fbpx

ଭାରତରେ କିଏ ରଖିଛନ୍ତି ସବୁଠୁ ଅଧିକ ଜମି? ୩୮ ଲକ୍ଷ ଏକରର ମାଲିକ ଏହି ଜମିଦାର…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଜମିର ମୂଲ୍ୟ ଆକାଶଛୁଆଁ ହେଉଛି । ମୁମ୍ବାଇ-ଚେନ୍ନାଇ ଭଳି ମହାନଗରୀରେ କେବଳ ବାସସ୍ଥାନ ପାଇଁ ଖୁବ କମ୍ ଜମି ବାକି ରହିଛି । କିନ୍ତୁ ଦେଶରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠାରେ ଜଣେ ବ୍ୟକ୍ତି ଏକର ଏକର ଜମି ଉପରେ ଅଧିକାର ରଖିଛନ୍ତି । ୱାର୍ଲଡ ବ୍ୟାଙ୍କ ତରଫରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଆସନ୍ତା ୨୦୩୦ ସୁଦ୍ଧା ଭାରତକୁ ଦେଶର ନାଗରିକଙ୍କ ବାସସ୍ଥାନ ପାଇଁ ଅତିରିକ୍ତ ୪୦-୮୦ ଲକ୍ଷ ହେକ୍ଟର ଜମିର ଆବଶ୍ୟକତା ପଡ଼ିପାରେ । ତେଣୁ ଆଗକୁ ଜମିକୁ ନେଇ ଆହୁରି ହାହାକାର ଦେଖିବାକୁ ମିଳିପାରେ, କିନ୍ତୁ ଆପଣ ଜାଣିଛନ୍ତି କି ଦେଶର ସବୁଠାରୁ ବଡ଼ ଜମିଦାର କିଏ?

ତେବେ ଏହାର ପ୍ରକୃତ ଉତ୍ତର ହେଉଛି ‘ଭାରତ ସରକାର’ । ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ଇନଫରମେସନ ସିଷ୍ଟମ(ଜିଏଲଆଇଏସ) ୱେବସାଇଟରେ ଥିବା ରିପୋର୍ଟ ଅନୁସାରେ, ଗତ ୨୦୨୧ ମସିହା ଫେବୃଆରୀ ସୁଦ୍ଧା ଭାରତ ସରକାର ପ୍ରାୟ ୧୫,୫୩୧ ସ୍କ୍ୱାୟାର କିଲୋମିଟର ଜମିର ମାଲିକ ରହିଥିଲେ । ଏହି ଜମି ୫୧ଟି ମନ୍ତ୍ରାଳୟ ଏବଂ ୧୧୬ ପବ୍ଲିକ ସେକ୍ଟର କମ୍ପାନୀ ନିକଟରେ ରହିଛି । ଭାରତ ସରକାରଙ୍କ ପାଖରେ ଥିବା ଜମିର ପରିମାଣ ଅନୁସାରେ ୫୦ ଟି ଦେଶର ଆକାର ମଧ୍ୟ ଏହାଠାରୁ ଛୋଟ ରହିଛି । କତାର (୧୧,୫୮୬sqk), ବାହାମାସ(୧୩,୯୪୩sqk), ଜମାଇକା(୧୦,୯୯୧sqk), ଲେବନାନ(୧୦,୪୫୨sqk), ଗାମ୍ବିଆ(୧୧,୨୯୫sqk), ସାଇପ୍ରସ(୯,୨୫୧sqk), ବୁନେଇ (୫,୭୬୫sqk), ବହରୀନ(୭୭୮sqk) ଏବଂ ସିଙ୍ଗାପୁର(୭୨୬sqk) ଭଳି ଦେଶ ଭାରତ ନିକଟରେ ଥିବା ଜମିର ଆକାରଠାରୁ ମଧ୍ୟ ଛୋଟ ।

ତେବେ ଯଦି ମନ୍ତ୍ରାଳୟ ଅନୁସାରେ ଦେଖାଯାଏ, ତେବେ ଭାରତୀୟ ରେଳ ମନ୍ତ୍ରାଳୟ ନିକଟରେ ଦେଶର ସବୁଠାରୁ ଅଧିକ ଜମି ରହିଛି । ସାରା ଦେଶରେ ରେଲୱେ ନିକଟରେ ୨,୯୨୬.୬ ସ୍କ୍ୱାୟାର କିଲୋମିଟର ଜମିର ମାଲିକାନା ରହିଛି । ଏହାପରେ ରକ୍ଷା ମନ୍ତ୍ରାଳୟ(ସେନା) ଏବଂ କୋଇଲା ମନ୍ତ୍ରାଳୟ ନିକଟରେ ୨,୫୮୦.୯୨ ସ୍କ୍ୱାୟାର କିଲୋମିଟର ଜମି ରହିଥିବା ଜଣାଯାଇଛି । ସେହିପରି ଚତୁର୍ଥ ସ୍ଥାନରେ ରହିଛି ଶକ୍ତି ମନ୍ତ୍ରାଳୟ(୧୮୦୬.୬୯ ସ୍କ୍ୱାୟାର କିଲୋମିଟର), ପଞ୍ଚମ ସ୍ଥାନରେ ଭାରୀ ଶିଳ୍ପ (୧୨୦୯.୪୯ ସ୍କ୍ୱାୟାର କିଲୋମିଟର) ଏବଂ ସିପିଙ୍ଗ ମନ୍ତ୍ରାଳୟ ପାଖରେ(୧୧୪୬ ସ୍କ୍ୱାୟାର କିଲୋମିଟର) ଜମି ରହିଛି । ଭାରତ ସରକାରଙ୍କ ପରେ ଏହି ତାଲିକାରେ କେଥୋଲିକ ଚର୍ଚ୍ଚ ଅଫ୍ ଇଣ୍ଡିଆ ସ୍ଥାନ ପାଇଛି ।

Get real time updates directly on you device, subscribe now.