fbpx

ମୁଁ ଚାହୁଁନାହିଁ ସେମାନେ ମୋ ଠାରୁ ଫେମସ ହୋଇଯାଆନ୍ତୁ: ଶାହାରୁଖ ଖାନ

ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଶାହାରୁଖ ଖାନ ବର୍ତ୍ତମାନ ପଠାନ ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଫିଲ୍ମ କେବଳ ଭାରତୀୟ ବକ୍ସ ଅଫିସରେ ନୁହେଁ ୱାର୍ଲଡୱାଇଡ ବକ୍ସ ଅଫିସରେ ମଧ୍ୟ ଧମାଲ କରୁଛି । ଏହା ମଧ୍ୟରେ ଶାହାରୁଖ ଖାନ ସୋମବାରଦିନ ନିଜ ସୋସିଆଲ ମିଡିଆରେ ଫ୍ୟାନ୍ସ ମାନଙ୍କୁ ‘ଆସ୍କ ମି ଏନିଥିଙ୍ଗ’ ସେସନ ରଖିଥିଲେ । ଫ୍ୟାନ୍ସମାନେ ମଧ୍ୟ ଏଥିରେ ତାଙ୍କୁ ଭଳିକି ଭଳି ପ୍ରଶ୍ନ ପଚାରିଥିଲେ ।

ଶାହାରୁଖ ଖାନଙ୍କ ଜଣେ ଫ୍ୟାନ୍ସ ପଚାରିଥିଲେ ଯେ, ଆପଣଙ୍କୁ କଣ ପେଟ୍ସ ପସନ୍ଦ? ତେବେ ଆପଣଙ୍କ ପାଖେ କାହିଁକି ପେଟ ନାହାନ୍ତି? ଏହି ପ୍ରଶ୍ନର ଉତ୍ତର ଦେଇ ଶାହାରୁଖ ଖାନ କହିଛନ୍ତି ଯେ, ମୋ ପାଖରେ ବହୁତ ଗୁଡିଏ ପେଟ୍ସ ଅଛନ୍ତି ହେଲେ ମୁଁ ତାଙ୍କ ଫଟୋ ପୋଷ୍ଟ କରିବାକୁ ଚାହୁଁନି । କାରଣ ମୁଁ ଚାହୁଁନି ଯେ, ସେମାନେ ମୋ ଠାରୁ ଅଧିକ ଫେମସ ହୋଇଯାଆନ୍ତୁ ବୋଲି ।

ସେହିଭଳି ଅନ୍ୟ ଏକ ଫ୍ୟାନ୍ସ ଶାହାରୁଖ ଖାନଙ୍କ ଇରିଟେଟିଂ ଅଭ୍ୟାସ ଉପରେ ପ୍ରଶ୍ନ ପଚାରିଥିଲେ । ଅଭିନେତା ଉତ୍ତର ଦେଇ କହିଥିଲେ ଯେ, ସେ ଗୋଟିଏ କଥାକୁ ବାରମ୍ବାର ବୁଝାଇବା ଏବଂ ଗୋଟିଏ କଥାକୁ ବାରମ୍ବାର କହିବାରେ ଚିଡି ଯାଆନ୍ତି ।

Get real time updates directly on you device, subscribe now.