fbpx

ଏହି ଉପାୟ ଆପଣାନ୍ତୁ ଏବଂ ସହଜରେ ଗୁଟ୍ଖା ଖାଇବା ଅଭ୍ୟାସରୁ ମୁକ୍ତି ପାଆନ୍ତୁ

Advertisement

ଗୁଟୁଖା ତଥା ତମାଖୁ ଭଳି ମାରାତ୍ମକ ଜିନିଷର ଭୟାବହତା ବିଷୟରେ ସମସ୍ତେ ଅବଗତ  । ଆଉ ଏଥିପାଇଁ ସାରା ଦିନରେ ଚାଲିଛି ସଚେତନତା ଅଭିଯାନ  । କାରଣ ଗୁଟୁଖା, ତମାଖୁ ତଥା ଧୂମ୍ରପାନ କରିବା ଦ୍ୱାରା ଆମ ଶରୀର ଉପରେ ଏହାର ଗଭୀର ପ୍ରଭାବ ପଡିଥାଏ  । ସେଥିପାଇଁ ତ ଆପଣ ଦେଖିଥିବେ ବିଭିନ୍ନ ସିଗାରେଟ୍ ଏବଂ ତମାଖୁ ତଥା ଗୁଟୁଖା ପ୍ୟାକେଟ୍ ଉପରେ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବଡ ବଡ ଅକ୍ଷରରେ ଲେଖାଯାଇ ଲୋକଙ୍କୁ ସଚେତନ କରାଯାଇଥାଏ  ।

କାରଣ ଏସବୁ ଜିନିଷ ସେବନ କରିବା ଦ୍ୱାରା ମୁହଁ, ପେଟ, ଲିଭର, ଗଳା ଏବଂ ବିଭିନ୍ନ ଆଭ୍ୟନ୍ତରରୀଣ ଅଙ୍ଗରେ କ୍ୟାନସର ଭଳି ବଡ ରୋଗ ହେବାର ବହୁତ ସମ୍ଭାବନା ରହିଥାଏ  । କିନ୍ତୁ ଆଶ୍ଚର୍ୟ୍ୟର କଥା ହେଲା କି, ଏହାର ଭୟାବହତା ସଂପର୍କରେ ଲୋକେ ଜାଣିଥିବା ସୁଦ୍ଧା ଏଗୁଡିକୁ ସେବନ କରିବା ବନ୍ଦ କରିନଥାନ୍ତି  । ଯଦି ଆପଣ ବି ଏଭଳି ଜିନିଷ ସେବନ କରୁଛନ୍ତି ଆଉ ଏହାକୁ ଛାଡିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ତରିକା ବିଷୟରେ ଜଣାଇବୁ, ଯାହାଦ୍ୱାରା ଆପଣ ମାତ୍ର ୭ଦିନ ମଧ୍ୟରେ ଏଗୁଡିକୁ ଖାଇବା ପୂରାପୂରି ଭୁଲି ଯିବେ  । ତେବେ ଆସନ୍ତୁ ଜାଣିବା ଏହା କିପରି ସମ୍ଭବ. . .

  1. ସର୍ବ ପ୍ରଥମେ ଆପଣଙ୍କୁ ନିଜକୁ କଥା ଦେବାକୁ ହେବ କି, ଆପଣ କୌଣସି ବି ପରିସ୍ଥିତିରେ ତମାଖୁ ଖାଇବେ ନାହିଁ  । କାରଣ ଅଧିକାଂଶ ସମୟରେ ଦେଖାଯାଏ କି, ଲୋକେ ତମାଖୁ ଖାଇବା ଛାଡି ଦେଇଥିଲେ ସୁଦ୍ଧା ସାଙ୍ଗ ମେଳରେ ତଥା ଅନ୍ୟ କାହା କଥାରେ ପଡି ଏହାକୁ ପୁଣି ଥରେ ଖାଇବା ଆରମ୍ଭ କରିଦେଇଥାନ୍ତି  । ତେଣୁ ଅନ୍ୟଙ୍କୁ ଏଭଳି କାମ ନକରିବାକୁ ପରାମର୍ଶ ଦିଅନ୍ତୁ  । ଦେଖିବେ ସେମାନେ ବି ଆପଣଙ୍କ ପରିସ୍ଥିତି ବୁଝିପାରିବେ  ।
  2. ତମାଖୁ ଛାଡିବା ପରେ ତାକୁ ଖାଇବାକୁ ବାରମ୍ବାର ଇଚ୍ଛା ହୋଇଥାଏ  । ତେଣୁ ଆପଣ ଚକୋଲେଟ୍ କିମ୍ବା ଗୁଜୁରାତି କିମ୍ବା ପାନମହୁରୀ ଖାଇବାକୁ ଚେଷ୍ଟା କରନ୍ତୁ  ।
  3. ସେହିପରି ଯେତେବେଳେ ବି ଗୁଟୁଖା ଖାଇବାକୁ ଇଚ୍ଛା ହେବ ସେତେବେଳେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ  ।
  4. ଯଦି ଆପଣ ଦିନକୁ ୭ଟା ଲେଖାଏଁ ଗୁଟୁଖା ଖାଉଛନ୍ତି  । ଆଉ ଏହାକୁ ଏକା ବେଳକେ ଛାଡିବାକୁ ଆପଣ ଭୟ କରୁଛନ୍ତି  । ତେବେ ଏଭଳି ପରିସ୍ଥିତିରେ ଆପଣ ଦିନକୁ ଗୋଟିଏ ଲେଖାଏଁ କମେଇ କରି ଖାଆନ୍ତୁ  । ଦେଖିବେ ସାତ ଦିନ ମଧ୍ୟରେ ଆପଣ ଗୁଟୁଖା ଖାଇବା ପୂରାପୂରି ଭୁଲିଯାଇଥିବେ  ।

Get real time updates directly on you device, subscribe now.