fbpx

କେଉଁଠି ଓ କେତେଥର ବ୍ୟବହାର ହୋଇଛି ଆପଣଙ୍କ ଆଧାରକାର୍ଡ? ଘରେ ବସି ମଧ୍ୟ ଜାଣିପାରିବେ

Advertisement

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଜିର ସମୟରେ ବ୍ୟାଙ୍କ ସହ ଜଡ଼ିତ କାଗଜପତ୍ର, ଟଙ୍କା କାରବାର, ଘର କିଣିବା ଓ ଗାଡ଼ି କିଣିବା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାରକାର୍ଡ ଜରୁରୀ ।

ଆମେ ଅନେକ ସ୍ଥାନରେ ଆଧାରକାର୍ଡ ବ୍ୟବହାର କରୁ, କିନ୍ତୁ ତାହାର ହିଷ୍ଟ୍ରୀ ରଖିନଥାଉ । ଏପରି ପରିସ୍ଥିତିରେ ଆପଣଙ୍କ ସହିତ ଠକେଇ ହେବାର ଆଶଙ୍କା ରହିଥାଏ । ଅନ୍ୟ କେହି ଆପଣ ଆଧାରକାର୍ଡ ବ୍ୟବହାର କରି ଠକିପାରେ । ଏହି ବିଷୟରେ କୌଣସି ସୂଚନା ଆପଣଙ୍କ ପାଖରେ ନାହିଁ । କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଆଧାର କାର୍ଡ ହିଷ୍ଟ୍ରୀ ବା ଇତିହାସ ଦେଖିବାକୁ ଏକ ସହଜ ପ୍ରକ୍ରିୟା ରହିଛି । ଆସନ୍ତୁ ଜାଣିବା…

-ଆଧାର କାର୍ଡର ହିଷ୍ଟ୍ରୀ ବା ରେକର୍ଡ ଜାଣିବାକୁ ଆପଣଙ୍କୁ ପ୍ରଥମେ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ୍ ‘uidai.gov.in’ କୁ ଯିବାକୁ ପଡିବ । ସେଠାରେ ଆପଣଙ୍କୁ My Aadhaar ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।

-ଏପରି କରିବା ଦ୍ୱାରା ଆପଣଙ୍କୁ ଆଧାର ପ୍ରାମାଣୀକରଣ ଇତିହାସର ବିକଳ୍ପ ଦେଖାଯିବ, ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ ।

-ଏହା ପରେ ଆପଣଙ୍କୁ ନିଜର ଆଧାଣ କାର୍ଡ ନମ୍ବର ଓ captcha code ଦେବାକୁ ପଡିବ । ଏହା ପରେ ଆପଣଙ୍କୁ ଓଟିପି ଯାଞ୍ଚ ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।

-ଏହା ପରେ ଆପଣଙ୍କୁ ଆଧାର ସହିତ କନେକ୍ଟ ହୋଇଥିବା ମୋବାଇଲ ନମ୍ବରରେ ଓଟିପି ଆସିଯିବ, ଯାହାକୁ ଆପଣ ଏଣ୍ଟର କରିବେ ।

-ଏହା ପରେ ଆପଣଙ୍କୁ ଏକ ଟ୍ୟାବ୍ ଖୋଲିବ । ଏହା ପରେ ଆପଣ ସେହି ତାରିଖ ଦେବେ, ଯେଉଁ ଦିନର ଆପଣ ହିଷ୍ଟ୍ରୀ ଦେଖିବାକୁ ଚାହୁଁଛନ୍ତି । ଆପଣ ଏହି ରେକର୍ଡକୁ ଡାଉନଲୋଡ କରି ମଧ୍ୟ ରଖିପାରିବେ ।

Get real time updates directly on you device, subscribe now.