fbpx

ବୋମାମାଡ଼ କରିବାକୁ କର୍ଣ୍ଣାଟକ ରାଜଭବନକୁ ମିଳିଲା ଧମକପୂର୍ଣ୍ଣ କଲ: ସର୍ଚ୍ଚ ଅପରେଶନ ଜାରି

କର୍ଣ୍ଣାଟକ: କର୍ଣ୍ଣାଟକ ରାଜଭବନକୁ ବୋମା ମାଡ଼ କରିବା ନେଇ ମିଳିଛି ଧମକ । ଗତକାଲି ରାତିରେ ଜଣେ ଅଜଣା ବ୍ୟକ୍ତି ପୁଲିସକୁ ଫୋନ କରି ରାଜଭବନକୁ ବୋମା ମାଡ଼ କରି ଉଡ଼ାଇଦେବା ଧମକ ଦେଇଥିଲେ । ତେବେ ଏପରି ଧମକ ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ବମ ସ୍କ୍ୱାର୍ଡ଼ ପହଞ୍ଚି ସେଠାରେ ଛାନଭିନ ଆରମ୍ଭ କରିଥିଲେ । ହେଲେ ପୁଲିସ ଏବଂ ବମ ସ୍କ୍ୱାର୍ଡ଼ ସେଠାରେ କୌଣସି ସନ୍ଦେହଜନକ ବସ୍ତୁ ପାଇନଥିଲେ ।

କଲ କରିଥିବା ବ୍ୟକ୍ତି ଜଣଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନହିଁ । ତେବେ ବ୍ୟକ୍ତିଜଣଙ୍କ ଗତକାଲି ରାତିରେ ରାଜଭବନ ପରିସରରେ ବୋମାମାଡ଼ କରିବାକୁ ଧମକ ଦେଇ ପୋଲିସକୁ ତୁରନ୍ତ ଜଣାଇବାକୁ ଅଧିକାରୀମାନଙ୍କୁ ଉତ୍ତେଜିତ କରିଥିଲେ। ତେବେ ଧମକ ପାଇବା ପରେ ପୁଲିସ ବମ ସ୍କ୍ୱାର୍ଡ଼ ଏବଂ କେ-୯ ୟୁନିଟ୍ ସହିତ ଗତକାଲି ରାତିରେ ଉକ୍ତ ସ୍ଥାନରେ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲା। ହେଲେ ସେଠାରେ କୌଣସି ପ୍ରକାର ସନ୍ଦେହଜନକ ବସ୍ତୁ ମିଳିନଥିଲା ।

ଆଇନ ଶୃଙ୍ଖଳା ଅଧିକାରୀମାନେ ରାଜ ଭବନ ପରିସର ଏବଂ ଆଖପାଖ ଅଞ୍ଚଳର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଏକ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । ତେବେ ଅଜଣା ବ୍ୟକ୍ତି ଜଣଙ୍କର ଏପରି ଧମକ ଦେବା ପଛର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ରାଜଭବନରେ ବୋମା ମାଡ଼ ଧମକ ଦେବା ପାଇଁ ବ୍ୟବହୃତ ଫୋନ୍ ନମ୍ବରକୁ ଟ୍ରାକ କରିବା ପାଇଁ ମଧ୍ୟ ଅଧିକାରୀମାନେ ଚେଷ୍ଟା ଜାରି ରଖିଛନ୍ତି ।

ତେବେ ଦୁର୍ବୃତ୍ତ ଜଣଙ୍କ ରାଷ୍ଟ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ର ଅଧିକାରୀମାନଙ୍କୁ ମଧ୍ୟ ବୋମା ମାଡ଼ ଧମକ ଦେଇ ଟାର୍ଗେଟ କରିଥିଲେ। ଏନଆଇଏ ଅଧିକାରୀମାନଙ୍କୁ ମଧ୍ୟ ରାଜଭବନରେ ବୋମାମାଡ଼ ନେଇ ଉଦବେଗଜନକ କଲ ଆସିଥିବା ସୂଚନା ମିଳିଛି । ତେବେ ଏ ନେଇ ଏନଆଇଏ ଅଧିକାରୀମାନେ ବେଙ୍ଗାଲୁରୁ ପୁଲିସକୁ ସତର୍କ କରାଇଥିଲେ। ଏହି ଉଦବେଗଜନକ ଘଟଣା ପରେ କେନ୍ଦ୍ରୀୟ ଡିଭିଜନ ପୋଲିସ ତୁରନ୍ତ ବିଧାନ ସୌଧ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଚଳାଇଛି।

Get real time updates directly on you device, subscribe now.