fbpx

ଆକାଉଣ୍ଟରେ ଟଙ୍କା ନାହିଁ? ତଥାପି ୟୁପିଆଇରେ କରିପାରିବେ ପେମେଣ୍ଟ… ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ବର୍ତ୍ତମାନ ୟୁପିଆଇ ବ୍ୟବହାର କରି ପ୍ରାୟ ସମସ୍ତେ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । ଫୋନ୍-ପେ, ଗୁଗୁଲ-ପେ ଏବଂ ପେଟିଏମ ଇତ୍ୟାଦି ଆପ୍ ମାଧ୍ୟମରେ ଟ୍ରାଞ୍ଜାକ୍ସନ କରି ଖୁବ ସହଜରେ ନିଜ ଆବଶ୍ୟକତା ମେଣ୍ଟାଇ ପାରୁଛନ୍ତି । କିନ୍ତୁ ଯଦି ଆପଣଙ୍କ ଆକାଉଣ୍ଟରେ ଯଥେଷ୍ଟ ଟଙ୍କା ନାହିଁ, ତେବେ କୌଣସି ଜିନିଷର ପେମେଣ୍ଟ କିପରି କରିପାରିବେ? ଏଭଳି ପରିସ୍ତିତିରେ ଲୋକମାନେ ବଡ ସମସ୍ୟାରେ ପଡିପାରନ୍ତି । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଆଣିଛନ୍ତି ଏକ ବଡ ନିୟମ । ଆସନ୍ତୁ ଜାଣିବା ଏହା ବିଷୟରେ…

ମୁଦ୍ରାନୀତି କମିଟିର ବୈଠକ ପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ଆହୁରି ପ୍ରୋତ୍ସାହନ ଦେବା ଉଚିତ । ସେ କହିଛନ୍ତି ଯେ, ଡିଜିଟାଲ ପେମେଣ୍ଟ କରୁଥିବା ୟୁଜରମାନଙ୍କୁ ବର୍ତ୍ତମାନ ପ୍ରି-ଆପ୍ରୋଭଡ କ୍ରେଡିଟ ଲାଇନ ଦିଆଯିବ । ଏହି ରାଶି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ଇତ୍ୟାଦି ଦ୍ୱାରା ନିର୍ଣ୍ଣୟ କରାଯିବ । ତେବେ ୟୁଜରମାନଙ୍କ ଖାତାରେ ଟଙ୍କା ନଥିବା ସମୟରେ ଏହାକୁ ବ୍ୟବହାର କରି ସେ ପେମେଣ୍ଟ କରିପାରିବେ । ଏହା ଦ୍ୱାରା ଇନୋଭେସନକୁ ମଧ୍ୟ ଆହୁରି ପ୍ରୋତ୍ସାହନ ମିଳିପାରିବ ବୋଲି କହିଛନ୍ତି ଗଭର୍ଣ୍ଣର ଶ୍ରୀ ଦାସ । ତେବେ ଏଥିପାଇଁ ଏକ ସୀମା ଧାର୍ଯ୍ୟ କରାଯିବ । ଏହାପରେ ୟୁପିଆଇ ଦ୍ୱାରା ଡଭରଡ୍ରାଫ୍ଟ ଭଳି ସୁବିଧା ମଧ୍ୟ ଉପଲବ୍ଧ କରାଯିବ । ଏଥିରେ ଗ୍ରାହକ ଆବଶ୍ୟକ ଅନୁସାରେ ଏହି ଟଭ୍କା ବ୍ୟବହାର କରିବେ, ଏବଂ ପରେ ଏହାକୁ ସୁଧ ସହିତ ପରିଶୋଧ କରିବେ ୟୁପିଆଇ ୟୁଜର ।

ବର୍ତ୍ତମାନ ୟୁପିଆଇ ମାଧ୍ୟମରେ ଲୋକମାନଙ୍କୁ କ୍ରେଡିଟ କାର୍ଡ ଭଳି ସୁବିଧା ଉପଲବ୍ଧ କରାଯିବ । ଏମପିସି ବୈଠକରେ ୟୁପିଆଇରେ ନିଜର କ୍ରେଡିଟ କାର୍ଡକୁ କନେକ୍ଟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ସେ କହିଛନ୍ତି ଯେ, ଦେଶରେ ୟୁପିଆଇ ଟ୍ରାଞ୍ଜାକ୍ସନ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାକୁ ପ୍ରୋତ୍ସାହନ ଦେବା ସହିତ ଏହାକୁ ଆହୁରି ଲୋକାଦୃତ କରିବା ପାଇଁ ନୂଆ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.