fbpx

କରୋନା ମହାମାରୀ କାରଣରୁ ଛୋଟ ପିଲାଙ୍କ ମାନସିକ ସ୍ଥିତି ଭୟଙ୍କର ଭାବେ ହେଉଛି ପ୍ରଭାବିତ, ଏହାକୁ ଅଣଦେଖା ନକରି ସମାଧାନ କରନ୍ତୁ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା କବଳରେ ପଡ଼ି ରହିଛି । ଫଳରେ ଦେଢ଼ବର୍ଷରୁ ଅଧିକ ସମୟ ଧରି ଜନସାଧାରଣ ଏକପ୍ରକାର ସ୍ଥାଣୁ ହୋଇଯାଇଛନ୍ତି । ଅଧିକାଂଶ ପରିବାରରେ ଭବିଷ୍ୟତର ଆଶଙ୍କାକୁ ନେଇ ଏକ ପ୍ରକାର ନକାରାତ୍ମକ ମାହୋଲ ସୃଷ୍ଟି ହୋଇଛି । ତେବେ ଏଭଳି ପରିସ୍ଥିତିରେ ଛୋଟ ପିଲାମାନେ ମଧ୍ୟ ଏଥିରେ ଶିକାର ହେଉଥିବା ଦେଖାଯାଇଛି । ତେବେ ଅଭିଭାବକମାନେ ଏକଥା ଭାବି ନେଇଥାନ୍ତି ଯେ, ପିଲାମାନଙ୍କ ମନରେ କରୋନାକୁ ନେଇ ନକାରାତ୍ମକ ପ୍ରଭାବ ନାହିଁ । ମାତ୍ର ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ । ଶିଶୁଟିଏ ଜନ୍ମ ହେବା ପରେ ତା’ର ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶ ଲୋଡ଼ା, ଯାହାକି କରୋନା ନଷ୍ଟ କରିଦେଇଛି । ତେଣୁ ଛୋଟପିଲାଙ୍କ ପ୍ରତି ଯତ୍ନବାନ ହେବା ଦରକାର ।

ଆଜିକାଲିର ପିଲାମାନେ ଇଣ୍ଟରନେଟ ଓ ଟିଭିରୁ ପାଉଥିବା ବିଭିନ୍ନ ସୂଚନାକୁ ନେଇ ବିଶେଷ ଭାବେ ପ୍ରଭାବିତ ହୋଇଥାନ୍ତି । ନିଦ ନ ଆସିବା, ବ୍ୟବହାରରେ ପରିବର୍ତ୍ତନ, ଖାଇବାକୁ ମନ ନ ଲାଗିବା, କଥାବର୍ତ୍ତା ନ କରିବା ଆଦି ଲକ୍ଷଣ ପିଲାଙ୍କ ଠାରେ ଦେଖାଦେଇଥାଏ । ତେଣୁ ଏହି ସମୟରେ ସେମାନଙ୍କର ମନକୁ ବୁଝି ସେମାନଙ୍କ ସହ କଥାବାର୍ତ୍ତା କରିବା ଦରକାର । ସେମାନଙ୍କୁ ସମସ୍ୟା ବିଷୟରେ ପଚାରିବା ହେବା ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ସେମାନଙ୍କର କୌଣସି ସମସ୍ୟାକୁ ହାଲୁକା ଭାବେ ନନେଇ ନିଜର ବଡ଼ ସମସ୍ୟା ସହ ତାହାକୁ ତୁଳନା କରନ୍ତୁ ଓ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.