fbpx

ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭୂପେନ୍ଦ୍ର, ଏହି ରାଜ୍ୟର ସିଏମ ହୋଇପାରନ୍ତି ସାମିଲ

ଅହମଦାବାଦ: ଜୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଥିବା ଭୂପେନ୍ଦ୍ର ପଟେଲ ଆଜିର ଦିନ ୨ଟା ୨୦ରେ ନିଜ ପଦ ପାଇଁ ଶପଥ ନେବେ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ନେବାର ୨ ଦିନ ପରେ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଶପଥ ଦିଆଯିବ । ଭୂପେନ୍ଦ୍ରଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ଶାହା ୧୨ଟା ୩୦ ସୁଦ୍ଧା ଅହମଦାବାଦ ପହଞ୍ଚିବେ ବୋଲି ଜଣାପଡିଛି ।

ଶାହାଙ୍କ ବ୍ୟତୀତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ରବିବାର ଭାରତୀୟ ଜନତା ପାର୍ଟି ବା ବିଜେପିର ବିଧାୟକ ଦଳର ବୈଠକ ବସିଥିଲା । ଏଥିରେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ବଛା ଯାଇଥିଲା । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, କର୍ଣ୍ଣାଟକର ସିଏମ ବାସଭରାଜ ବୋମ୍ମାଇ, ହରିୟାଣାର ସିଏମ ମନୋହର ଲାଲ ଖଟ୍ଟର ଆଦି ଯୋଗ ଦେବେ ।

Get real time updates directly on you device, subscribe now.