fbpx

ଆପଣ ନୁହନ୍ତି ତ’ ସେହି ବ୍ୟକ୍ତି! କେବଳ ଭାଗ୍ୟବାନ ଲୋକଙ୍କୁ ମିଳିଥାଏ ମା’ ଲକ୍ଷ୍ମୀଙ୍କ ଅଗମନର ଏହି ସବୁ ସଙ୍କେତ, ଜାଣନ୍ତୁ କିପରି

ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଇଥାଏ । କୁହାଯାଏ ଯେ ମା’ ଲକ୍ଷ୍ମୀଙ୍କର କୌଣସି ବ୍ୟକ୍ତିଙ୍କ ଉପରେ ଥିଲେ ସେହି ବ୍ୟକ୍ତିଙ୍କ ପାଖରେ ଧନ ଅଭାବ କେବେ ହୁଏ ନାହିଁ । ତେବେ ସଂସାରରେ ପ୍ରତ୍ୟେକ ବ୍ୟକ୍ତି ସବୁ ପ୍ରକାର ଆରାମ ଏବଂ ସୁବିଧା ପାଇବାକୁ ଚାହିଁଥାନ୍ତି । ତେଣୁ ସେଥିପାଇଁ ସେମାନେ ଦିନରାତି କଠିନ ପରିଶ୍ରମ କରି ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି । ଶାସ୍ତ୍ର ଅନୁଯାୟୀ, କିଛି ସଙ୍କେତ ଅଛି ଯାହା ଘରେ ଦେବୀ ଲକ୍ଷ୍ମୀଙ୍କ ଆଗମନ ଆଡ଼କୁ ଇଙ୍ଗିତ କରିଥାଏ। ତେବେ ଏହି ସଙ୍କେତ ସବୁ ସନ୍ଧ୍ୟାରେ ସୂର୍ୟ୍ୟ ଅସ୍ତ ହେବା ସମୟରେ ଦେଖାଯାଏ । ତେବେ ଆସନ୍ତୁ ଜାଣିବା ଏହି ସଙ୍କେତଗୁଡ଼ିକ ବିଷୟରେ, ଯାହାକି ଘରେ ଲକ୍ଷ୍ମୀଙ୍କ ଆଗମନକୁ ସୂଚାଇଥାଏ ।

ଘରେ ଝିଟିପିଟି ଦେଖିବା- ଲୋକମାନେ ନିଜ ଘରେ ଝିଟିପିଟି ରହିବା ପସନ୍ଦ କରନ୍ତି ନାହିଁ । କିନ୍ତୁ ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟା ସମୟରେ ଘରେ ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଦେବୀ ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାକୁ ଯାଉଛନ୍ତି । ଅର୍ଥାତଚାକିରୀ କ୍ଷେତ୍ରରେ ଆପଣ ସଫଳ ହୋଇପାରନ୍ତି କିମ୍ବା ଆପଣ ଲାଭବାନ ହୋଇପାରନ୍ତି ।

କଳା ପିମ୍ପୁଡ଼ି- ଘରେ କଳା ପିମ୍ପୁଡ଼ି ପ୍ରାୟତଃ ଦେଖାଯାଇଥାଏ । କିନ୍ତୁ ସେହି କଳା ପିମ୍ପୁଡ଼ିଙ୍କୁ ସନ୍ଧ୍ୟା ସମୟରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ଖୁବ ଶୀଘ୍ର ଲାଭବାନ ହେବାକୁ ଯାଉଛନ୍ତି । ତେବେ ସନ୍ଧ୍ୟା ସମୟରେ କଳା ପିମ୍ପୁଡ଼ିଙ୍କୁ ନିଶ୍ଚିତ ଭାବେ ଅଟା ଖାଇବାକୁ ଦିଅନ୍ତୁ ।

ପେଚା- ଶାସ୍ତ୍ରରେ ପେଚାକୁ ଲକ୍ଷ୍ମୀଙ୍କର ବାହନ ଭାବେ ଆଖ୍ୟା ଦିଆଯାଇଛି । ତେବେ ସନ୍ଧ୍ୟା ସମୟରେ ଘରେ ପେଚା ଦେଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ତେବେ ଏପରି ଘଟିବା ବେଶ ବିରଳ । କୁହାଯାଏ ଯେ ସନ୍ଧ୍ୟାରେ ଏକ ପେଚା ଦେଖିବା ଅର୍ଥ ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର ଅଶେଷ କୃପା ହେବାକୁ ଯାଉଛି ।

ଚଢ଼େଇ ବସା- ଶାସ୍ତ୍ରରେ କୁହାଯାଇଛି ଯେ କିଛି ଭାଗ୍ୟବାନ ଲୋକ ଅଛନ୍ତି ଯେଉଁମାନଙ୍କ ଘରେ ପକ୍ଷୀମାନେ ବସା ବାନ୍ଧନ୍ତି। ଯଦି ଆପଣ ମଧ୍ୟ ଭାଗ୍ୟବାନ ତେବେ ଆପଣଙ୍କ ଘରେ ପକ୍ଷୀମାନେ ବସା ତିଆରି କରିବା ଅତ୍ୟନ୍ତ ଶୁଭ ଅଟେ । ତେବେ ଏହାକୁ ପ୍ରତିଦିନ ସନ୍ଧ୍ୟାରେ ଆପଣ ଦେଖିବା ମଧ୍ୟ ବେଶ ଶୁଭ ହୋଇଥାଏ । ଏହା ଆପଣଙ୍କର ପ୍ରଗତି ଏବଂ ଆର୍ଥିକ ଲାଭକୁ ସୂଚିତ କରିଥାଏ ।

Get real time updates directly on you device, subscribe now.