fbpx

ଗଣେଶ ମହୋତ୍ସବ ଆଣିପାରେ କରୋନାର ତୃତୀୟ ଲହର! ଚିନ୍ତା ପ୍ରକଟ କଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଭୟ ବଢିଛି । ତେବେ ଗଣେଷ ପୂଜା ପରେ କରୋନା ଭୂତାଣୁ ବୃଦ୍ଧି ହୋଇପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । କେରଳରେ ଓନମ୍‌ ପର୍ବ ପରେ ସେଠାରେ ସଂକ୍ରମଣ ମାମଲା ବୃଦ୍ଧି ହୋଇଥିଲା । ତେବେ ରାଜ୍ୟରେ ୧୦ ଦିନ ଧରି ଗଣେଶ ପୂଜା ଉତ୍ସବ ପାଳନ ଅବସରରେ ଏକଥା ସ୍ପଷ୍ଟ କରିଛନ୍ତି । ପର୍ବପର୍ବାଣୀରେ ଭିଡ ଜମିଲେ ସଂକ୍ରମଣ ବଢିଥାଏ ବୋଲି ରାଜ୍ୟ ପର୍ଯ୍ୟବେକ୍ଷଣ ଅଧିକାରୀ କହିଛନ୍ତି । କାରଣ ପର୍ବପର୍ବାଣୀରେ ଲୋକେ ପୂଜାରେ ମାତିଥାନ୍ତି ଆଉ କୋଭିଡ୍‌ର ନିୟମକୁ ମାନିବାକୁ ଭୁଲିଯାଆନ୍ତି । ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖନ୍ତି ନାହିଁ । ସେହିପରି ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ୫ଟି ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ।

ସେପଟେ ଗତ ସାତ ଦିନ ଭିତରେ ରାଜ୍ୟରେ ସଂକ୍ରମଣ ହାର ୨.୬୭ ପ୍ରତିଶତ ରହିଛି । ମାତ୍ର ୮ଟି ଜିଲ୍ଲାରେ ଅଧିକ ପଜିଟିଭ ହାରକୁ ନେଇ ଅଧିକାରୀମାନେ ଚିନ୍ତିତ ଅଛନ୍ତି । ତେବେ ଗୋଟିଏ ପଟେ ସରକାର ଗଣେଶ ପୂଜାକୁ ପୃଥକ ଭାବରେ ପାଳନ କରିବାକୁ କହୁଥବା ବେଳେ ଲୋକେ କିନ୍ତୁ ନିୟମକୁ ମାନୁନାହାନ୍ତି । ଯାହାକି କରୋନା ସଂକ୍ରମଣକୁ ଆହୁରି ବୃଦ୍ଧି କରିବ । ରିପୋର୍ଟ ଅନୁସାରେ, ବର୍ତ୍ତମାନ ୬,୪୯୪,୨୫୪ ଜଣଙ୍କୁ ମହାରାଷ୍ଟ୍ରରେ କରୋନା ପଜିଟିଭ ମାମଲା ରହିଛି ।

Get real time updates directly on you device, subscribe now.