fbpx

ଆପଣଙ୍କ YouTube ଭିଡିଓରେ ଲାଗିଯାଇଛି କି କପିରାଇଟ୍ ଷ୍ଟ୍ରାଇକ୍? ଏହି ଉପାୟରେ ହଟାନ୍ତୁ

Advertisement

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବା ଏବଂ ଏଥିରୁ ଟଙ୍କା ରୋଜଗାର କରିବାର ଆଗ୍ରହ ଲୋକମାନଙ୍କଠାରେ ଦେଖିବାକୁ ମିଳୁଛି । ଭିଡିଓକୁ ଭାଇରାଲ୍ କରିବା ପାଇଁ ଲୋକମାନେ ପ୍ରାୟତଃ ଅନ୍ୟର ବିଷୟବସ୍ତୁ କିମ୍ବା ସଙ୍ଗୀତ ଉଠାଇ ନିଜ ଭିଡିଓରେ ରଖଦିଅନ୍ତି । ଏହା ପରେ ୟୁଟ୍ୟୁବ୍ ଏପରି ଲୋକଙ୍କ ଭିଡିଓ ଉପରେ ଏକ କପିରାଇଟ୍ ଷ୍ଟ୍ରାଇକ୍ ଲଗାଇଥାଏ, ଯାହା ପରେ ସେହି ଭିଡିଓ ଭାଇରାଲ୍ ହେଲେ ମଧ୍ୟ ଏହାର ଲାଭ ମିଳେ ନାହିଁ । ଏହା ଆପଣଙ୍କ ସହିତ ଯେପରି ନହୁଏ ସେଥିପାଇଁ ଆଜି ଆମେ ଆପଣଙ୍କୁ କପିରାଇଟ୍ ଷ୍ଟ୍ରାଇକ୍ ହଟାଇବା ଏବଂ ଏଥିରୁ ବଞ୍ଚିବାର ଉପାୟ କହିବୁ ।

କାହିଁକି ଲାଗିଥାଏ କପି ରାଇଟ୍ ?
-ସର୍ବପ୍ରଥମେ, ଆସନ୍ତୁ ଜାଣିବା ଆପଣଙ୍କ ଭିଡିଓରେ କପିରାଇଟ୍ କାହିଁକି ଲାଗେ? ତେବେ କପି ରାଇଟ୍ ସେତେବେଳେ ଲାଗେ, ଯେବେ ଆପଣ ଆଉ କାହାର ଭିଡିଓକୁ ନିଜର କହି ପୋଷ୍ଟ କରନ୍ତି ।
-ଯଦି ଆପଣ କାହାର ଭିଡିଓକୁ ତାଙ୍କୁ ନଜଣାଇ ନିଜ ଭିଡିଓରେ ଲଗାଇ ପୋଷ୍ଟ କରନ୍ତି, ତେବେ ଭିଡିଓ ଉପରେ କପିରାଇଟ୍ ଷ୍ଟ୍ରାଇକ୍ ଲାଗିଥାଏ ।
-ଯଦି ଆପଣ କୌଣସି ବହି, କାହାଣୀ କିମ୍ବା ଉପନ୍ୟାସ ବ୍ୟବହାର କରୁଛନ୍ତି ଯାହାକି ଅନ୍ୟର ଟ୍ରେଡ୍ ମାର୍କ ଅଟେ, ଆପଣ ଏହାକୁ ଆପଣଙ୍କର ଭିଡିଓରେ ବ୍ୟବହାର କରିପାରିବେ ନାହିଁ । ଏହା ଆପଣଙ୍କ ଚ୍ୟାନେଲରେ କପିରାଇଟ୍ ଆଣିପାରେ ।
-ଯଦଆପଣ ନିଜ ଭିଡିଓରେ ମାଗଣାରେ ଯେକୌଣସି ପେଡ୍ ସଫ୍ଟୱେର୍ ଡାଉନଲୋଡ୍ କରିବାକୁ ଶିଖାଉଛ, ତେବେ ଏପରି ପରିସ୍ଥିତିରେ ଆପଣଙ୍କ ଚ୍ୟାନେଲ ଉପରେ କପିରାଇଟ୍ ମଧ୍ୟ ଲାଗୁ ହୋଇପାରେ ।
-ଏହା ବ୍ୟତୀତ, ଯଦି ଆପଣ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ କରୁଛନ୍ତି ଏବଂ ସେହି ସମୟ ମଧ୍ୟରେ କୌଣସି ବିଷୟବସ୍ତୁ ଅଛି ଯାହା କପିରାଇଟ୍ ଅଧୀନରେ ଆସେ, ତେବେ କପିରାଇଟ୍ ଦାବି ଆପଣଙ୍କ ଚ୍ୟାନେଲରେ ଆସିପାରେ ଏବଂ ଆପଣଙ୍କର ଲାଇଭ୍ ଷ୍ଟ୍ରିମ୍ ମଧ୍ୟ ୭ ରୁ ୮ ଦିନ ପାଇଁ ବନ୍ଦ ହୋଇପାରେ ।

