fbpx

ହସ୍ପିଟାଲରେ କରୋନା ବିସ୍ଫୋରଣ: ୮୦ ଡାକ୍ତର ପଜିଟିଭ୍, ଜଣେ ମୃତ

ନୂଆଦିଲ୍ଲୀ, ୧୦ା୫: କରୋନାର ବିସ୍ଫୋରଣ ଶେଷରେ ହସ୍ପିଟାଲକୁ ଗ୍ରାସ କରିଛି । ଦିଲ୍ଲୀର ସରୋଜ ହସ୍ପିଟାଲରେ ପ୍ରାୟ ୮୦ ଜଣ ଡାକ୍ତର କରୋନା ପଚିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ମୃତ୍ୟୁବରଣ କରିଛନ୍ତି । ସମସ୍ତ ଆକ୍ରାନ୍ତ ଡାକ୍ତରଙ୍କ ମଧ୍ୟରୁ ୧୨ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ଏହି ଅପଡେଟ୍ ମିଳିବା ପରେ ହସ୍ପିଟାଲର ଓପିଡି ସେବାକୁ ବନ୍ଦ କରି ଦିଆଯାଇଛି । କରୋନାରେ ହସ୍ପିଟାଲରେ ବରିଷ୍ଠ ସର୍ଜନ ମଧ୍ୟ ପ୍ରାଣ ହରାଇଛନ୍ତି । କରୋନା ସଙ୍କଟ ସମୟରେ ଡାକ୍ତରମାନେ କୋଭିଡରେ ଆକ୍ରାନ୍ତ ହେବା ଚିନ୍ତାର ବିଷୟ । ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କିଛିଦିନ ଧରି କରୋନାର ଦ୍ୱିତୀୟ ଲହର ଜାରି ରହିଛି । ରାଜଧାନୀରେ ଦୈନିକ ନୂଆ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ତିନି ସପ୍ତାହ ପୂର୍ବରୁ ଦିଲ୍ଲୀରେ ଲକଡାଉନ ଘୋଷଣା କରାଯାଇଥିଲା । ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନର ଅବଧିକୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

Get real time updates directly on you device, subscribe now.