fbpx

ଭାରତରେ କରୋନାର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବା ସମ୍ଭବ ନା ଅସମ୍ଭବ? ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ରିପୋର୍ଟ

ନୂଆଦିଲ୍ଲୀ, ୧୦ା୫: ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ । ତେବେ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବା ନେଇ ନିଜର ମତାମତ ଦେଇଛନ୍ତି ଆମେରିକୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉଚି । ସେ କହିଛନ୍ତି ଯେ, କୋଭିଡ-୧୯କୁ ନେଇ ବ୍ୟସ୍ତ ନହୋଇ ଲୋକଙ୍କୁ ଟିକାକରଣ କରିବା ହେଉଛି ଏକମାତ୍ର ଦୀର୍ଘକାଳୀନ ସମାଧାନ । ଏହାଛଡ଼ା ସେ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ଆଣ୍ଟି କୋଭିଡ ଟିକା ଉତ୍ପାଦନ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡାକ୍ତର ଫାଉଚି ଏକ ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମହାମାରୀକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବାକୁ ହେଲେ ଲୋକଙ୍କୁ ଟିକାକରଣ କରିବା ଆବଶ୍ୟକ । ଭାରତ ଦୁନିଆର ସବୁଠାରୁ ବଡ଼ ଟିକା ଉତ୍ପାଦନକାରୀ ଦେଶ । ଭାରତରେ ଟିକା ନିର୍ମାଣ ନେଇ ସଠିକ୍ ଉତ୍ସ ରହିଛି । ତେଣୁ ଭାରତ ଅନ୍ୟ ଦେଶମାନଙ୍କୁ ଟିକା ପ୍ରସ୍ତୁତି କିମ୍ବା ଟିକା ଦାନ ନେଇ ସାହାଯ୍ୟ କରିବା ଦରକାର । ଭାରତରେ ତୁରନ୍ତ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିବା ଆବଶ୍ୟକ । କାରଣ ଯଦି ଡାକ୍ତରଖାନାରେ ବେଡ୍ ନଥିବ, ତେବେ ରୋଗୀଙ୍କୁ ରାସ୍ତାରେ ଛାଡ଼ି ହେବ ନାହିଁ । ତେବେ ଭାଇରସକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.