fbpx

ସମ୍ପର୍କ ଭିତରେ ଆସୁଥିବା ଅସୁରକ୍ଷିତତା ଅନୁଭବକୁ କରନ୍ତୁ ନାହିଁ ଅବହେଳା: ହୋଇପାରେ ବିପଦ, ଜାଣନ୍ତୁ ଏହି ଭାବନାକୁ ଦୂର କରିବାର ଉପାୟ

ସମ୍ପର୍କରେ ଅସୁରକ୍ଷିତ ଅନୁଭବ କରିବା ଏକ ସାଧାରଣ କଥା । କୌଣସି ବ୍ୟକ୍ତିଙ୍କୁ ଖୁବ ଅଧିକ ଭଲ ପାଇଲେ ତାଙ୍କୁ ନେଇ ଅସୁରକ୍ଷିତ ଅନୁଭବ କରିବା କିଛି ଆଶ୍ଚର୍ଯ୍ୟ ଘଟଣା ନୁହେଁ । କିଛି କ୍ଷେତ୍ରରେ ଏହି ଅନୁଭବ ସମ୍ପର୍କକୁ ସୁନ୍ଦର ରୂପ ଦେଇଥାଏ ଏବଂ ନିଜ ପାର୍ଟନରଙ୍କର ଅଧିକ ଯତ୍ନ ନେଇଥାଆନ୍ତି । କିନ୍ତୁ ଏହି ଅନୁଭବ ଅଧିକ ବଢିଯାଏ, ତେବେ ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ । ଏହି ଭାବନା ଦୁହିଁଙ୍କ ମଧ୍ୟରେ ଦୂରତା ବଢାଇଥାଏ । ଦୁହେଁ ଦୁହିଁଙ୍କ ସହିତ ଅସହଜ ଅନୁଭବ କରିବା ସହିତ ଭଲଭାବରେ କଥା ମଧ୍ୟ ହୋଇ ପାରନ୍ତି ନାହିଁ । ପରସ୍ପର ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇଥାଆନ୍ତି । ଉଭୟଙ୍କ ମୁଡ ଅଫ ରହିବା ଏବଂ ଧିରେ ଧିରେ ଅନେକ କଥା ଲୁଚାଇବା ଆରମ୍ଭ କରନ୍ତି ପ୍ରେମୀ ଯୁଗଳ ।

କିନ୍ତୁ ସେପଟେ ପାର୍ଟନରଙ୍କୁ କିଛି ନକହିପାରି ଭିତରେ ଭିତରେ କଷ୍ଟ ପାଆନ୍ତି । ତେବେ ଏପରି ସ୍ଥିତିରେ ଆପଣ କ’ଣ କରିବା ଉଚିତ ? କିପରି ଏହି ପରିସ୍ଥିତିରୁ ବାହାରି ଅସୁରକ୍ଷିତ ଅନୁଭବକୁ କଣ୍ଟ୍ରୋଲ କରିବେ ଏବଂ ଠିକ ଭାବରେ ଏହା ସହ ଲଢିବେ ? ଆସନ୍ତୁ ଜାଣିବା ଏହାର କିଛି ସହଜ ଉପାୟ ।

କାରଣ ଜାଣନ୍ତୁ :
କୌଣସି ସମସ୍ୟାର ସମାଧାନ ସେତେବେଳେ ମିଳିଥାଏ, ଯେତେବେଳେ ଆମେ ଏହାର କାରଣ ଜାଣିବାକୁ ଚେଷ୍ୟା କରିଥାଉ । ଅନେକକ ସମୟରେ ଅତୀତର କିଛି ଘଟଣା ଏବଂ କୌଣସି ସମ୍ପର୍କର ଖରାପ ଅନୁଭୂତି କିମ୍ବା ପାର୍ଟନର ପ୍ରତି ଅତ୍ୟଧିକ ପ୍ରତିରକ୍ଷା ଆଚରଣର ପ୍ରଭାବ ବର୍ତ୍ତମ।।ନର ସମ୍ପର୍କ ଉପରେ ପଡିଥାଏ । ଏଥିପାଇଁ ଏସବୁ ଭାବନାକୁ ଭୁଲି ଏଥିରୁ ବାହାରିବାକୁ ପଡିବ । କେବଳ ସେତିକି ନୁହେଁ ଅତୀତର କଳାଫର୍ଦ୍ଦକୁ ଭୁଲି ବର୍ତ୍ତମାନ ଏବଂ ଭବିଷ୍ୟତକୁ ନଜର ଦେବାକୁ ପଡିବ ।

