fbpx
BJD SKY
BJD SKY

ଚେହେରାକୁ ଉଜ୍ଜ୍ୱଳ କରିବା ପାଇଁ ପ୍ରତ୍ୟେକ ଦିନ ପିଅନ୍ତୁ ରୋଜ୍ ଟି: ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

BJD

ଶୀତଦିନେ ନିଜର ଅଧିକ ଯତ୍ନ ନେବା ଆବଶ୍ୟକ । ଏପରି ପରିସ୍ଥିତିରେ ରୋଜ୍ ଟି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆପଣ ଏହାକୁ ସହଜରେ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ଯଦି ଆପଣ ଶୀତଦିନେ ଦିନସାରା ଉଜ୍ଜ୍ୱଳ ରହିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ସକାଳେ ରୋଜ୍ ଟି ପିଅନ୍ତୁ ଏହା ଦ୍ୱାରା ଚେହେରାର ଚମକ ଆସିବ ।

ଶୀତ ଦିନର ସକାଳ ସମୟରେ ଉଠିବା ଅଧିକ କଷ୍ଟ ହୋଇଥାଏ ଏହି ସମୟରେ ଯଦି କେହି ଗୋଟିଏ କପ୍ ଗରମ ଚା ’ ଦିଅନ୍ତି ତେବେ ଆପଣ ସକାଳ ସମୟରେ ତାଜା ମନରେ ଉଠି ପାରିବେ । କିନ୍ତୁ ଚା’ ପିଇବା ସହିତ ଆପଣଙ୍କୁ ଏହା ଧ୍ୟାନ ରଖିବାକୁ ହେବ ଯେ ଏହା ଆପଣଙ୍କର କୌଣସି କ୍ଷତି ଯେପରି ନକରେ । ସେଥିପାଇଁ ଆପଣ ଶୀତଦିନେ ଯଦି ଚା’ ପିଉଛନ୍ତି ତେବେ ରୋଜ୍ ଟି, ଗ୍ରୀନ୍ ଟି, ବ୍ଲୁ ଟି, ହର୍ବାଲ୍ ଟି ଇତ୍ୟାଦି ଆୟୁର୍ବେଦିକ ଚା ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ।

ଚା’ ଏପରି ଏକ ଜିନିଷ ଯାହା ଆମ ସ୍ନାୟୁକୁ ଆରାମ ଦେଇଥାଏ । ଇନ୍ଦ୍ରିୟଗୁଡ଼ିକୁ ସୁସ୍ଥ କରିଥାଏ । ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଧିର କରିଥାଏ । ତେବେ ରୋଜ୍ ଟି କିପରି ପ୍ରସ୍ତୁତ କରିବେ ତାହା ଜାଣି ରଖନ୍ତୁ । ଯାହା ଦ୍ୱାରା ଆପଣ ପ୍ରତିଦିନ ଘରେ ସହଜରେ ରୋଜ୍ ଟି ପ୍ରସ୍ତୁତ କରିପାରିବେ ।

ରୋଜ୍ ଗ୍ରୀନ୍ ଟି କିପରି ପ୍ରସ୍ତୁତ କରିବେ: ପ୍ରଥମେ ଆପଣ ଚା’ ପ୍ରସ୍ତୁତ କରନ୍ତୁ ଏହି ସାଧା ଚା’ ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନ ନେଇ ଏଥିରେ ଗୋଲାପ ଫୁଲର ପାଙ୍ଖୁଡ଼ା ମିଶାଇ ଚା’ ପ୍ରସ୍ତୁତ କରନ୍ତୁ । ଏହା ପରେ ୨ ଟି ଚା’ ବ୍ୟାଗ୍ ନେଇ ଗରମ ଚା’ରେ ରଖନ୍ତୁ, ରୋଜ୍ ଗ୍ରୀନ୍ ଟି ପ୍ରସ୍ତୁତ ହେବା ପାଇଁ ସମୟ ଦିଅନ୍ତୁ । ଗୋଲାପ ଜଳ ଏବଂ ମହୁ ଭଲ ଭାବେ ମିଶାନ୍ତୁ । ଭଲ ଭାବେ ମିଶ୍ରଣ ହୋଇଯିବା ପରେ ପରିବେଷଣ କରନ୍ତୁ ଏବଂ ଉପଭୋଗ କରନ୍ତୁ ।

Get real time updates directly on you device, subscribe now.