fbpx

ମଙ୍ଗଳ ଗ୍ରହରେ ଉଡ଼ିବ ଚୀନ ହେଲିକପ୍ଟର

ଅନ୍ୟ ଗ୍ରହରେ ଜୀବନ ଖୋଜିବା ସ୍ପେସ୍ ଏଜେନ୍ସିଙ୍କ ପ୍ର୍ରୟାସ ରହିଥାଏ । ଏମିତି ଅନେକ ଦେଶ ଅଛି ଯେଉଁମାନେ ଚନ୍ଦ୍ର ଏବଂ ମଙ୍ଗଳରେ ଜୀବନ ସନ୍ଧାନ କରିଥାନ୍ତି । ଏହି ତାଲିକାରେ ଆମେରିକା ଓ ଚୀନ ଆଗରେ ଅଛନ୍ତି । ଏହି ଦୁଇ ଦେଶ ମଧ୍ୟରେ ସବୁବେଳେ ପ୍ରତିଯୋଗିତା ଲାଗି ରହିଥାଏ । ନିକଟରେ ମଙ୍ଗଳ ଗ୍ରହ ଉପରେ ଆମେରିକା ଏକ ରୋବୋଟ ପରି ହେଲିକପ୍ଟର ଉଡ଼ାଇଛି ଯାହା ସେଠାରେ ନମୁନା ପାଇଁ ଅଛି । ଅଦ୍ୟାବଧି ଏହି ହେଲିକପ୍ଟର ୬୦ରୁ ଉର୍ଦ୍ଧ୍ୱ ଥର ସେବା ଯୋଗାଇଛି । ସେହିପରି ଚୀନ ମଧ୍ୟ ଏପରି ଏକ ହେଲିକପ୍ଟର ନିର୍ମାଣ କରିବା ଯୋଜନା କରୁଛି ଯାହା ଫୋଲଡେବଲ(Foldable) । ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନିଆଯାଇ ପାରିବ ଏବଂ କମ୍ ସ୍ପେସ୍ ନେବ । ଏହା ସାହାଯ୍ୟରେ ଚୀନ ମଙ୍ଗଳ ଗ୍ରହରୁ ନମୁନା ସଂଗ୍ରହ କରିିବ ।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଚୀନ ପାଖରେ ଏହି ଫୋଲଡେବଲ ହେଲିକପ୍ଟର ନିର୍ମାଣ କରିବା ନେଇ କୌଣସି ଡିଜାଇନ୍ ଫାଇନାଲ କରାଯାଇନାହିଁ । ଯଦି MarsBird-VII ଆକାର ନେଇନିଏ ଏବଂ ପରୀକ୍ଷାରେ ସଫଳ ହୁଏ ତେବେ ଚୀନ ପାଇଁ ଏହି ମଙ୍ଗଳ ମିଶନ ସହଜ ହେବ । ବର୍ତ୍ତମାନ NASAର Ingenuity ହେଲିକପ୍ଟର ମଙ୍ଗଳ ଗ୍ରହରେ ଯାତ୍ରା କରୁଥିବା ଏକମାତ୍ର ହେଲିକପ୍ଟର । ତେବେ ଏହି ମିଶନ ୨୦୨୮ରୁ ୨୦୩୦ ମଧ୍ୟରେ ଆରମ୍ଭ ହେବ ।

Get real time updates directly on you device, subscribe now.