fbpx

ଏ କି ଅଦ୍ଭୁତ ! ସ୍ତ୍ରୀର ପ୍ରେମିକ ଉପରକୁ ସ୍ୱାମୀ କଲା ଗୁଳି

ରେଢାଖୋଲ : ଦିନକୁ ଦିନ ଆମ ଓଡ଼ିଶରେ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟି ଚାଲିଛି । ଏଭଳି ଏକ ଘଟଣା ସମ୍ବଲପୁର ସ୍ଥିତ ରେଢାଖୋଲ ଅଞ୍ଚଳର ଖେତୀନାଳି ଗାଁରୁ ସାମ୍ନାକୁ ଆସିଛି । ସେହି ଗାଁରେ ଖଟିଛି ଏକ ଅଭାବନୀୟ ଗୁଳିକାଣ୍ଡ । ଗୁରୁତର ଅବସ୍ଥାରେ ପ୍ରେମିକକୁ ପ୍ରଥମେ ବୁର୍ଲାକୁ ଚିକିତ୍ସା ପାଇଁ ନିଆଗଲା । ଏହି ଅଘଟଣ ପରଠାରୁ ସ୍ୱାମୀ ଜଣକ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ୨ବର୍ଷ ତଳେ ଘର ଛାଡି ସ୍ତ୍ରୀ ଜଣକ ତାଙ୍କ ପ୍ରେମିକ ସହ ରହୁଥିଲେ । କିନ୍ତୁ ଗତକାଲସ୍ମହିଳା ଜଣକ ପ୍ରେମିକ ସହ ଗାଁକୁ ଆସିଥିଲେ । ସେତିକି ବେଳେ ମହିଳାଙ୍କ ସ୍ୱାମୀ ରାଗର ବସ ବର୍ତ୍ତୀ ହୋଇ ପ୍ରେମିକଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଘଟଣାସ୍ଥଳରୁ ହିଁ ସେ ଫେରାର ହୋଇଥିଲେ ।

ଗୁଳିକାଣ୍ଡ ପରେ ପ୍ରେମିକକୁ ପ୍ରଥମେ ବୁର୍ଲା ହସ୍ପିଟାଲକୁ ନିଆଯାଇଥିଲା । ପରେ ସେଠାରୁ କଟକକୁ ସ୍ଥାନାନ୍ତର କରାଯାଇଛି । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.