fbpx

ଭ୍ୟାକ୍ସିନ୍ ସାର୍ଟିଫିକେଟକୁ ନେଇ କ’ଣ ପାଇଁ ଚର୍ଚ୍ଚା ଜାରି ରହିଛି, ଜାଣନ୍ତୁ କିପରି ଜାଣିବେ ଏହା ଅସଲି ନା ନକଲି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କରୋନା ଭାଇରସ୍ ଭ୍ୟାକ୍ସିନ ଓ ସାର୍ଟିଫିକେଟକୁ ନେଇ ଚର୍ଚ୍ଚା ଜାରି ରହିଛି । ପୂର୍ବରୁ କୋଭିସିଲ୍ଡ ଟିକା ଲଗାଇ ସାରିଥିବା ଭାରତୀୟଙ୍କୁ ଭ୍ୟାକ୍ସିନେଟେଡ ମାନିବାକୁ ବ୍ରିଟେନ ଅଗ୍ରାହ୍ୟ କରିଦେଇଥିଲା । ମାତ୍ର ଭାରତର ଚାପ ପରେ ବ୍ରିଟେନରେ ଏହାକୁ ଅନୁମତି ଦିଆଯାଇଥିଲା । ଏହାପରେ ଏବେ ଭ୍ୟାକ୍ସିନକୁ ନେଇ ନୁହେଁ, ବରଂ ଭ୍ୟାକ୍ସିନ ସାର୍ଟିଫିକେଟକୁ ନେଇ ପ୍ରଶ୍ନ ଉଠିଛି । ଭ୍ୟାକ୍ସିନ ସାର୍ଟିଫିକେଟକୁ ନେଇ ବିଭିନ୍ନ ଅଭିଯୋଗ ଆସୁଥିବା ଜଣାପଡ଼ିଛି ।

କିଛି ଲୋକଙ୍କ ମନରେ ଭ୍ୟାକ୍ସିନ ସାର୍ଟିଫିକେଟର ସତ୍ୟତା ନେଇ ସନ୍ଦେହ ହେଉଛି । ଯଦି ଆପଣଙ୍କ ପାଖରେ ଭ୍ୟାକ୍ସିନ ସାର୍ଟିଫିକେଟ ଅଛି, ତେବେ ଆପଣ ମଧ୍ୟ ଏହା ଅସଲି କି ନକଲି ତାହାର ସତ୍ୟତା ଜାଣିପାରିବେ । ଯେ କୌଣସି ସାର୍ଟିଫିକେଟକୁ ଭେରିଭାଏ କରିବା ପାଇଁ ସେଥିରେ ଥିବା କ୍ୟୁଆର କୋଡକୁ ବ୍ୟବହାର କରାଯାଇଥାଏ । ଆପଣ https://verify.cowin.gov.in/in/ କୁ ଯାଇ ‘Scan QR’ ଉପରେ କ୍ଲିକ କରିବାକୁ ହେବ । ଏହାପରେ ଆପଣଙ୍କ ଡିଭାଇସର କ୍ୟାମେରା ଅନ ହୋଇଯିବ, ଯେଉଁଥିରେ ଆପଣଙ୍କୁ କ୍ୟୁଆର କୋଡ ରିଡ୍ କରିବାକୁ ହେବ । ସ୍କ୍ରିନରେ ୭୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟୁଆର କୋଡ୍ ରହିବା ଦରକାର ଓ ଏହାକୁ କ୍ୟାମେରା ଫ୍ରେମରେ ଆଡଜଷ୍ଟ କରିବାକୁ ପଡ଼ିଥାଏ । କ୍ୟୁଆର କୋଡରେ କିଛି ସେକେଣ୍ଡ ପର୍ଯ୍ୟନ୍ତ କ୍ୟାମେରା ରଖିବା ପରେ ଆପଣ ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ପାଇପାରିବେ । ଏହାପରେ କୋୱିନ ୱେବସାଇଟରେ ଆପଣଙ୍କ ନାମ, ବୟସ, ଲିଙ୍କ, ସାର୍ଟିଫିକେଟ ଆଇଡି, ବେନିଫିସିଆରୀ ଆଡି, ଭ୍ୟାକ୍ସିନ ନେମ, ଡେଟ୍ ଅଫ୍ ଡୋଜ, ଭ୍ୟାକ୍ସିନେସନ ଷ୍ଟାଟସ୍ ଓ ଭ୍ୟାକ୍ସିନେସନ ସାର୍ଟିଫିକେଟ ବିଷୟରେ ତଥ୍ୟ ମିଳିପାରିବ ।

Get real time updates directly on you device, subscribe now.