କେମିତି ଆଡେଇ ହେବ Premature Baby ଜନ୍ମ, କଣ କୁହନ୍ତି ଚିକିତ୍ସକ?
ଅପରିପକ୍ୱ ଶିଶୁ ବା ପ୍ରିମାଚ୍ୟୁଅର ବେବି ଜନ୍ମ ପାଇଁ ମସ୍ତିସ୍କ ପୂର୍ଣ୍ଣ ବିକଶିତ ହୋଇନଥାଏ, ପିଲାଙ୍କ ଜୀବିତ ରହିବା ଆଶଙ୍କା କମ
ଭୁବନେଶ୍ୱର- ପରିବାରକୁ ନୂଆ ସଦସ୍ୟଟିଏ ଆସିଲେ ପରିବାରରେ ଖୁସିର ଲହରୀ ଖେଳିଯାଏ । କିନ୍ତୁ ଅନେକ ସମୟରେ ଏହି ନବାଗତ ପରିବାରକୁ ଚିନ୍ତା ବା ଦୁଃଖ ସାଗରରେ ଭସାଇ ଦିଏ । ଯେତେବେଳେ ଜଣେ ମହିଳା ଅପରିପକ୍ୱ ଶିଶୁ ବା ପ୍ରିମାଚ୍ୟୁଅର ବେବି ଜନ୍ମ ଦିଅନ୍ତି ଏହା ପରିବାର ଲୋକଙ୍କ ଭିତରେ ଅନେକ ଛନକା ସୃଷ୍ଟି କରେ । କାରଣ ଏହି ପିଲାଙ୍କ ଜୀବିତ ରହିବା ଆଶଙ୍କା କମ ଥାଏ । ଏହା ବ୍ୟତୀତ ସମୟ ଆଗରୁ ଜନ୍ମ ହୋଇଥିବା କାରଣରୁ ଏମାନଙ୍କ ମସ୍ତିସ୍କ ପୂର୍ଣ୍ଣ ବିକଶିତ ହୋଇନଥାଏ ।
ଶିଶୁରୋଗ ବିଶେଷଜ୍ଞଙ୍କ କହିବା କଥା, ସମୟ ଆଗରୁ ଜନ୍ମ ନେଇଥିବା ଶିଶୁଙ୍କୁ ପ୍ରିମାଚ୍ୟୁଅର ବା ହାଇରିସ୍କ ନିଉ ବର୍ନ ବେବି କୁହାଯାଏ । ଏହି ଶିଶୁମାନେ ୩୭ ସପ୍ତାହ ଆଗରୁ ଜନ୍ମ ନେଇଥାନ୍ତି ।
ଏହି ଶିଶୁମାନେ ଜନ୍ମ ହେବା ପରେ କାନ୍ଦି ନ ଥାନ୍ତି । ଶିଶୁ ଜଣ୍ଡିସର ଶିକାର ହେବା ସହ କମ ଓଜନର ହୋଇଥାଏ । ମାଆ ଓ ଶିଶୁର ସୁଗାର ଲେବଲ କମ ଥିବା ପରି ଲକ୍ଷଣ ପ୍ରିମାଚ୍ୟୁଅର ବେବିଙ୍କ ଠାରେ ଦେଖିବାକୁ ମିଳିଥାଏ ।
ତେବେ କାହିଁକି ପ୍ରିମାଚ୍ୟୁଅର ବେବି ଜନ୍ମ ନେଇଥାଆନ୍ତି?
ଡାକ୍ତରଙ୍କ ମୁତାବକ, ପ୍ରିମାଚ୍ୟୁଅ ବେବି ଜନ୍ମର ମୁଖ୍ୟ କାରଣ ଗର୍ଭାବସ୍ଥାରେ ମାଆକୁ ସଂକ୍ରମଣ ହେବା, ଗର୍ଭାଶୟରେ ଥିବା ପାଣି ମାଆର ସଂକ୍ରମଣ ପାଇଁ ସଂକ୍ରମିତ ହୋଇଯିବା, ଉଚ୍ଚ ରକ୍ତଚାପ, ଜଣ୍ଡିସ ଆଦି ରହିଛି ।
ତେଣୁ ମହିଳା ଟିଏ ଗର୍ଭଧାରଣ କରିବା ପୂର୍ବରୁ ସଠିକ ପ୍ଲାନ କରିବା ଜରୁରୀ । ଏହା ବ୍ୟତୀତ ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ମଧ୍ୟ ଆବଶ୍ୟକ ।
ସଠିକ କେୟାର, ଡାକ୍ତରଙ୍କ ତତ୍ୱାବଧାନ ଗର୍ଭବତୀଙ୍କ ପାଇଁ ଗର୍ଭାବସ୍ଥାରେ ଜରୁରୀ ହୋଇଥାଏ । ଯଦି କୌଣସି ସମସ୍ୟା ଦେଖାଦିଏ ମାଆ ଠାରେ ତେବେ ସମୟ ଆଗରୁ ଡାକ୍ତର ତାର ନିଦାନ କରିପାରିବେ ।