fbpx
BSKY SKY
BSKY SKY

ରୁଷ ବିରୋଧରେ ପୋଲାଣ୍ଡର ବଡ଼ ପଦକ୍ଷେପ, ବିମାନ ଉଡ଼ାଣ ବନ୍ଦ କରିବା ନେଇ ନିଷ୍ପତ୍ତି

BSKY

ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଅନେକ ସୈନିକଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ ମଧ୍ୟ ନିଜ ନାଗରିକଙ୍କ ଜୀବନ ବଞ୍ଚାଇବା ପାଇଁ ଉପାୟ ଆପଣାଇବାରେ ଲାଗିଛି । ଅଧିକାଂଶ ଲୋକେ ଜୀବନ ବଞ୍ଚାଇବାକୁ ପୋଲାଣ୍ଡ ଆଡ଼କୁ ମୁହାଁଇଛନ୍ତି । ଏହାରି ମଧ୍ୟରେ ପୋଲାଣ୍ଡ ରୁଷ ଏୟାରଲାଇନ୍ସ ପାଇଁ ଏହାର ସବୁ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି । ଶୁକ୍ରବାର ମଧ୍ୟରାତ୍ରରୁ ଏହି ନିୟମ ଲାଗୁହେବା ନେଇ କୁହାଯାଇଛି ।

ସୂଚନା ଅନୁଯାୟୀ, ୟୁକ୍ରେନ ଉପରେ ଆକ୍ରମଣ ଠାରୁ ୟୁକ୍ରେନର ସବୁ ଏୟାରପୋର୍ଟ ବନ୍ଦ ରହିଛି । ଫଳରେ ଜୀବନ ବଞ୍ଚାଇବାକୁ ଲୋକମାନେ ପୋଲାଣ୍ଡ ସୀମାରେ ପହଞ୍ଚୁଛନ୍ତି । ଯେପରି ପୋଲାଣ୍ଡ ଏୟାରପୋର୍ଟରୁ ନିଜ ଦେଶକୁ ଫେରିହେବ । ପୂର୍ବରୁ ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କୁ ମଧ୍ୟ ପୋଲାଣ୍ଡ ଏବଂ ହଙ୍ଗେରୀ ରାସ୍ତା ଦେଇ ଭାରତ ଆଣିବାକୁ ଯୋଜନା ରହିଥିଲା । କିନ୍ତୁ ଏବେ ଛାତ୍ରମାନଙ୍କୁ ରୋମାନିଆ ଦେଇ ଆଣିବାକୁ ପ୍ରସ୍ତୁତି ଜାରି ରହିଛି । ସେପଟେ ଗୁରୁବାର ବ୍ରିଟ୍ରେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରୁଷର ସବୁ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାର ଜବାବରେ ରୁଷ ମଧ୍ୟ ବ୍ରିଟିଶ ଏୟାରଲାଇନ୍ସ ଉପରେ ପ୍ରତିବନ୍ଧକ ଲଗାଇଛି ।

ଯୁଦ୍ଧ ବିଷୟରେ କହିଲେ ଏବେବି ଯୁଦ୍ଧର ଗମ୍ଭୀର ସ୍ଥିତି ରହିଛି । ରୁଷ ସେନା ଏବେ ୟୁକ୍ରେନର ରାଜଧାନୀ କୀଭରେ ପ୍ରବେଶ କରିସାରିଛି । କିଛି ସମୟ ମଧ୍ୟରେ ରାଜଧାନୀ ରୁଷ ସୈନିକଙ୍କ କବଜାକୁ ଆସିଯିବ । ଏହାରି ମଧ୍ୟରେ ରୁଷ ୟୁକ୍ରେନ ସାମ୍ନାରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଛି । ରୁଷ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଯଦି ୟୁକ୍ରେନ ସୈନିକ ଅସ୍ତ୍ର ତ୍ୟାଗ କରିବେ ତେବେ ଆଲୋଚନା ହୋଇପାରିବ । ଏହି ପ୍ରସ୍ତାବ ଉପରେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ପୁଟିନଙ୍କୁ ଆଲୋଚନା ପାଇଁ ରାଜି ହୋଇଛନ୍ତି ।

Get real time updates directly on you device, subscribe now.