କପିରାଇଟ୍ ଷ୍ଟ୍ରାଇକ୍ କିପରି ହଟାଇବେ ?
କପିରାଇଟ୍ ଷ୍ଟ୍ରାଇକ୍ ହଟାଇବାର କେବଳ ଗୋଟିଏ ଉପାୟ ହେଉଛି ସେହି ଭିଡିଓ ଡିଲିଟ୍ କରିବା କିମ୍ବା ୟୁଟ୍ୟୁବ୍ କୁ ନିଜର ସ୍ପଷ୍ଟୀକରଣ ମେଲ୍ କରିବା ଯେଉଁଥିରେ ଆପଣ ସ୍ପଷ୍ଟ କରିପାରିବେ ଯେ ଆପଣଙ୍କର ବିଷୟବସ୍ତୁ ସଂପୂର୍ଣ୍ଣ କପିରାଇଟ୍ ମୁକ୍ତ ବିଷୟବସ୍ତୁ । ଯଦି ଆପଣ ୟୁଟ୍ୟୁବ୍ର ଷ୍ଟ୍ରାଇକ୍ କୁ ଅଣଦେଖା କରନ୍ତି, ୟୁଟ୍ୟୁବ୍ ସେହି ଭିଡିଓ କିମ୍ବା ଆପଣଙ୍କ ଆକାଉଣ୍ଟକୁ ବନ୍ଦ କରିପାରେ ।

କପିରାଇଟ୍ ମାଲିକଙ୍କ ସହିତ ଯୋଗାଯୋଗ କରନ୍ତୁ: ଭିଡିଓ ଡିଲିଟ୍ କରିବା ପୂର୍ବରୁ, ଆପଣଙ୍କର ଭିଡିଓ କପିରାଇଟ୍ ମୁକ୍ତ ବୋଲି ଯାଞ୍ଚ କରନ୍ତୁ । ଏହା ପରେ ଷ୍ଟ୍ରାଇକ୍ ଆକ୍ସେପ୍ଟ କରି କପିରାଇଟ୍ ସ୍କୁଲ ଆଟେଣ୍ଡ କରନ୍ତୁ । ଏଠାରେ ଆପଣ କପିରାଇଟ୍ ମାଲିକ (ଯିଏ ଦାବି କରିଛନ୍ତି) ସହିତ ଯୋଗାଯୋଗ କରିପାରିବେ ।

କେତେ ଦିନ ଲାଗିଥାଏ?
ଏଥିପାଇଁ ଯଦି ଆପଣଙ୍କର ଚ୍ୟାନେଲ୍ YouTube Partner Programରେ ସାମିଲ ହୋଇଛି, ତେବେ ଆପଣଙ୍କୁ ଏଥିପାଇଁ ୭ ଦିନ ସମୟ ଦିଆଯିବ । ଧ୍ୟାନ ଦିଅନ୍ତୁ ଯେ ଯଦି ଆପଣ ଚ୍ୟାନେଲ ବିରୁଦ୍ଧରେ କପିରାଇଟ୍ ଉଲ୍ଲଂଘନର ୩ଟି ଷ୍ଟ୍ରାଇକ୍ ଲାଗେ, ତେବେ ଆପଣଙ୍କୁ ୭ ଦିନ ଭିତରେ ଭିଡିଓକୁ ହଟାଇବା କିମ୍ବା ସେହି ଅଂଶକୁ ହଟାଇବାକୁ ପଡିବ । ଯଦି ଆପଣ ଏହା କରନ୍ତି ନାହିଁ ତେବେ ଆପଣଙ୍କର ଚ୍ୟାନେଲ୍ ବନ୍ଦ ହୋଇଯିବ ।

Get real time updates directly on you device, subscribe now.