fbpx

ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ସଦସ୍ୟଙ୍କ ଶପଥ ଗ୍ରହଣ ଆଜି

କୋଲକାତା, ୧୦ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ଜଣ ସଦସ୍ୟ ଆଜି ଶପଥ ଗ୍ରହଣ କରିବେ । ସକାଳ ୧୦ଟା ୪୫ ମିନିଟରେ ସମସ୍ତ ସଦସ୍ୟ ଶପଥ ନେବେ । ଏମାନଙ୍କ ମଧ୍ୟରୁ ୧୭ ଜଣ ବିଗତ ଦୁଇଟି ପାଳିରେ ସଦସ୍ୟ ରହିଥିଲେ । ୧୬ ଜଣ ବିଧାୟକ ପ୍ରଥମ ଥର ପାଇଁ କ୍ୟାବିନେଟରେ ଯୋଗଦେବେ । ବିଧାନସଭାରେ ପ୍ରତିଦ୍ୱନ୍ଦ୍ୱିତା କରିନଥିବା ଅମିତ ମିତ୍ର ମଧ୍ୟ ରାଜ୍ୟ କ୍ୟାବିନେଟକୁ ଫେରୁଛନ୍ତି । ସେ ୬ ମାସ ମଧ୍ୟରେ କୌଣସି ଏକ ଆସନରୁ ନିର୍ବାଚିତ ହୋଇ ଆସିବେ । କ୍ରିକେଟର ମନୋଜ ତିୱାରୀ ଓ ପୂର୍ବତନ ଆଇପିଏସ ଅଧିକାରୀ ହୁମାୟୁନ କବିର ମଧ୍ୟ କ୍ୟାବିନେଟରେ ସାମିଲ ହେବେ । ପ୍ରଥମ ଥର ପାଇଁ ୮ ଜଣ ମହିଳା କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ୮ ଜଣ ମହିଳାଙ୍କ ମଧ୍ୟରୁ ୩ ଜଣ ଜନଜାତି ସମ୍ପ୍ରଦାୟର ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.