fbpx

ମୋବାଇଲରେ କରନ୍ତୁ କେବଳ ଏହି ସେଟିଂ: ଠକେଇ ଓ ସ୍ପାମ୍ କଲରୁ ସବୁଦିନ ପାଇଁ ମୁକ୍ତି

ଆଜିକାଲି ସାଇବର ଅପରାଧ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ସ୍ପାମ୍ କଲିଂ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଟେଲି ମାର୍କେଟିଂ କମ୍ପାନୀଗୁଡିକ ଆପଣଙ୍କ ମୋବାଇଲ୍ ନମ୍ବରକୁ ସୋସିଆଲ୍ ମିଡିଆ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମରୁ ସହଜରେ ହାସଲ କରୁଛନ୍ତି ।

ଏହା ପରେ ଆପଣଙ୍କ ମୋବାଇଲରେ ପ୍ରତିଦିନ ଡଜନେ ସ୍ପାମ୍, ପ୍ରମୋସନାଲ୍ କଲ୍ କରାଯାଏ । ଯଦି ଆପଣ ଏହି ସ୍ପାମ୍ କଲ୍ ଦ୍ୱାରା ଅସୁବିଧାରେ ପଡୁଛନ୍ତି, ତେବେ ଆପଣ ଏହିପରି କଲରୁ ସବୁଦିନ ପାଇଁ ମୁକ୍ତି ପାଇପାରିବେ । ଏଥିପାଇଁ ଆପଣଙ୍କୁ ମୋବାଇଲର ସେଟିଙ୍ଗରେ କିଛି ପରିବର୍ତ୍ତନ କରିବାକୁ ପଡିବ । ଏହା ପରେ ଆପଣଙ୍କ ନମ୍ବରକୁ ଆସୁଥିବା ଅଜ୍ଞାତ କଲ୍ ଗୁଡିକ ବ୍ଲକ୍ ହୋଇଯିବ ।

ସତର୍କତା ଆବଶ୍ୟକ :-
ତେବେ ଉପଭୋକ୍ତା ଠକେଇ କଲିଂରୁ ସତର୍କ ରହିବା ଉଚିତ, କାରଣ ଏହିପରି କଲଗୁଡିକ ବ୍ୟାଙ୍କ ଠକେଇର କାରଣ ହୋଇପାରେ । ଏପରି ପରିସ୍ଥିତିରେ କୌଣସି ସନ୍ଦେହଜନକ କଲ୍ ବ୍ଲକ୍ କରିଦେବା ଉଚିତ୍ । ଏପରି ଅନେକ ମାମଲା ଦେଖିବାକୁ ମିଳିଛି, ଯେଉଁଥିରେ ଲୋକମାନେ ଅଜଣା କଲ ପାଇବା ପରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହରାଇଛନ୍ତି । ଏପରି ପରିସ୍ଥିତିରେ ଆପଣ ଏହି ସ୍ପାମ୍ କିମ୍ବା ଠକେଇ କଲ୍ ପ୍ରତି ମଧ୍ୟ ସତର୍କ ରହିବା ଉଚିତ୍ ।

ଅଜଣା ମୋବାଇଲ୍ ନମ୍ବରକୁ କିପରି ବ୍ଲକ୍ କରିବେ :-

-ସର୍ବପ୍ରଥମେ ଆପଣ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ କିମ୍ବା ଟାବଲେଟରେ ଗୁଗୁଲ୍ ଆପ୍ ଖୋଲନ୍ତୁ ।

-ଏହା ପରେ ଉପର ଡାହାଣ କୋଣରେ ଦେଖାଯାଉଥିବା ତିନୋଟି ଡଟ୍ ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ ।

-ଏହା ପରେ ଆପଣ Settings ଅପସନ୍ ଦେଖିବେ, ଯାହାକୁ କ୍ଲିକ୍ କରିବାକୁ ପଡିବ ।

-ତା’ପରେ ‘Blocked numbers’ ଉପରେ ଟ୍ୟାପ୍ କରନ୍ତୁ ।

-ଏହା ପରେ Unknow ଅପସନକୁ ଅନ୍ କରିବାକୁ ପଡିବ ।

– ଏହା ପରେ ଆପଣଙ୍କ ଫୋନ୍ କିମ୍ବା ଟ୍ୟାବଲେଟକୁ ଆସୁଥିବା ଅଜ୍ଞାତ କଲ୍ ଗୁଡିକ ବ୍ଲକ୍ ହୋଇଯିବ ।

-ଯଦି ଆପଣ ଏହି ତାଲିକାରେ କୌଣସି ଅତିରିକ୍ତ ବ୍ୟକ୍ତିଙ୍କୁ କଣ୍ଟ୍ରାକ୍ଟ ଯୋଡିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ସେହି ନମ୍ବରରେ ଟ୍ୟାବ୍ କରିବାକୁ ପଡିବ, ଏହାପରେ ବ୍ଲକ୍ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ସେହି ସମ୍ପର୍କକୁ ବ୍ଲକ୍ କରାଯିବ ।

Get real time updates directly on you device, subscribe now.