fbpx

ନାମରୁ ଜାଣନ୍ତୁ ଝିଅମାନଙ୍କର ସ୍ୱଭାବ, ଏହିପରି ଭାଗ୍ୟଶାଳୀଙ୍କୁ ବିବାହ କଲେ ବଦଳିଯିବ ଜୀବନ

ସାଧାରଣତଃ ଝିଅ ଓ ବୋହୂମାନଙ୍କୁ ମା’ ଲକ୍ଷ୍ମୀଙ୍କର ଅନ୍ୟ ରୂପ ବୋଲି କୁହାଯାଏ । ଘରେ ଝିଅଟିଏ ଥିଲେ ମା’ ସର୍ବଦା ଆମ ସାଥୀରେ ରହିଥାନ୍ତି ବୋଲି ଲୋକମାନେ ବିଶ୍ୱାସ କରନ୍ତି । ବିବାହ ପରେ ଝିଅଟିଏ ଅନ୍ୟ ଘରକୁ ଚାଲିଯାଉଥିବା ବେଳେ ଅନ୍ୟଘରର ଝିଅଟିଏ ଆମ ଘରକୁ ବୋହୂ ହୋଇ ଆସିଥାଏ । ଫଳରେ ଲକ୍ଷ୍ମୀଙ୍କର ବାସସ୍ଥାନ ରୂପେ ଆମ ଘର ସୁଖ ସମୃଦ୍ଧିରେ ଭରିଯାଏ । ଜ୍ୟୋତିଷ ଶାସ୍ତ୍ରରେ ଝିଅମାନଙ୍କର ନାମର ପ୍ରଥମ ଅକ୍ଷରକୁ ନେଇ ବହୁତ କିଛି କୁହାଯାଇଛି । ଆସନ୍ତୁ ଜାଣିବା ଏପରି କିଛି ନାମର ଝିଅଙ୍କ ବିଷୟରେ:-

D ନାମର ଝିଅମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ସେମାନେ ସର୍ବଦା ନିଜ ସ୍ୱାମୀଙ୍କ ସହିତ ରହିଥାନ୍ତି । ଏପରିକି ପରିବାର ସହ କାନ୍ଧ ମିଳାଇ ଚାଲିଥାନ୍ତି । ଏମାନେ ସୁଖ, ଦୁଃଖ ସବୁ ସମୟରେ ପାଖରେ ଛିଡ଼ା ହୋଇଥାନ୍ତି ।

G ନାମର ଝିଅମାନେ ସ୍ୱାମୀ ଓ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ଯେଉଁ ଘରକୁ ଯାଇଥାନ୍ତି, ସେ ଘର ସ୍ୱର୍ଗରେ ପରିଣତ ହୋଇଯାଏ । ଏହି ନାମର ଝିଅମାନଙ୍କୁ ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଥାଏ ।

V ନାମର ଝିଅମାନେ ବହୁତ ଖୁସି ମିଜାଜର ହୋଇଥାନ୍ତି । ଏମାନେ ନିଜ ସହ ଆଖପାଖର ଲୋକମାନଙ୍କୁ ସର୍ବଦା ଖୁସିରେ ରଖିଥାନ୍ତି । ଏମାନେ ଜୁଆଡ଼େ ଯାଆନ୍ତି, ନିଜ ସାଥୀରେ ଖୁସିକୁ ନେଇ ଯାଇଥାନ୍ତି । ଏମାନେ ପ୍ରବେଶ କରିବା ଦ୍ୱାରା ଘରେ ଏକ ପ୍ରକାର ଚମକ ଖେଳିଯାଏ ।

Y ନାମର ଝିଅମାନେ ପରିବାରର ସମ୍ମାନ ବୃଦ୍ଧି କରିଥାନ୍ତି । ଏଥିସହ ସ୍ୱାମୀଙ୍କୁ ଘରୋଇ ଖର୍ଚ୍ଚରେ ସାହାଯ୍ୟ କରିଥାନ୍ତି । ଏହି ଝିଅମାନେ ଯେଉଁ ଘରକୁ ବୋହୂ ହୋଇ ଯାଇଥାନ୍ତି, ସେ ଘର ଧନରେ ପରିପୂର୍ଣ୍ଣ ହୋଇଥାଏ । ଏମାନଙ୍କୁ ଦୈବୀ ଶକ୍ତିର ଅଧିକାରିଣୀ ବୋଲି କୁହାଯାଏ ।

Get real time updates directly on you device, subscribe now.