fbpx

ଗର୍ଭାବସ୍ଥାରେ ମହିଳାମାନେ କେମିତି ଶୋଇଲେ ଶିଶୁ ପାଇଁ ହୋଇଥାଏ ଭଲ ? ଜାଣନ୍ତୁ

ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭାବସ୍ଥା ହେଉଛି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏପରି ଅବସ୍ଥାରେ ମହିଳାଙ୍କର ସ୍ୱତନ୍ତ୍ର ଯତ୍ନ ନେବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଏହି ସମୟରେ ନିତାନ୍ତ ଆବଶ୍ୟକ। ଗର୍ଭାବସ୍ଥାରେ ହରମୋନ୍‌ ପରିବର୍ତ୍ତନ ଯୋଗୁ ମହିଳାମାନେ ଅନେକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଯାହା ଯୋଗୁ ସେମାନଙ୍କୁ ଠିକ୍‌ ଭାବରେ ନିଦ ହୋଇ ନଥାଏ। ଏପରିକି ମହିଳାମାନେ ଏହି ସମୟରେ ଭୟଭୀତ ଅବସ୍ଥାରେ ରହିଥା’ନ୍ତି। ନିଦ ନହେଲେ ଗର୍ଭରେ ଥିବା ଶିଶୁ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ଆସନ୍ତୁ ଜାଣିବା କିଛି ଟିପ୍ସ, ଯାହାକୁ ଅନୁସରଣ କଲେ, ଗର୍ଭାବସ୍ଥା ସମୟରେ ଆପଣଙ୍କୁ ଭଲ ନିଦ ହୋଇପାରିବ।

ଗର୍ଭାବସ୍ଥାରେ ମହିଳାମାନଙ୍କର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଗର୍ଭବତୀ ମହିଳା ନିଜକୁ ସାମାନ୍ୟ ଅଣଦେଖା କଲେ ଏହାର କୁପ୍ରଭାବ ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପ୍ରତି ପଡ଼ିଥାଏ। ଗର୍ଭାବସ୍ଥାରେ ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଏପରିକି ଖାଦ୍ୟପେୟ, ଚାଲିବା, ବୁଲିବା, ଶୋଇବା ଆଦି ପ୍ରତି ସଚେତନ ରହିବା ଜରୁରୀ। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କେମିତି ଶୋଇଲେ ଶିଶୁଟି ସୁସ୍ଥ ରହିବ।

– ଏକ ରିପୋର୍ଟରୁ ଜଣାପଡ଼ିଛି, ଗର୍ଭାବସ୍ଥାର ତୃତୀୟ ମାସରେ ଗୋଟିଏ କଡ଼ ମାଡ଼ି ଶୋଇଲେ ଭଲ ନୁହେଁ। ତେଣୁ କିଛି ସମୟ ବ୍ୟବଧାନରେ କଡ଼ ଲେଉଟାନ୍ତୁ। ବାମ କଡ଼ ମାଡ଼ି ଶୋଇବା ଅଭ୍ୟାସ ଜାରିରଖନ୍ତୁ। ଏପରି ଶୋଇଲେ ରକ୍ତ ସଞ୍ଚାଳନ ସଠିକ୍‌ ହୋଇଥାଏ।

– ରାତିରେ ହାଲୁକା ଖାଦ୍ୟ ଗ୍ରହଣ କରିବା ଉଚିତ୍‌। ନଚେତ୍‌ ଛାଡ଼ି ଜଳାପୋଡ଼ା ହେବ। ମସଲା ଜାତୀୟ ଓ ତୈଳଯୁକ୍ତ ଖାଦ୍ୟଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ।

– ଯଥେଷ୍ଟ ପାଣି ପିଇବା ଉଚିତ୍‌।

– ଏହି ସମୟରେ ସୁସ୍ଥ ରହିବା ପାଇଁ ନିୟମିତ ପ୍ରାଣାୟାମ କରନ୍ତୁ। ଏହାଦ୍ୱାରା ପାଦ ଓ ଆଣ୍ଠୁ ଯନ୍ତ୍ରଣାରୁ ଉପଶମ ମିଳିବ।

– ଦିନରେ ଏକାଥରେ ଅଧିକ କିଛି ନ ଖାଇ ଅଳ୍ପ ଅଳ୍ପ ଅଧିକ ଥର ଖାଆନ୍ତୁ।

– ଗର୍ଭାବସ୍ଥାରେ ମହିଳାମାନେ ଶେଯର ଦୁଇ ପାର୍ଶ୍ୱରେ ତକିଆ ଦେଇ ଶୋଇଲେ ଆରାମ ଲାଗିଥାଏ।

– ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧାନ୍ତୁ। ଏପରି କଲେ ଆପଣଙ୍କ ଶରୀର ରିଲାକ୍ସ ହୋଇଥାଏ ଏବଂ ନିଦ ମଧ୍ୟ ଭଲ ହୋଇଥାଏ।

– ଶୋଇବା ପୂର୍ବରୁ ଲଘୁ ସଙ୍ଗୀତ ଶୁଣନ୍ତୁ। ଏହାଦ୍ୱାରା ମନକୁ ଶାନ୍ତି ମିଳିବା ସହିତ ଭଲ ନିଦ ହୋଇଥାଏ।

Get real time updates directly on you device, subscribe now.