fbpx

କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

କ୍ରୋଧରେ ଆସି ମଣିଷ ନିଜ ହିତାହିତ ଜ୍ଞାନକୁ ହରାଇ ବସିଥାଏ। କ୍ରୋଧ କାରଣରୁ ଆମ ରକ୍ତଚାପ ବଢ଼ିବା ସହ ଅନ୍ୟାନ୍ୟ ସମସ୍ୟା ଉପୁଜିବାର ଭୟ ରହିଛି। ତେବେ କ୍ରୋଧକୁ କମ୍ କରିବାକୁ ଚାହୁଁଥିଲେ ଆସନ୍ତୁ ଜାଣିବା କିଛିଟା ସରଳ ଉପାୟ..

– ସକାଳୁ ଉଠିବା ପରେ କିଛି ସମୟ ଧ୍ୟାନ ଅଭ୍ୟାସ ଆରମ୍ଭ କଲେ ମଧ୍ୟ ମନ ଶାନ୍ତ ହୋଇଥାଏ। ୧ ସପ୍ତାହ ୧୦ ମିନିଟ୍ ଧରି ଧ୍ୟାନ କଲେ ଆପଣଙ୍କ ଶରୀର ଉପରେ ଏହାର ପ୍ରଭାବ ଜାଣିପାରିବେ।

– ପରିବାର ସଦସ୍ୟଙ୍କ ସହ କଥା କଟାକଟି ହେଲେ ଜଣେ ଅତିଷ୍ଠ ହୋଇ ରାଗିଯାଏ। ଏଭଳି ସମୟରେ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ସେହି ସ୍ଥାନରୁ ଦୂରେଇ ଆସନ୍ତୁ। ଟିଭିରେ ନିଜ ମନପସନ୍ଦର କାର୍ଯ୍ୟକ୍ରମ ଦେଖିପାରିବେ ନଚେତ୍ କୌଣସି ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖିବା ଭଲ।

– ପାଖରେ ଛୋଟ ଫୁଟବଲ୍ ଥିଲେ କିଛି ସମୟ ଖେଳନ୍ତୁ। ବିଶେଷଜ୍ଞଙ୍କ ମତରେ ମନରୁ ନକାରାତ୍ମକ ଭାବନା ଦୂର କରାଇବାରେ ଏଇ ଉପାୟ ଖୁବ୍ ସହାୟକ।

– ସବୁବେଳେ ମନେରଖନ୍ତୁ କ୍ରୋଧ କଲେ କିମ୍ବା ରାଗିଲେ ସମସ୍ୟାର ସମାଧାନ ହୋଇନଥାଏ; ବରଂ ସ୍ଥିର ଚିତ୍ତରେ ଓ ଶାନ୍ତ ମନରେ ସମସ୍ତଙ୍କ ସହ ବାର୍ତ୍ତାଳାପ କରନ୍ତୁ।

– ନିଜ ଭାବନାକୁ ଅନ୍ୟ ସମ୍ମୁଖରେ ପରିପ୍ରକାଶ କରନ୍ତୁ। ଦେଖିବେ ସମୟକ୍ରମେ ଆପଣଙ୍କ ରାଗ, ରୋଷ ଦୂର ହୋଇଯିବ।

Get real time updates directly on you device, subscribe now.