fbpx

କରୋନା ଭାଇରସ୍ ଯୋଗୁ ହୃଦଘାତର ଅଧିକ ବିପଦ ଥାଏ କି? ଜାଣନ୍ତୁ କ’ଣ କୁହନ୍ତି ଟପ୍ ଡାକ୍ତର

ନୂଆଦିଲ୍ଲୀ,୧୦ ।୫: ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବଢୁଥିବା ମାମଲାକୁ ନେଇ ସୋସିଆଲ ମିଡିଆରେ ଏକ ପ୍ରଶ୍ନ ଉଠୁଛି – କ’ଣ କୋଭିଡ ୧୯ରୁ ହୃଦଘାତର ବିପଦ ବଢିଥାଏ? କ’ଣ କରୋନା ରୋଗୀଙ୍କୁ ହାର୍ଟ ଆଟାକ୍ ଆସିବାର ସମ୍ଭାବନା ଅଧିକ ଥାଏ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡ. ନରେଶ ତ୍ରେହାନ୍ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହରରେ ହୃଦ୍ ରୋଗୀ ଅଧିକ ଯତ୍ନବାନ ହେବା ଆବଶ୍ୟକ । ସେ କହିଛନ୍ତି ଯେ କରୋନାର ଅନେକ ଆକ୍ରାନ୍ତଙ୍କୁ ହାର୍ଟ ଆଟାକ୍ ହୋଇଛି, ଯେଉଁମାନେ ପ୍ରଥମରୁ ହାର୍ଟ ରୋଗୀ ହୋଇଥାନ୍ତି ବା ତାଙ୍କର ହୃଦୟ ସହ ଜଡିତ କିଛି ରୋଗ ରହିଥାଏ । ସର୍ବନିମ୍ବ ୧୫ ରୁ ୨୦ ପ୍ରତିଶତ ରୋଗୀ ହୃଦୟରେ ଭାଇରସ୍ ଦ୍ୱାରା ପ୍ରଭାବିତ ହେଉଛନ୍ତି ।

ତ୍ର୍ରେହାନ କହିଛନ୍ତି ଯେ, ଯେଉଁ ରୋଗୀମାନେ ପୂର୍ବରୁ ହୃଦଘାତରେ ଅଛନ୍ତି କିମ୍ବା ସେମାନଙ୍କ ହୃଦୟରେ ଷ୍ଟେଣ୍ଟ ଅଛି କିମ୍ବା ବାଇପାସ୍ ସର୍ଜରୀ କରାଯାଇଛି, ସେମାନଙ୍କୁ କରୋନା ଭାଇରସ୍ ସଂକ୍ରମିତ ହେବା ପରେ ହୃଦୟ ସମ୍ବନ୍ଧୀୟ ମେଡିକାଲ ହେଲ୍ପ ମଧ୍ୟ ନେବାକୁ ପଡ଼ିବ । କିନ୍ତୁ ଚିନ୍ତାର ବିଷୟ ହେଉଛି କି, କେତେକ କରୋନା ସଂକ୍ରମିତ ରୋଗୀଙ୍କର ହୃଦଘାତ ହୋଇଛି, ଯାହାର ପୂର୍ବରୁ କୌଣସି ହୃଦୟ ସମ୍ବନ୍ଧୀୟ ରୋଗର ହିଷ୍ଟ୍ରି ନାହିଁ ।

ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ, ଅଧିକାଂଶ କ୍ଷେତ୍ରରେ ରୋଗୀମାନେ ଛାତିରେ ଯନ୍ତ୍ରଣା ଅନୁଭବ କରନ୍ତି, ଆମେ ସେମାନଙ୍କୁ ବଞ୍ଚାଇଥାଉ । କିନ୍ତୁ କେତେକ କ୍ଷେତ୍ରରେ ରୋଗୀର ଛାତିରେ ଏତେ ତୀବ୍ର ଯନ୍ତ୍ରଣା ହୁଏ ଯେ ସେମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇଯାଏ । ସେମାନଙ୍କ ହୃଦୟ ୧୦-୧୫% ପର୍ଯ୍ୟନ୍ତ କାମ କରିବା ବନ୍ଦ କରିଦିଏ । ଏବେ ବୟସ୍କଙ୍କ ସହ ଯୁବପିଢୀମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ଅଧିକାଂଶ ମାମଲାରେ ସମୟ ପୂର୍ବରୁ ଚିକିତ୍ସା ଦ୍ୱାରା ରୋଗୀଙ୍କୁ ବଞ୍ଚାଯାଇପାରୁଛି ।

Get real time updates directly on you device, subscribe now.