fbpx
BSKY
BJD SHG SKY
BJD YOUTH SKY

ରାତିରେ ଶାନ୍ତିରେ ଶୋଇବାକୁ ଚାହୁଁଛନ୍ତି କି ? ତାହେଲେ ନିହାତି ପଢନ୍ତୁ

ଦିନକୁ ଦିନ ଚାପ ଗ୍ରସ୍ତ ଜୀବନ ସାଙ୍ଗକୁ କାର୍ୟ୍ୟ ଭାର ମଧ୍ୟ ବଢ଼ିବାରେ ଲାଗିଛି । ଦିନର ବ୍ୟସ୍ତ ବହୁଳ ସମୟକୁ ଅତିବାହିତ କରି ସାରିବା ପରେ ମଣିଷ ଟିକିଏ ଶାନ୍ତିରେ ଶୋଇବାକୁ ଅନାଇ ବସିଥାଏ । ହେଲେ ଦିନ ଯାକର ଥକାପଣ ଏବଂ ଚାପ ଗ୍ରସ୍ତ ଜୀବନ ଯୋଗୁ ମଣିଷ ଆଜି କାଲି ଶାନ୍ତିରେ ବି ଟିକେ ଶୋଇପାରୁନି । ଯାହା ସମସ୍ତଙ୍କ ପାଇଁ ଏବେ ଏକ ଚିନ୍ତାର ବିଷୟ ପାଲଟିଛି । ସୁସ୍ଥ ରହିବାକୁ ହେଲେ ସଠିକ ପରିମାଣର ନିଦ ନିହାତି ଆବଶ୍ୟକ । ଯଦି ଗୋଟିଏ ଦିନ ବି ଶୋଇବାରେ ସାମାନ୍ୟ ଏପଟ ସେପଟ ହୋଇଯାଏ ତାହେଲେ ତା ପର ଦିନଟି ପୁରା ବେକାର ଲାଗିଥାଏ । ଯଦି ନିତି ଦିନିଆ ଏଭଳି ସମସ୍ୟା ଲାଗି ରହେ ତାହେଲେ ବ୍ୟକ୍ତି ଜଣଙ୍କ ଧୀରେ ଧୀରେ ଅସୁସ୍ଥ ହୋଇ ପଡେ । ଏଣୁ ଶାନ୍ତିର ନିଦ ସମସ୍ତଙ୍କୁ ନିହାତି ଆବଶ୍ୟକ ।

ତେବେ ଆସନ୍ତୁ ଜାଣିବା କିଭଳି ରାତିରେ ଆପଣ ଶାନ୍ତିରେ ଶୋଇ ପାରିବେ ….

ନିଦ୍ରାହୀନତା ଏଭଳି ଏକ ରୋଗ, ଯାହା ଔଷଧ ଦ୍ୱାରା ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନଥାଏ । ନିଦ୍ରାହୀନତାପାଇଁ ଆମେ ଯେଉଁ ଔଷଧ ବ୍ୟବହାର କରିଥାଉ ତାହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଥାଏ ଯାହା ଆମ ଶରୀର ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଥାଏ । କିନ୍ତୁ ଆପଣ ଚାହିଁଲେ ବିନା ଔଷଧରେ ବି ଆପଣ ଏହାକୁ ଭଲ କରି ପାରିବେ ।

ଶାନ୍ତିରେ ଶୋଇବାକୁ ହେଲେ ପ୍ରଥମେ ଆମ ଶରୀରରକୁ ସୁସ୍ଥ ଓ ଚାପମୁକ୍ତ କରିବାକୁ ପଡିବ । ଯେଉଁଥି ପାଇଁ ଆମକୁ ପ୍ରତ୍ୟେକ ଦିନ ମେଡିଟେସନ୍ ବା ଧ୍ୟାନ କରିବା ନିତ୍ୟାନ୍ତ ଜରୁରୀ । ଧ୍ୟାନ ଆପଣଙ୍କୁ ଭଲ ନିଦ ଆସିବାରେ ସାହାଯ୍ୟ କରିଥାଏ ଏବଂ ମନର ଅନ୍ୟ ଚାପକୁ ଦୂର କରି ମନକୁ ଶାନ୍ତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପ୍ରତିଦିନ ଧ୍ୟାନ କରିବା ଦ୍ୱାରା ଏହା ଶରୀରର ମେଲାଟୋନିନ୍ ଏବଂ ସେରୋଟୋନିନ୍ ବୃଦ୍ଧି କରାଇଥାଏ ଏବଂ ରକ୍ତଚାପ ଏବଂ ହୃଦସ୍ପନ୍ଦନକୁ ହ୍ରାସ କରିଥାଏ ।

