୟବହାର କରନ୍ତି। ତେବେ ଏହା କେତେ ସୁରକ୍ଷିତ ଏହା ପ୍ରତି ଲୋକେ ଏତେଟା ଗୁରୁତ୍ୱ ଦେଇ ନଥାନ୍ତି। ଯଦି ଆପଣ ଟ୍ରୁକାଲର୍ ବ୍ୟବହାର କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଋଷି ଝୁଞ୍ଜୁନୱାଲା ଏହି ଆପ୍ ବ୍ୟବହାର କରିବା କେତେ ସୁରକ୍ଷିତ ସେ ସମ୍ବନ୍ଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ସ୍ଵିଡେନ ଭିତ୍ତିକ କମ୍ପାନୀ ଟ୍ରୁକଲର କହିଛି ଯେ, ଏହା ଡାଟା ସଂରକ୍ଷଣର ନୀତି ପାଳନ କରେ ଏବଂ ଭାରତ ତଥା ଅନ୍ୟାନ୍ୟ ଦେଶରେ ଏହା ସମ୍ବନ୍ଧୀୟ ନିୟମକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରେ। କମ୍ପାନୀ ଏକ ଆପ୍ ପରିଚାଳନା କରେ ଯାହା ଫୋନ୍ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରେ। ଭାରତର ମୁଖ୍ୟ ଉତ୍ପାଦ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଋଷି ଝୁଞ୍ଜୁନୱାଲା କହିଛନ୍ତି ଯେ ଡାଟା ଲୋକାଲାଇଜେସନ୍ ଏବଂ ଡାଟା ମିନିମାଇଜେସନ୍ ଉପରେ କମ୍ପାନୀର ସକ୍ରିୟ କାର୍ଯ୍ୟ କେବଳ ଶବ୍ଦରେ ନୁହେଁ ବରଂ କାର୍ଯ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି।

ଆପ୍ ବ୍ୟବହାର କରିବା ସମ୍ପୂର୍ଣ୍ଣ ସୁରକ୍ଷିତ।

ଝୁଞ୍ଜୁନୱାଲା କହିଛନ୍ତି, “ମୁଁ ବିଶ୍ୱାସ କରେ ଯେ ଆମେ ଆମର ବ୍ୟବହାରକାରୀଙ୍କ ପାଇଁ ଡାଟା ଗୋପନୀୟତା ଏବଂ ଡାଟା ସୁରକ୍ଷାକୁ ଗୁରୁତ୍ୱ ଦେଇଥାଉ। ଏହି ଆପ୍ ବ୍ୟବହାର କରିବା ସମ୍ପୂର୍ଣ୍ଣ ନିରାପଦ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କମ୍ପାନୀ ସ୍ବେଛାକୃତ ଭାବରେ ଡାଟା ଲୋକାଲାଇଜେସନ୍ ଉପରେ ଶୀଘ୍ର ଗତି କରିଛି ଏବଂ ବ୍ୟବହାରକାରୀଙ୍କ ପାଇଁ ସର୍ତ୍ତାବଳୀ ଏବଂ ଗୋପନୀୟତା ନୀତିର ବୃହତ ପୃଷ୍ଠା ପଛରେ ଲୁଚି ନାହିଁ। ଜୁଞ୍ଜୁନୱାଲା କହିଛନ୍ତି, “ଆମେ ବର୍ଷ ବର୍ଷ ଧରି ଉନ୍ନତ ଯୋଗାଯୋଗର ବିକାଶ କରିଛୁ ଏବଂ ଟ୍ରୁକଲର ବିଷୟରେ ଅନେକ ଭୁଲ ଧାରଣା ସଫା କରିଛୁ। ମୁଁ ଭାବୁଛି ପୂର୍ବ ଅପେକ୍ଷା ବର୍ତ୍ତମାନ ଧାରଣା ବଦଳିଛି। ଡାଟା ସଂରକ୍ଷଣ ବିଲ୍ ଡ୍ରାଫ୍ଟ ପ୍ରତ୍ୟାହାର କରି ଏହାକୁ ଏକ ନୂତନ ନିୟମାବଳୀ ଭାବରେ ଏକ ବ୍ୟାପକ ଢାଞ୍ଚାରେ ବଦଳାଇବା ପାଇଁ ସରକାରଙ୍କ ନିକଟରେ ହୋଇଥିବା ଯୋଜନା ଉପରେ ସେ କହିଛନ୍ତି ଯେ କମ୍ପାନୀ ଭାରତରେ ଅଛି ଏବଂ ସମସ୍ତ ତଥ୍ୟ ସୁରକ୍ଷା ନିୟମକୁ ସମର୍ଥନ କରୁଛି।

ପ୍ରଥମ ଲକ୍ଷ୍ୟ ହେଉଛି ଗୋପନୀୟତା ରକ୍ଷା କରିବା।

ସେ ଏହା ମଧ୍ୟ କହିଛନ୍ତି ଯେ, କମ୍ପାନୀ ଡାଟା ସୁରକ୍ଷା ବିଲ୍ ପ୍ରତ୍ୟାହାର କରିନେଇଛି ଏବଂ ରିପୋର୍ଟ ଅନୁଯାୟୀ ଖୁବ ଶୀଘ୍ର ଏକ ନୂତନ ବିଲ୍ ପ୍ରସ୍ତୁତ ହେବ। ଆମେ ଅନେକ ବର୍ଷ ପୂର୍ବେ ଭାରତୀୟ ଉପଭୋକ୍ତାଙ୍କ ତଥ୍ୟର ଶତପ୍ରତିଶତ ଲୋକାଲାଇଜେସନ୍ କରିଛୁ ଏବଂ ଆମର ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ଗୋପନୀୟତା ବୈଶିଷ୍ଟ୍ୟ ଏବଂ ସ୍ପାମ୍ ଠାରୁ ସୁରକ୍ଷା ଦେବା ପାଇଁ ଆମେ ନୂତନ ବିଲ୍ ର ଅନ୍ୟାନ୍ୟ ବ୍ୟବସ୍ଥା ପାଳନ କରିବୁ। କମ୍ପାନୀ ବିଶ୍ୱ ସ୍ତରରେ ପ୍ରାୟ ୩୫୦ ଲୋକଙ୍କୁ ନିୟୋଜିତ କରିଥାଏ।

Get real time updates directly on you device, subscribe now.