fbpx

ପିରିୟଡ଼୍ ପାଇଁ ଝିଅକୁ ଆଗୁଆ କରନ୍ତୁ ପ୍ରସ୍ତୁତ: ବିନା ସଙ୍କୋଚରେ ଏପରି କରନ୍ତୁ କଥାବାର୍ତ୍ତା

ପିରିୟଡ଼୍ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା, ଯାହା ପ୍ରତ୍ୟେକ ଝିଅଙ୍କ ଜୀବନ ସହ ଜଡ଼ିତ । ଅବଶ୍ୟ ଯେତେବେଳେ ପ୍ରଥମ ପିରିୟଡ଼୍ କଥା ଆସେ, ସେବେ ଏହାକୁ ନେଇ ଝିଅମାନଙ୍କ ମନରେ ବିଚଳିତ ଭାବନା ଆସିଥାଏ । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ମା ନିଜ ଝିଅକୁ ଆଗରୁ ଏହା ବିଷୟରେ କହିବା ଉଚିତ୍ ।

ଅଧିକାଂଶ ମା’ ଏହି କଥା କହିବାକୁ ଦ୍ୱିଧା ମନେ କରନ୍ତି, କିନ୍ତୁ ଆପଣଙ୍କୁ ବିନା ଦ୍ୱିଧା ବା ସଙ୍କୋଚରେ ନିଜ ଝିଅୁ ଏବିଷୟରେ କଥା ହେବା ଉଚିତ୍ । କିଶୋରବସ୍ଥାରେ ଘଟୁଥିବା ପରିବର୍ତ୍ତନଗୁଡିକ ବିଷୟରେ ସେମାନଙ୍କୁ କହିବା ଜରୁରୀ ଅଟେ, ଯାହା ଦ୍ୱାରା ସେମାନେ ଏଗୁଡ଼ିକ ପାଇଁ ପ୍ରସ୍ତୁତ ହୋଇପାରିବେ । ଯଦି ଆପଣ ନିଜ ଝିଅ ସହିତ ଏ ବିଷୟରେ କଥାବାର୍ତ୍ତା କରିବାକୁ ଚିନ୍ତା କରୁଛ, ତେବେ ଜାଣନ୍ତୁ କଥାବାର୍ତ୍ତା କିପରି ଆରମ୍ଭ କରିବେ …

– ଝିଅମାନେ ନିଜ ସାଙ୍ଗ କିମ୍ବା ସହପାଠୀମାନଙ୍କ ମାଧ୍ୟମରେ ପିରିୟଡ଼୍ ବିଷୟରେ ଅଳ୍ପ କିଛି ଜାଣିଥାଇପାରନ୍ତି । ଏପରି ପରିସ୍ଥିତିରେ ନିଜ ଝିଅର ସାଙ୍ଗ ହୁଅ ଓ ତାକୁ ସମ୍ପୂର୍ଣ୍ଣ ସୂଚନା ଦିଅନ୍ତୁ । ଯଦି ଥରକରେ ସବୁକିଛି କହିବା କଷ୍ଟକର ମନେହୁଏ, ତେବେ ସମୟ ସମୟରେ ତାଙ୍କୁ ଏବିଷୟରେ ସୂଚନା ଦିଅନ୍ତୁ । ଏପରି ପରିସ୍ଥିତିରେ ଝିଅ ପାଇଁ ପ୍ରଥମ ପିରିୟଡ଼କୁ ସମ୍ଭାଳିବା ସହଜ ହେବ ।
-କିଛି ଘରେ ପିରିୟଡ଼୍ ବିଷୟରେ ଖୋଲାଖୋଲି କଥାବାର୍ତ୍ତା ହେବା କଷ୍ଟକର ହୋଇଥାଏ । ଏପରି ପରିସ୍ଥିତିରେ ମାତାମାନେ ଏ ବିଷୟରେ କଥାବାର୍ତ୍ତା କରିବାକୁ ଦ୍ୱିଧାବୋଧ କରନ୍ତି । ଯଦି ଏହା ଆପଣଙ୍କ ସହିତ ଘଟେ, ତେବେ ଆପଣଙ୍କ ଝିଅ ପିରିୟଡ଼୍ ସମ୍ବନ୍ଧୀୟ ସଠିକ୍ ସୂଚନା ପାଇବାକୁ ସକ୍ଷମ ହେବ ନାହିଁ । ଏପରି ପରିସ୍ଥିତିରେ ଅଳ୍ପ ଅଳ୍ପ କହିବା ଆରମ୍ଭ କରନ୍ତୁ ଏବଂ ସର୍ବପ୍ରଥମେ କୁହ କି, ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ଦେଇ ପ୍ରତ୍ୟେକ ମହିଳା ଗତି କରନ୍ତି । ଏହା ସହିତ ଝିଅକୁ ପିରିୟଡ଼ର ହାଇଜିନ୍ ବିଷୟରେ କୁହ । ଏହା ସହିତ ନାପକିନ୍ ବ୍ୟବହାର ଏବଂ ଡିସପୋଜ ସହିତ ଜଡିତ ଜିନିଷଗୁଡିକ ବୁଝାନ୍ତୁ ।

– ଝିଅକୁ କ୍ୟାଲେଣ୍ଡରରେ କିମ୍ବା ସ୍ମାର୍ଟଫୋନ୍ ଆପ୍ ବ୍ୟବହାର କରି ପିରିୟଡ଼କୁ ଟ୍ରାକ୍ କରିବା ଶିଖାନ୍ତୁ । ପିରିୟଡ଼ ଉପରେ ନଜର ରଖିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ କରିବାରେ ସାହାଯ୍ୟ ମିଳିିଥାଏ ।

Get real time updates directly on you device, subscribe now.