fbpx
BJD SKY
BJD SKY

ଏହିପରି ଭାବେ ହେବାକୁ ଯାଉଛି ପୃଥିବୀର ଅନ୍ତ: ମନୁଷ୍ୟମାନେ ହେବେ ଏହାର କାରଣ! ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

BJD

ବ୍ରହ୍ମାଣ୍ଡରେ ଥିବା ପ୍ରତ୍ୟେକ ଜିନିଷର ଅନ୍ତ ନିଶ୍ଚିତ । ତେବେ ଅନ୍ତରୀକ୍ଷରେ ଥିବା ଗ୍ରହମାନଙ୍କର ମଧ୍ୟ ଦିନେ ନା ଦିନେ ଅନ୍ତ ଘଟିବ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ପୃଥିବୀ ମଧ୍ୟ ଶେଷ ହେବ କି ନାହିଁ! ଯଦି ଏପରି ହୁଏ, ତେବେ ଏହା କିପରି ସମ୍ଭବ ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ମଣିଷର ସମାପ୍ତି ଏବଂ ପୃଥିବୀରେ ଜୀବନର ସମାପ୍ତି ବିଷୟରେ ଯୁକ୍ତି ରହିଛି । କିନ୍ତୁ ପୃଥିବୀର ଅନ୍ତକୁ ନେଇ କୌଣସି ପ୍ରକାର ଯୁକ୍ତି ନାହିଁ । ଅନେକ ବୈଜ୍ଞାନିକ ଏ ନେଇ ବିଶ୍ଳେଷଣ କରିଛନ୍ତି ଯେ ଏହା କିପରି ହୋଇପାରେ ଏବଂ ପୃଥିବୀର ଅନ୍ତକୁ ନେଇ ବିଭିନ୍ନ ଉପାୟ ବର୍ଣ୍ଣନା କରିବାକୁ ଚେଷ୍ଟା ମଧ୍ୟ କରିଛନ୍ତି ।

ତେବେ ଏ ନେଇ ଅନେକ ଫଳାଫଳ ସମ୍ଭବ ବୋଲି ଆଶଙ୍କା କରାଯାଉଛି । ସାଧାରଣତଃ ଦୁଇ ପ୍ରକାରରେ ପୃଥିବୀର ଅନ୍ତ ବିଷୟରେ ବୈଜ୍ଞାନିକମାନେ ଉଲ୍ଲେଖ କରିଛନ୍ତି । ଫୋର୍ବସ ମାଗାଜିନ ଅନୁଯାୟୀ, ପୃଥିବୀ ସୂର୍ୟ୍ୟ ମଧ୍ୟରେ ମିଶିଯିବ କିମ୍ବା ଏହା ସୌର ମଣ୍ଡଳରୁ ବାହାରି ଏକ ଶୂନ୍ୟ ପଥରରେ ପରିଣତ ହୋଇ ଅନନ୍ତକାଳ ପର୍ଯ୍ୟନ୍ତ ମହାକାଶରେ ବୁଲିବ। ତେବେ ଏହିସବୁ ଘଟିବା ପୂର୍ବରୁ ପୃଥିବୀ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯିବ ।

ଏକ ବୈଜ୍ଞାନିକ ବିଶ୍ୱାସ ଅନୁଯାୟୀ, ସମୟ ସହିତ ସୂର୍ୟ୍ୟ ପୃଥିବୀ ଉପରେ ଅଧିକ ଉତ୍ତାପ ପକାଇବ ଏବଂ ବାୟୁମଣ୍ଡଳର ପ୍ରତ୍ୟେକ ପରମାଣୁ ବାଷ୍ପରେ ପରିଣତ ହୋଇଯିବ । ସୂର୍ଯ୍ୟଙ୍କ ଉତ୍ତାପରେ ପୃଥିବୀ ପୃଷ୍ଠରେ ଥିବା ସବୁ ଜିନିଷ ଏବଂ ଜୀବ ଜନ୍ତୁ ପାଉଁଶରେ ପରିଣତ ହେବେ । ପରବର୍ତ୍ତୀ ପାଞ୍ଚରୁ ସାତ ଶହ କୋଟି ବର୍ଷ ମଧ୍ୟରେ ପୃଥିବୀ ଏପରି ଅବସ୍ଥାରେ ପହଞ୍ଚିପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।

ଅନ୍ୟ ଏକ ସମ୍ଭାବନା ହେଉଛି ପୃଥିବୀରେ ଜୀବନ ସମାପ୍ତ ହେବା ପରେ ଏହା ଏକ ଶୂନ୍ୟ ଗ୍ରହ ଭାବରେ ସୌର ମଣ୍ଡଳରେ ଘୂରିବୁଲିବ । ଏହି ସମୟ ମଧ୍ୟରେ ଅନେକ ଜିନିଷ ହୋଇପାରେ । ତେବେ ଏ ନେଇ ଆଉ ଏକ ସମ୍ଭାବନା ମଧ୍ୟ ଦେଖା ଦେଇଛି । କିଛି ମହାଜାଗତିକ ପିଣ୍ଡ ମଧ୍ୟ ପୃଥିବୀ ସହିତ ଧକ୍କା ହୋଇ ଏହାକୁ ନଷ୍ଟ କରିଦେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ତେବେ ଏହା ଜରୁରୀ ନୁହେଁ ଯେ ମହାକାଶରୁ ଆସୁଥିବା କୌଣସି ବସ୍ତୁ ସିଧାସଳଖ ପୃଥିବୀ ସହିତ ଧକ୍କା ହେବ । ତେବେ ଏହି ବିଶାଳ ବସ୍ତୁ ବା ପଥର ପୃଥିବୀ ନିକଟରେ ଅତିକ୍ରମ କରିବା ଦ୍ୱାରା ମଧ୍ୟ ଏହାର ମାଧ୍ୟାକର୍ଷଣ ଦ୍ୱାରା ପୃଥିବୀ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ତେବେ ଆହୁରି ଏକ ସମ୍ଭାବନା ମଧ୍ୟ ଅଛି ଯେ ଯଦି ସୂର୍ୟ୍ୟର ଉତ୍ତାପ ଏହି ପରି ଭାବରେ ବଢ଼ିଚାଲେ ପୃଥିବୀରେ ବିଶ୍ୱତାପନ ବଢ଼ିଚାଲିବ ଏବଂ ସମସ୍ତ ଜୀବଜନ୍ତୁଙ୍କ ସତ୍ତା ମଧ୍ୟ ଲୋପ ପାଇବାର ସମ୍ଭାବନା ରହିଛି । ଏପରିକି ଏହା ସୂର୍ୟ୍ୟଙ୍କ ନିକଟତର ହେବା ଆଶଙ୍କା ମଧ୍ୟ ରହିଛି । ତେବେ ଏପରି ହେଲେ ପୃଥିବୀ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କ ମଧ୍ୟରେ ବିଲୋପ ହୋଇଯିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ।

Get real time updates directly on you device, subscribe now.