ସୂର୍ଯ୍ୟମୁଖୀ ଫୁଲ ଚାଷ: କେମିତି ଆଉ କେଉଁ ଜମିରେ କରିବେ ଏହି ଫସଲ, ଜାଣନ୍ତୁ ସବୁ ଉପାୟ

ଓଡିଶାରେ ଚାଷ ହେଉଥିବା ପ୍ରମୁଖ ତୈଳବୀଜ ଫସଲ ମଧ୍ୟରୁ ସୂର୍ଯ୍ୟମୁଖୀ ହେଉଛି ସ୍ୱତନ୍ତ୍ର । ମୁଖ୍ୟତଃ ଏହାର ତେଲ ପାଇଁ ସୂର୍ଯ୍ୟମୁଖୀ ଚାଷ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି ଅନେକ ଚାଷୀ । ଏହାର ତେଲକୁ ରାନ୍ଧିବା, ବନସ୍ପତୀ ପ୍ରସ୍ତୁତ କରିବା ସହିତ ସାବୁନ ଏବଂ ପ୍ରସାଧନ ସାମଗ୍ରୀ ତିଆରି କରିବା କାର୍ଯ୍ୟରେ ମଧ୍ୟ ବ୍ୟବହାର ହୋଇଥାଏ । ଏହାର ମଝି ଅଂଶଟି ଖୁବ ପ୍ରୋଟିନ ଯୁକ୍ତ ହୋଇଥିବା ବେଳେ ଏହାକୁ ଗୋରୁ ଏବଂ କୁକୁଡାମାନଙ୍କର ଖାଦ୍ୟ ପାଇଁ ପ୍ରଯୁଜ୍ୟ ।

ସୂର୍ଯ୍ୟମୁଖୀ ଚାଷ ଅଙ୍କୁର ଏବଂ ବିହନ ବୃଦ୍ଧି ସମୟରେ ଏକ ଶୀତଳ ଜଳବାୟୁ ଆବଶ୍ୟକ କରିଥାଏ । ବିହନ ମଞ୍ଜିରୁ ଫୁଲ ନହେବା ପର୍ଯ୍ୟନ୍ତ ଉଷ୍ମ ପାଣିପାଗ ଏବଂ ଫୁଲ ଫୁଟିବା ସମୟରେ ଏବଂ ଖରାଦିନେ କିମ୍ବା ଶୁଖିଲା ପାଗରେ ଏହାର ପରିପକ୍ୱତା ହୋଇଥାଏ । ଭଲ ନିଷ୍କାସିତ ଏବଂ ହାଲୁକା ମୃତ୍ତିକାରେ ସୂର୍ଯ୍ୟମୁଖୀ ଫସଲ ଭଲ ହୋଇଥାଏ । ଏହି ଫସଲ ପାଇଁ ମୃତ୍ତିକାର ସର୍ବୋଚ୍ଚ pH ହେଉଛି ୬.୫-୮.୫ । ସୂର୍ଯ୍ୟମୁଖୀ ଫସଲ ପାଇଁ ଏକ ସୁସଜ୍ଜିତ କ୍ଷେତ୍ର ଆବଶ୍ୟକ କରେ ଯାହା ୨-୩ ଚାଷ କାର୍ଯ୍ୟଦ୍ୱାରା ଫଳକ ପ୍ରାପ୍ତ ହୋଇ ପାରିବ । ବିହନ ବୁଣିବା ପୂର୍ବରୁ ଅତିକମରେ ୧୦ ସେଣ୍ଟିମିଟର ଗଭୀରରେ ମୃତ୍ତିକା ଆର୍ଦ୍ର ହେବା ଉଚିତ ଏବଂ ଜଳସେଚନ ନିହାତି ଆବଶ୍ୟକ । ତେବେ ଶୀତ ଦିନରେ ଫସଲ ହେଲେ, ଏହା ଅକ୍ଟୋବର କିମ୍ବା ନଭେମ୍ବରର ମଧ୍ୟଭାଗରୁ ଜାନୁୟାରୀର ଦ୍ୱିତୀୟ ସପ୍ତାହ ମଧ୍ୟରେ ବିହନ ବୁଣିବା କାର୍ଯ୍ୟ ଆରମ୍ଭ ହେବା ଆବଶ୍ୟକ ।

ଫସଲର ନିମ୍ନଭାଗ ହଳଦିଆ ରଙ୍ଗ ଧାରଣ କଲେ ଫସଲକୁ ଅମଳ କରନ୍ତୁ । ପରିପକ୍ୱ ମୁଣ୍ଡଗୁଡିକୁ ଦାଆରେ କାଟି ଉପର ପାଶ୍ୱର୍କୁ ସୂର୍ଯ୍ୟ କିରଣକୁ ମୁହଁ କରାଇ ଶୁଖାଇ ଦିଆଯାଇଥାଏ । ଏହାପରେ ଶୁଖିଯାଇଥିବା ମୁଣ୍ଡକୁ ପିଟି ଏହାର ମଞ୍ଜି ଝଡାଯାଇଥାଏ । ଏହି ମଞ୍ଜିକୁ ଭଲ ଭାବରେ ଶୁଖାଇ ଗୁନି ବ୍ୟାଗରେ ଗଚ୍ଛିତ କରି ରଖାଯାଇଥାଏ । ତେବେ ଏହି ଫସଲ ବର୍ଷାଜଳଳ ଅବସ୍ଥାରେ ୩୦୦-୫୦୦ କିଲୋଗ୍ରାମ/ହେକ୍ଟର ଏବଂ ଜଳସେଚିତ ଅବସ୍ଥାରେ ୮୦୦-୧୦୦୦ କି.ଗ୍ରା/ହେକ୍ଟର ଶସ୍ୟ ଅମଳ ଦେଇଥାଏ ।