ତେବେ ଆଜି ଜାଣନ୍ତୁ ବିଭିନ୍ନ ପ୍ରକାର ମେଡିଟେସନ୍ ବା ଧ୍ୟାନ ବିଷୟରେ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହ ଭଲ ନିଦ୍ରା ଦେଇଥାଏ ।

ସହଯୋଗୀ ଧ୍ୟାନ: ସହଯୋଗୀ ଧ୍ୟାନ କରିବା ପୂର୍ବରୁ ସର୍ବପ୍ରଥମେ, ସଫ୍ଟ ମ୍ୟୁଜିକ୍ ବାଛନ୍ତୁ ଏବଂ ଏହାକୁ ମୋବାଇଲ୍ ଫୋନରେ ରଖନ୍ତୁ ଏବଂ ଆଖି ବନ୍ଦ କରି ଶୋଇ ଯାଆନ୍ତୁ । ଏହାପରେ ଧୀର ନିଶ୍ୱାସ ନେଇ ସଙ୍ଗୀତ ଉପରେ ଧ୍ୟାନ ଦିଅନ୍ତୁ । ଏଭଳି କରିବା ଦ୍ୱାରା ମଧ୍ୟ ସୁଖନିଦ୍ରା ଆସିଥାଏ। ସଂଗୀତ ଦ୍ୱାରା ମଣିଷ ଅଧିକ ଶାନ୍ତ ଓ ହାଲୁକା ରହିଥାଏ । ଯଦି ଏହା ଦ୍ୱାରା ଆପଣଙ୍କ ଭଲ ନିଦ ହେଉ ନାହିଁ ତାହେଲେ ଆଗକୁ ପଢନ୍ତୁ ….

ଶରୀର ଶୁଦ୍ଧିକରଣ ଧ୍ୟାନ: ଶରୀର ଶୁଦ୍ଧିକରଣ ଧ୍ୟାନ ଦ୍ୱାରା ଆମେ ଆମ ଶରୀରର ପ୍ରତ୍ୟେକ ଅଙ୍ଗ ଉପରେ ଧ୍ୟାନ ଦେଇଥାଉ । ଏହି ଧ୍ୟାନ ଆରମ୍ଭରେ ସର୍ବପ୍ରଥମେ ଶୋଇଯାଅ ଏବଂ ଆଖି ବନ୍ଦ କରି ଧୀରେ ଧୀରେ ନିଶ୍ୱାସ ନିଅ । ତେବେ ଏହି ଧ୍ୟାନ କରିବା ସମୟରେ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ, କିନ୍ତୁ ମନରେ ଧ୍ୟାନ ରଖନ୍ତୁ । ଏହି ଧ୍ୟାନ କରିବା ଦ୍ୱାରା ଶରୀରରେ ଏକାଗ୍ରତା ବଢିଥାଏ ।

ମାନସିକ ଧ୍ୟାନ: ଶୋଇବା ପୂର୍ବରୁ ୧୦ ଥର ନିଶ୍ୱାସ ନିଅନ୍ତୁ ଏବଂ ୧୦ ଥର ନିଶ୍ୱାସ ଛାଡନ୍ତୁ। ଏହିଭଳି ଭାବେ ଅତି କମରେ ୫ ଥର କରନ୍ତୁ । ଯଦି ଏହି ସମୟ ମଧ୍ୟରେ କୌଣସି ଚିନ୍ତାଧାରା ଆପଣଙ୍କ ମନକୁ ଆସେ, ତେବେ ଆପଣଙ୍କର ନିଶ୍ୱାସ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ । ଯାହା ଫଳରେ ଆପଣଙ୍କ ଧ୍ୟାନ କେବଳ ଶୋଇବା ପାଖରେ ହିଁ ରହିବ । ଆଉ ହଁ, ସର୍ବପ୍ରଥମେ ଆପଣଙ୍କ ରୁମରେ ଥିବା ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋ ନିକ୍ ଗ୍ୟାଜେଟ୍ ବାହାରରେ ରଖନ୍ତୁ । ନଚେତ ଏହି ସବୁ ଜିନିଷ ଆପଣଙ୍କ ଧ୍ୟାନକୁ ଆକର୍ଷିତ କରିପାରେ ।

 

Get real time updates directly on you device, subscribe now.