fbpx

How Women Work : ଏହି ପୁସ୍ତକରେ ରହିଛି ଏସିଆ ମହିଳାଙ୍କ ସଫଳତା ପଛର କାହାଣୀ

ନୂଆଦିଲ୍ଲୀ : ଚୀନରୁ ଭାରତ, ସିଙ୍ଗାପୁରରୁ ପିଲିପିଂସ ଏବଂ ଜାପାନରୁ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ମହିଳାମାନେ ବିଭିନ୍ନ ଦପ୍ତରରେ କାର୍ଯ୍ୟ କରୁଛନ୍ତି । କିଭଳି ସେମାନେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ କାର୍ଯ୍ୟ ଶୌଳୀକୁ ନେଇ ଏକ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି ‘’ । ଏହି ପୁସ୍ତକ ଏସିୟର କାର‌୍ୟ୍ୟରତ ମହିଳାମାନଙ୍କ ଉପରେ ପର୍ଯ୍ୟବେଶିତ । ଆରତୀ କେଲଶିକରଙ୍କ ଦ୍ୱାରା ଲିଖିତ ଏହି ଆଗାମୀ ପୁସ୍ତକରେ କେବଳ ମହିଳା ନେତାମାନେ ନୁହଁନ୍ତି ସେମାନଙ୍କ ସହଯୋଗୀମାନଙ୍କ ବଷୟରେ ମଧ୍ୟ ଏହି ପୁସ୍ତକ ମାଧ୍ୟମରେ ବିଶ୍ୱବାସୀ ସୂଚନା ଦିଆଯିବ । ଏହି ପୁସ୍ତକ ଆସନ୍ତା ୨୫ ଫେବୃଆରୀରେ ମୁକ୍ତିଲାଭ କରିବାକୁ ଯାଉଛି ।

ଲେଖିକା ଆରତୀ କେଲଶିକର କହିଛନ୍ତି , ଏହି ପୁସ୍ତକରେ ଏସିଆରେ ମହିଳାଙ୍କ ସଫଳତା ଏବଂ ନେତୃତ୍ୱ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ଏହି ପୁସ୍ତକ ଅଧ୍ୟୟନ ଏବଂ ପ୍ରଦର୍ଶନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମୁଁ ଅନୁଭବ କରିଥିଲି। ଏହି ପୁସ୍ତକରେ କେତେକ ଅଧ୍ୟାୟରେ ନିଜ ସଂମ୍ବୋଧିତ ଥିବା ଅନୁଭବ କରିବେ । ଏହା ଆପଣଙ୍କୁ ହସିବାରେ ବାଧ୍ୟ କରିବ ଏବଂ ମୁହଁରୁ ‘ଅହା’ ପଦ ବାହାରିବ । ନିଜ ସଫଳତାର ଉତ୍ସବ ପାଳନ ଏହା କରିବା ଏହା ଅପଣଙ୍କୁ ଶିକ୍ଷାଇବ ।

ଏସୀୟ ମହିଳା ନେତାମାନଙ୍କୁ ବ୍ୟାଖ୍ୟା କରୁଥିବା ନିୟମ ପାଶ୍ଚାତ୍ୟ ମହିଳା ନେତାଙ୍କ ପରିଭାଷାଠାରୁ ଭିନ୍ନ କି? ଏସିଆରେ ମହିଳା ନେତାମାନଙ୍କୁ କିପରି ଦେଖାଯାଏ? ସାଂସ୍କୃତିକ ପ୍ରତିବନ୍ଧକ ଏବଂ ପକ୍ଷପାତିତା କ’ଣ? ଏଭଳି କିଛି ପ୍ରଶ୍ନ ପୁସ୍ତକରେ ରହିଛି । କର୍ମକ୍ଷେତ୍ରରେ ମହିଳାମାନେ କିଭଳି ଭାବରେ ସଫଳତା ହାସଲ କରୁଛନ୍ତି, ତାହା ଏହି ପୁସ୍ତକର ବିଷୟବସ୍ତୁ

 

 

Get real time updates directly on you device, subscribe now.