fbpx

ଫ୍ରଡ କଲ୍‌କୁ ନେଇ ଚିନ୍ତିତ କି? ଏହିପରି ବଦଳାନ୍ତୁ ଫୋନ୍ ସେଟିଂ ଦେଖିବେ ଆଉ ଆସିବନି ଏପରି କଲ୍‌

ନୂଆଦିଲ୍ଲୀ: ଦିନକୁ ଦିନ ସାଇବର ଫ୍ରଡର ନୂଆ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହି ସ୍କାମର ମାନେ ବଡ ଚତୁରତାର ସହିତ ୟୁଜର୍ସଙ୍କ ସାରା ଜୀବନର ରୋଜଗାରକୁ ଲୁଟି ନେଉଛନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏପରି କିଛି ଖାସ୍ ଟିପ୍ସ ଓ ଟ୍ରିକ୍ସ ଦେଉଛୁ ଯାହା ଆପଣଙ୍କୁ ସାଇବର ଫ୍ରଡରୁ ରକ୍ଷା କରିବାରେ ସହାୟକ ହେବ ।
ଏଥିପାଇଁ ଆପଣଙ୍କୁ କେବଳ ମୋବାଇଲ୍ ସେଟିଂରେ ପରିବର୍ତ୍ତନ କରିବାକୁ ହେବ । ଅଧିକାଂଶ ସାଇବର ଫ୍ରଡର ପ୍ରାରମ୍ଭ ଏକ ଫୋନ୍ କଲ୍ କିମ୍ବା ମେସେଜ୍‌ରୁ ହୋଇଥାଏ । ପ୍ରାୟ ସମୟରେ ୟୁଜର୍ସ ସ୍କାମର୍ସଙ୍କ ଜାଲରେ ଫସିଯାଆନ୍ତି ଓ ନିଜର ଲକ୍ଷ ଲକ୍ଷ ଟଙ୍କା ହରାଇ ବସନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏପରି ମୋବାଇଲ୍ ସେଟିଂ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଏପରି କଲ୍‌ରୁ ମୁକ୍ତି ଦେବ ।

ଏଥିପାଇଁ ଆପଣ ସ୍ମାର୍ଟଫୋନ୍ ସେଟିଂକୁ ଓପନ କରନ୍ତୁ । ଏହାପରେ ୟୁଜର୍ସଙ୍କ କଲ୍ ସେଟିଂକୁ ଯାଆନ୍ତୁ । କଲର ଆଇଡି ଓ ସ୍ପାମ୍ ପ୍ରୋଟେକ୍ସନ ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଏହାକୁ ଏନେବଲ କରନ୍ତୁ । ଏହି ମୋବାଇଲ୍ ସେଟିଂରେ ଆପଣଙ୍କୁ ୨ଟି ବିକଳ୍ପ ଦିଆଯାଇଥିବ । ଏହି ୨ଟି ଅପ୍ସନ ହେଉଛି block all spam and scam call ଓ  only block high risk scam call । ଏହା ମଧ୍ୟରୁ କୌଣସି ଗୋଟିଏକୁ ଆପଣ ଚୟନ କରିପାରିବେ । ଚୟନ କରିସାରିବା ପରେ ଆପଣଙ୍କ ପାଖକୁ ଆସୁଥିବା ସ୍କାମ ଓ ସ୍ପାମ୍ କଲ୍ ବନ୍ଦ ହୋଇଯିବ । ତେବେ ଏହା କଲ୍ ହିଷ୍ଟ୍ରୀରେ ନଜର ଆସିବ ।

Get real time updates directly on you device, subscribe now.