fbpx

ଶୀତଦିନେ ହୃଦଘାତ, ଉଚ୍ଚ ରକ୍ତଚାପ, ଫ୍ଲୁ, ନିମୋନିଆର ଆଶଙ୍କା ଅଧିକ: ଏହାର ସମାଧାନ ପାଇଁ ଜାଣନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ

ବର୍ତ୍ତମାନ ଶୀତଋତୁ ଚାଲିଥିବା ବେଳେ ଏହି ସମୟରେ ଜନସାଧାରଣ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜୁରୁରୀ । ଶୀତଦିନେ ବିଭିନ୍ନ କାରଣରୁ ହୃଦଘାତର ଆଶଙ୍କା ରହିଥାଏ । ତେଣୁ ହୃଦଘାତର ସାମାନ୍ୟ ଲକ୍ଷଣ ଦେଖାଦେଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ । ଏଥିସହିତ ଫ୍ଲୁ, ନିମୋନିଆ ଓ ବ୍ରୋଙ୍କାଇଟିସ୍ ପରି ରୋଗର ଆଶଙ୍କା ମଧ୍ୟ ଏହି ସିଜିନରେ ରହିଥାଏ ।

ଶୀତଦିନେ ଅତ୍ୟଧିକ ଥଣ୍ଡା କାରଣରୁ ହୃଦୟ ମାଂସପେଶୀକୁ ଅମ୍ଲଜାନଯୁକ୍ତ ରକ୍ତ ଯୋଗାଣ ହ୍ରାସ କରିପାରେ । ଏପରି ସ୍ଥିତିରେ ହୃଦୟ ଅତ୍ୟଧିକ ପରିଶ୍ରମ କରିବାକୁ ଏକପ୍ରକାର ବାଧ୍ୟ ହୋଇଥାଏ । ଶୀତଦିନେ ଛାତି ସଂକ୍ରମଣ, ହୃଦସ୍ପନ୍ଦନ ଓ ରକ୍ତଚାପ ଆଦି ସମସ୍ୟା ବୃଦ୍ଧି ପାଇଥାଏ । ଅତ୍ୟଧିକ ଥଣ୍ଡା ରକ୍ତବାହୀ ନଳୀକୁ ସଂକୀର୍ଣ୍ଣ କରିବାର ସମ୍ଭାବନା ରହିଥାଏ । ତେଣୁ ତାହା ରକ୍ତ ପ୍ରବାହକୁ ସୀମିତ କରିଦେଇଥାଏ । ଶୀତଦିନେ ସୁସ୍ଥ ଜୀବନ ପାଇଁ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ନିହାତି ଜରୁରୀ ।

ଥଣ୍ଡା ବଢ଼ିବା କାରଣରୁ ହୃଦୟର ସ୍ନାୟୁ ବ୍ୟବସ୍ଥାରେ କ୍ୟାଟେକୋଲାମାଇନ୍ସ ବୃଦ୍ଧି ପାଇବାରୁ ତାହା ହୃଦଘାତର କାରଣ ସାଜିଥାଏ । ରକ୍ତଚାପ ରୋଗୀମାନେ ବାହାରକୁ ଯିବାରୁ ନିବୃତ୍ତ ରହିବା ସହ ସୁସ୍ଥ ପରିବେଶରେ ରୁହନ୍ତୁ । ଶୀତଦିନେ ବାୟୁ ପ୍ରଦୂଷଣ ପାଇଁ ଶ୍ୱାସ ସମସ୍ୟା ଦେଖାଦେଇଥାଏ । ଏହା ହୃଦଘାତ ରୋଗୀଙ୍କର ଛାତି ସଂକ୍ରମଣ ବଢ଼ାଇଥାଏ । ଶୀତଦିନେ ଆମର ଶରୀର ପର୍ଯ୍ୟାପ୍ତ ମାତ୍ରାରେ ସୂର୍ଯ୍ୟକିରଣ ନ ପାଇବାରୁ ଭିଟାମିନ୍ ଡି’ର ଅଭାବ ପରିଲକ୍ଷିତ ହୋଇଥାଏ । ଏହାର ଅଭାବରେ ହୃଦଘାତ ଆଶଙ୍କା ବଢ଼ିଥାଏ । ତେଣୁ ଆପଣମାନେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କରି ଭିଟାମିନ୍ ଡି ସପ୍ଲିମେଣ୍ଟ ନେଇପାରିବେ । ଏହି ସିଜିନିରେ ଶାରୀରିକ ସକ୍ରି୍ରୟତା ଅଭାବରୁ କାର୍ଡିଓ ଭାସ୍କୁଲାର ରୋଗ ହୋଇପାରେ । ତେଣୁ ନିୟମିତ ରକ୍ତଚାପ ଯାଞ୍ଚ କରିବା ସହ ଡାଏଟ୍ ଉପରେ ଧ୍ୟାନ ଦିଅନ୍ତୁ ।

Get real time updates directly on you device, subscribe now.