ଫିଲିଙ୍ଗ ଶେୟର କରନ୍ତୁ :
ନିଜ ପାର୍ଟନରଙ୍କ ସହିତ ଏ ନେଇ ଖୋଳା କଥାବାର୍ତ୍ତା ହୁଅନ୍ତୁ । ସମ୍ପର୍କରେ ଉଭୟ ପ୍ରେମୀ ପରସ୍ପରଙ୍କୁ କଷ୍ଟ ଦେବା ଅପେକ୍ଷା ନିଜ କମ୍ୟୁନିକେସନ ଦକ୍ଷତାକୁ ବୃଦ୍ଧି କରି ସମସ୍ୟାର ସମାଧାନ କରିବା ଉଚିତ । ଫଳରେ ଉଭୟ ପରସ୍ପର ଉପରେ ଭରଷା ଏବଂ ବିଶ୍ୱାସ କରିପାରିବେ ।

ସମ୍ପର୍କରେ ତୃତୀୟ ବ୍ୟକ୍ତିଙ୍କୁ ଆସିବାକୁ ଦିଅନ୍ତୁ ନାହିଁ :
ଯଦି ସମ୍ପର୍କରେ ଅସୁରକ୍ଷିତତା ଅନୁଭବ କରୁଛନ୍ତି ତେବେ ଏହି ସମୟରେ କୌଣସି ତୃତୀୟ ବ୍ୟକ୍ତିଙ୍କୁ ଆପଣଙ୍କ ମଝିରେ ପଶିବାକୁ ଦିଅନ୍ତୁ ନାହିଁ । ଏହାଦ୍ୱାରା ସମ୍ପର୍କ ଯୋଡି ହେବା ପରିବର୍ତ୍ତେ ଆହୁରି କମଜୋର ହୋଇଯାଏ । ପରସ୍ପର ସମସ୍ୟା ବିଷୟରେ ଆଲୋଚନା କରି ସମାଦାନ ବାହାର କରିବା ପାଇଁ ଉଦ୍ୟମ କରିବା ହେଉଛି ସବୁଠାରୁ ସୁନ୍ଦର ଏବଂ ସହଜ ଉପାୟ ।

ପାର୍ଟନରଙ୍କୁ ସମୟ ଦିଅନ୍ତୁ:
ଆପଣ ଆପଣଙ୍କ ପାର୍ଟନରଙ୍କୁ ବ୍ୟକ୍ତିଗତ ସ୍ପେଶ ଦେବା ଉଚିତ । ଯାହାଦ୍ୱାରା ସେ ଆପଣଙ୍କ ଅଭାବ ସହିତ ଆପଣଙ୍କ ମୂଲ୍ୟବୋଧକୁ ମଧ୍ୟ ହୃଦୟଙ୍ଗମ କରିପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ସମ୍ପର୍କରେ ଅସୁରକ୍ଷିତ ଭାବନା ଦୂର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ନିଜକୁ ସମ୍ଭାଳି ରଖନ୍ତୁ:
ଅନେକ ସମୟରେ ଆମେ ଆମ ଆଖି ସାମନାରେ ଘଟୁଥିବା କିଛି ଘଟଣାକୁ ଅତି ସହଜରେ ବିଶ୍ୱାସ କରି ନେଉ । କିନ୍ତୁ ଏଭଳି ପରିସ୍ଥିତିରେ କିଛି ନିଷ୍ପତ୍ତି ନେବା ପୂର୍ବରୁ ଧୈର୍ଯ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି । ପରିସ୍ଥିତିକୁ ବୁଝିବା ମଧ୍ୟ ନିହାତି ଜରୁରୀ ଅଟେ । ନଚେତ ଏହା ଖୁବ କମ ସମୟରେ ଆପଣଙ୍କ ସମ୍ପର୍କ ଭାଙ୍ଗି ଦେଇପାରେ । ତେବେ ଅତ୍ୟଧିକ ଚିନ୍ତା କରିବାଠାରୁ ଦୂରେଇ ରହି ନିଜ ନିଜର ସମସ୍ତ କଥା ପାର୍ଟନରଙ୍କ ସହିତ ଶେୟର କରିବା ଉଚିତ ।

Get real time updates directly on you device, subscribe now.